
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୋଟିଏ ବର୍ଷର ବିଦେଶ ଯାତ୍ରାରେ ୧୨.୫୭ଲକ୍ଷ ଟଙ୍କାର ୧୬୮ଟି ଉପହାର ମିଳିଛି। ଏହି ମୁଲ୍ୟବାନ୍ ଉପହାର ମଧ୍ୟରେ ଫାଉଣ୍ଟେନ୍ ପେନ୍, ସେଲେଙ୍ଗର ଲିମିଟେଡ୍ ଏଡିସନ୍ର ପଟ୍ଟିକା, ମୋ ବ୍ଲଜ୍ର ହାତ ଘଣ୍ଟା, ଟି’ ସେଟ୍, ଚିନା ମାଟିର ବାସନ, ମନ୍ଦିର, ବିଭିନ୍ନ ପ୍ରକାରର ପ୍ରତିମୂର୍ତ୍ତି, ବିଷ୍ଣୁ-ଲକ୍ଷ୍ମୀ, ଭଗବାନ୍ ଗଣେଶଙ୍କ ପ୍ରତିମା, ପେଣ୍ଟିଂ, କାର୍ପେଟ୍, ବୁଲେଟ୍ ଟ୍ରେନ୍ର ମଡେଲ୍, ଫଟୋ, ଏବଂ ବହି ରହିଛି।
ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ, ଜୁଲାଇ ୨୦୧୭ରୁ ଜୁନ୍ ୨୦୧୮ ମଧ୍ୟରେ ପ୍ରଧାନମନ୍ତ୍ରୀ ବିଦେଶ ଯାତ୍ରା ସମୟରେ ଇସ୍ରାଇଲ୍, ଜର୍ମାନୀ, ଚୀନ୍, ଜୋର୍ଡାନ, ପାଲେଷ୍ଟାଇନ, ଋଷିଆ, ୟୁଏଇ, ଓମାନ୍, ସ୍ୱିଡେନ, ବ୍ରିଟେନ୍, ଇଣ୍ଡୋନେସିଆ, ମ୍ୟାଲେସିଆ, ସିଙ୍ଗାପୁର ସମେତ ୨୦ ଟି ଦେଶକୁ ଯାତ୍ରା କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ମଧ୍ୟରୁ ରୟାଲ୍ ସେଲେଂଗର ଲିମିଟେଡ୍ ଏଡିସନ୍ର ଚାନ୍ଦିର ପଟ୍ଟିକା ସବୁଠୁ ଦାମୀ ରହିଛି। ଏହାର ମୂଲ୍ୟ ୨,୧୫,୦୦୦ଟଙ୍କା ବୋଲି ଶୁଣିବାକୁ ମିଳୁଛି। ଏଥିସହ ‘ମୋ ବ୍ଲଜ୍’ର ହାତ ଘଣ୍ଟାର ଦାମ୍ ୧,୧୦,୦୦୦ଟଙ୍କା ରହିଛି। ଏହା ବ୍ୟତୀତ ଦୁଇଟି ‘ମଣ୍ଟବ୍ଲାଙ୍କ’ ପେନ୍ ରହିଛି ଯାହାର ଦାମ୍ ୧,୨୫,୦୦୦ ଟଙ୍କା ରହିଛି।
ଯେତେବେଳେ ଭାରତୀୟ ପ୍ରତିନିଧିମଣ୍ଡଳର କୌଣସି ସଦସ୍ୟଙ୍କୁ ଉପହାର ସ୍ୱରୂପ ବିଦେଶୀ ଜିନିଷ ମିଳିଥାଏ। ତେବେ ସେଗୁଡିକୁ ଦାନ ବା ଉପହାର ପାଇବାର ୩ଦିନ ମଧ୍ୟରେ ଉକ୍ତ ବ୍ୟକ୍ତିଙ୍କୁ ଏ ସମ୍ପର୍କିତ ସୂଚନା ସମ୍ପୃକ୍ତ ମନ୍ତ୍ରାଳୟ ବା ବିଭାଗକୁ ଦେବାକୁ ପଡିଥାଏ।
from Odisha Reporter https://ift.tt/2ofQsU5
No comments:
Post a Comment