କଟକ ଷ୍ଟେସନ୍‌ରୁ ୨ କ୍ୱିଣ୍ଟାଲ୍ ଭାଙ୍ଗ ଜବତ, ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

କଟକ ଷ୍ଟେସନ୍‌ରୁ ୨ କ୍ୱିଣ୍ଟାଲ୍ ଭାଙ୍ଗ ଜବତ, ଜଣେ ଗିରଫ

କଟକ (ପ୍ରଭାତ ବିଷୋୟୀ): କଟକ ରେଳ ଷ୍ଟେସନ୍‌ରୁ ୨ କ୍ୱିଣ୍ଟାଲ୍‌ ଭାଙ୍ଗ ଜବତ କରାଯାଇଛି।  ପୁରୀ-ପାଟନା ଏକ୍ସପ୍ରେସ୍‌ ଟ୍ରେନ୍‌ରେ କଟକକୁ ଭାଙ୍ଗ ଆସୁଥିବା ନେଇ ଅବକାରୀ ବିଭାଗକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ କଟକ ଷ୍ଟେସନ୍‌ରେ ଚଢ଼ଉ କରାଯାଇଥିଲା।

ଏହି ଘଟଣାରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି।  ତାଙ୍କ ନାଁ ମାନସ ରଞ୍ଜନ ସିଂହ। ସେ ବଡ଼ ବଡ଼ ବ୍ୟାଗ୍‌ରେ ଭାଙ୍ଗ ନେଇ ଆସିଥିଲେ। ଏହି ଭାଙ୍ଗ ପାଟନାରୁ କଟକ ଗାନ୍ଧିପଲ୍ଲୀ ଅଞ୍ଚଳକୁ ଆସୁଥିଲା। ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ। ଏନେଇ ଅବକାରୀ ବିଭାଗର ତଦନ୍ତ ଜାରି ରହିଛି।



from OdishaReporter https://ift.tt/2O6ej3F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages