ହସଖୁସିରେ ଜୀବନ କାଟିବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏସବୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ହସଖୁସିରେ ଜୀବନ କାଟିବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏସବୁ ଉପାୟ

happy

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁତ ଲୋକଙ୍କ ଧାରଣା ରହିଛି ଯେ ଜୀବନକୁ ହସଖୁସିରେ ବିତାଇବାକୁ ହେଲେ କେବଳ ପ୍ରଚୁର ଅର୍ଥ ଦରକାର ହୋଇଥାଏ। ତେଣୁ ସେମାନେ ସବୁବେଳେ ଅର୍ଥ ରୋଜଗାର ପଛରେ ଧାଇଁଥାନ୍ତି। ହେଲେ ଟଙ୍କା ଦ୍ୱାରା ଯେ ସବୁ ସୁଖ ସୁବିଧା କିଣି ହେବ ତାହା ଭାବିବା ଭୁଲ୍। ଟଙ୍କା ଥିଲେ ଗାଡ଼ି କିଣି ହୁଏ, ବଡ଼ ଘର ତିଆରି କରି ହୁଏ। ତା’ସହିତ ଯାହା ଦରକାର ହୋଇଥାଏ, ତାହା କିଣି ହୁଏ। କିନ୍ତୁ ଟଙ୍କା ଥିଲେ ସୁଖ, ଶାନ୍ତି କିଣି ହୁଏ ନାହିଁ। ତେବେ ଏମିତି କିଛି ଉପାୟ ଅଛି, ଯାହାକୁ ଆପଣାଇଲେ ଆପଣଙ୍କ ଜୀବନ ସୁଖମୟ ହୋଇପାରିବ। ଏଥିପାଇଁ ଅଧିକ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ଏମିତି କିଛି ଉପାୟ ଯାହା ଆପଣଙ୍କ ଜୀବନକୁ ହସଖୁସିରେ ଭରିଦେବ।

happyବୁଲିବାକୁ ଯାଆନ୍ତୁ: ଗାଁରେ ରହୁଥିବା ଲୋକେ ସହରୀ ଲୋକଙ୍କଠାରୁ କାହିଁକି ଅଧିକ ଖୁସିରେ ରହନ୍ତି ଜାଣିଛନ୍ତି ? ଏହାର କାରଣ ହେଲା, ସେମାନେ ପ୍ରକୃତି କୋଳରେ ରହନ୍ତି। ସହରରେ ଚାରିକାନ୍ଥ ଭିତରେ କାମ କାମରେ ଲୋକଙ୍କ ଦିନ କଟି ଯାଉଛି। ଯାହା ମଣିଷକୁ ଅଧିକରୁ ଅଧିକ ଚିଡ଼ଚିଡ଼ା କରିଦେଉଛି। ତେଣୁ ନିୟମିତ ବ୍ୟବଧାନରେ ସମୟ ବାହାର କରି କୌଣସି ସ୍ଥାନକୁ ବୁଲିବାକୁ ଯାଆନ୍ତୁ ଓ ପ୍ରାକୃତିକ ଶୋଭାରାଜିର ମଜା ନିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ।

happyକଳାପ୍ରେମୀ ହୁଅ: ଦୁନିଆ ସୌନ୍ଦର୍ଯ୍ୟର ଗନ୍ତାଘର। କୌଣସି ସ୍ଥାନକୁ ଗଲେ ଏମିତି ବୁଲାବୁଲି କରି ଫେରି ଆସିଲେ ହେବ ନାହିଁ। କଳା ପ୍ରେମୀ ହୁଅନ୍ତୁ। ସୌନ୍ଦର୍ଯ୍ୟକୁ ଦୃଦୟ ସହ ଯୋଡ଼ନ୍ତୁ। କିଛି ସମୟ ପାଇଁ ହେଲେ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ନିଜକୁ ଏମିତି ବୁଡ଼ାଇ ଦିଅନ୍ତୁ ଯେମିତି ସାରା ଦୁନିଆ ଆପଣଙ୍କୁ ଗୋଟିଏ ପରିବାର ପରି ଲାଗିବ।

happyବିଶ୍ୱାସ: ନିଜ ଉପରେ ବିଶ୍ୱାସ ରଖନ୍ତୁ।  ଏହା ଆପଣଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ନିଜ ଉପରେ ଓ ନିଜ ଚିନ୍ତାଧାରା ଉପରେ ବିଶ୍ୱାସ ନ ରଖିଲେ ସାରା ଜୀବନ ଦୁଃଖ ପାଇବେ।

happyପରିବାର: ପ୍ରଥମେ ପରିବାର, ତା’ପରେ ବାକି ସବୁ। ଯାହା କାମ କରନ୍ତୁ, ଯୁଆଡ଼େ ଯାଆନ୍ତୁ, ଦିନ ସରିଲେ ଘରକୁ ହିଁ ଫେରିବେ। ପରିବାର ସହ କିଛି ସମୟ ବିତାଇ ଦେବା ପରେ ଦେଖିବେ ସାରା ଦିନର ଥକାପଣ ଦୂର ହୋଇଯିବ। ଏଥିପାଇଁ ସୁଖୀ ରହିବାକୁ ହେଲେ ପରିବାର ଲୋକଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ।

happyସାହିତ୍ୟ ଓ ସଙ୍ଗୀତ: ଏହା ଏମିତି ଏକ ମାଧ୍ୟମ, ଯାହା ଆପଣଙ୍କ ଜୀବନକୁ ହସଖୁସିରେ ଭରିଦେବ। ମନ ଉଦାସ ଥିଲେ ଆପଣଙ୍କୁ ଭଲ ଲାଗୁଥିବା ଯେ କୌଣସି ଗୀତକୁ ମୋବାଇଲ୍ କିମ୍ବା ଲ୍ୟାପ୍‌ଟପ୍‌ରେ ଲଗାଇ ଦେଇ ଆଖି ବନ୍ଦ କରି ବିଛଣାରେ ଗଡ଼ି ପଡ଼ନ୍ତୁ, ଦେଖିବେ ସବୁ ଚିନ୍ତା ଦୂର ହୋଇଯିବ। ସେହିପରି ସମୟ ବାହାର କରି ସାହିତ୍ୟ ଚର୍ଚ୍ଚାରେ ଭାଗ ନିଅନ୍ତୁ। ଗପ, ଉପନ୍ୟାସ, କବିତା ଆଦି ପୁସ୍ତକ ପଢ଼ନ୍ତୁ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ। ଦେଖିବେ ସାରା ଦିନର ଥକାପଣ ଓ ଚିନ୍ତା ଦୂର ହୋଇଯିବ ଓ ମନକୁ ଶାନ୍ତି ମିଳିବ।



from OdishaReporter https://ift.tt/2v9Qror

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages