ଟିଟୋର ଗୋରୁ ଚାଲାଣ ନେଟ୍‌ଓ୍ୱର୍କ ଲମ୍ୱିଛି ଓଡ଼ିଶାରୁ ବାଂଲାଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଟିଟୋର ଗୋରୁ ଚାଲାଣ ନେଟ୍‌ଓ୍ୱର୍କ ଲମ୍ୱିଛି ଓଡ଼ିଶାରୁ ବାଂଲାଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଗ୍ୟାଙ୍ଗଷ୍ଟର ଟିଟୋ ସମ୍ପର୍କରେ ମିଳୁଛି ନୂଆ ନୂଆ ତଥ୍ୟ। ଟେଣ୍ଡର ଫିକ୍ସିଂ, ଦାଦାବଟି ଆଦାୟ, ବେଆଇନ ବାଲି ଚାଲାଣ, କନଷ୍ଟ୍ରକ୍‌ସନ କାରବାର, ପେଟ୍ରୋଲ

ପମ୍ପ, ଷ୍ଟିଭେଡରିଂ ଓ ଓଲିଉଡ୍ ଲିଙ୍କ୍‌ ପରେ ଗୋରୁ ଚାଲାଣ ନେଇ ମିଳିଛି ସୁରାକ। ଏହି ନେଟଓ୍ୱର୍କ ଓଡ଼ିଶାରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ୱିଛି। ଯାହାର ତଥ୍ୟ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ହାତରେ ଲାଗିଛି।

ଓଡ଼ିଶାରେ ରହିଛି ଟିଟୋର ବିରାଟ ଗୋରୁ ଚାଲାଣ ନେଟଓ୍ୱର୍କ। ତେବେ ଏହି ନେଟଓ୍ୱର୍କର ଚେର ପଶ୍ଚିମବଙ୍ଗ ଓ ତ୍ରିପୁରା ଦେଇ ବାଂଲାଦେଶକୁ ଲମ୍ବିଛି। ଟିଟୋକୁ ଜେରା ବେଳେ ଏସ୍‌ଟିଏଫ୍‌କୁ ମିଳିଥିବା ତଥ୍ୟ ଆଧାରରେ ଗୋରୁ ଚାଲାଣ ନେଟଓ୍ୱର୍କର ମାଷ୍ଟରମାଇଣ୍ଡ ଖୋର୍ଦ୍ଧା କୁଶପଲାର ବଟୁ ପାଣିକୁ ଗିରଫ କରିଛି।

ବଟୁ ଠାରୁ ଗୋରୁ ଚାଲାଣ ନେଟଓ୍ୱର୍କର ପୂରା ନକ୍ସା ପାଇଛି କ୍ରାଇମବ୍ରାଞ୍ଚ। ଏପଟେ ଗୋରୁ ଚାଲାଣ କରି ବଟୁ ପାଣି କେମିତି ମାଲାମାଲ୍ ହୋଇଛି ତା’ର ଗୁମର ମଧ୍ୟ ଫିଟାଇଛି ତଦନ୍ତକାରୀ ସଂସ୍ଥା।

ଗୋରୁ ଚାଲାଣ ଗାଡ଼ି ଖୋର୍ଦ୍ଧାରୁ କେମିତି ବିନା ବାଧାରେ କଲିକତା ଯାଏ ଯିବ, ତା’ର ପୂରା ବନ୍ଦୋବସ୍ତ କରୁଥିଲା ବଟୁ। ଗୋଟିଏ ଗାଡ଼ିକୁ ଓଡ଼ିଶା ସୀମା ଟପାଇ ଦେବା ପାଇଁ ମିଳୁଥିଲା ୨ ଲକ୍ଷ ଟଙ୍କା। ବର୍ଷକୁ ଏହି ବାଟରେ  ପ୍ରାୟ ୧୦ କୋଟିର ଆୟ ହେଉଥିବା ଜଣାପଡିଛି।

ଦାମି ଗାଡ଼ି ଚଢ଼ୁଥିଲା ବଟୁ

ବଟୁ ଦାମୀ ଗାଡ଼ି ଚଢ଼ୁଥିଲା। ସେ ଫରଚୁନ୍‌ର, ହ୍ୟୁଣ୍ଡାଇ ଓ ହାର୍ଲେଡେଭିଡସନ୍‌ ପରି ଗାଡ଼ି ଚଢ଼ୁଥିଲା। ଯାହାକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଜବତ କରିଛି। କେବଳ ସେତିକି ନୁହେଁ, ନିଜ ପତ୍ନୀ ଓ ଅନ୍ୟ ସମ୍ପର୍କୀୟଙ୍କ ନାଁରେ ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ବେଗୁନିଆ ଅଞ୍ଚଳରେ ଜମି ରଖିଥିଲା।

ଟିଟୋର ଆଇଟି ସେଲ୍‌ ମୁଖ୍ୟ ଗିରଫ

ଏପଟେ ଟିଟୋର ବେଆଇନ୍‌ ବ୍ୟବସାୟ ସାମ୍ରାଜ୍ୟର ହିସାବ ରଖୁଥିବା ଆଇଟି ସେଲ୍‌ ମୁଖ୍ୟ ସରୋଜ ପତିକୁ ଧରିଛି କ୍ରାଇମ ବ୍ରାଞ୍ଚ। ଟିଟୋର ସୁରକ୍ଷା ଲାଗି ସିସିଟିଭି ଲଗାଇବା ହେଉ କି ଟେଣ୍ଡର ବାବଦକୁ କାହାଠୁ କେତେ ଟଙ୍କା ଆସିବ ଓ କାହାକୁ କେତେ ଟଙ୍କା ଦିଆଯିବ ସବୁ ଚାଲିଥିଲା ସରୋଜ ପତିର ଇଙ୍ଗିତରେ।



from Odisha Reporter https://ift.tt/2OZURpv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages