ବୟସ ଥାଉ ଥାଉ ସିନେମାରୁ କାହିଁକି ଅବସର ନେଇଯାଇଥିଲେ ଦେବୁ ବୋଷ, ଶୁଣନ୍ତୁ ତାଙ୍କ ମୁହଁରୁ ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ବୟସ ଥାଉ ଥାଉ ସିନେମାରୁ କାହିଁକି ଅବସର ନେଇଯାଇଥିଲେ ଦେବୁ ବୋଷ, ଶୁଣନ୍ତୁ ତାଙ୍କ ମୁହଁରୁ ଉତ୍ତର

ଭୁବନଶ୍ୱର (ଓଡ଼ିଶା ରିପୋର୍ଟର):କେତେବେଳେ ବାପା ତ’ ଆଉ କେତେବେଳେ ଜେଜେ। ପୁଣି କେତେବେଳେ ସଚ୍ଚା ପୁଲିସ ଅଫିସର। ପରଦା ଉପରେ ଏମିତି କେତେ କ’ଣ ଚରିତ୍ରରେ ଜୀବନ୍ତ ଅଭିନୟ କରି ଦର୍ଶକଙ୍କୁ ଚମକାଇ ଦେଇଥିବା ଓଡ଼ିଆ ସିନେ ଜଗତର କିମ୍ବଦନ୍ତୀ କଳାକାର ଦେବୁ ବୋଷଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି।

୪ ବର୍ଷ ତଳେ ଅଭିନୟ ଜଗତରୁ ଅବସର ନେଇଥିବା ଦେବୁ ଦା’ ୧୨୦ରୁ ଅଧିକ ଓଡ଼ଆ ଫିଲ୍ମରେ ତାଙ୍କ ହସ ଲୁହ ଭରା ଅଭିନୟ ଲାଗି କାଳ କାଳ ପାଇଁ ଅପାସୋରା ହୋଇ ରହିବେ।

ତେବେ ବଞ୍ଚିଥିବା ବେଳେ ‘ତରଙ୍ଗ’ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ “ବୟସ ଥାଉ ଥାଉ କାହିଁକି ସିନେମାରୁ ଦୂରେଇଗଲେ” ବୋଲି ପ୍ରଶ୍ନ ହେବାରୁ ସେ ଏହାର ଏକ ମାର୍ମିକ ଉତ୍ତରଦେଇଥିଲେ।

ପ୍ରଶ୍ନ ଥିଲା, “ଆପଣ ତ’ ଅବସର ନେଇନାହାନ୍ତି। ତେବେ ଆପଣଙ୍କର ସିନେମାର ସଂଖ୍ୟା କାହିଁକି କମିଯାଇଛି?”

ଉତ୍ତରରେ ସେ କହିଥିଲେ, “ଗୋଟିଏ ଖୋଲା କଥା କହିବି। ଅନେକ ପ୍ରଯୋଜକ, ନିର୍ଦ୍ଦେଶକ ଏଠି ଉପସ୍ଥିତ ଅଛନ୍ତି। କେହି ଖରାପ ଭାବିବେନି। ଓଡ଼ିଆ ଚଳଚ୍ଚିତ୍ରର ମାନ ଆସ୍ତେ ଆସ୍ତେ ତଳକୁ ଖସିବାକୁ ଲାଗିଛି। ଆମେ ଯେତେବେଳେ ଅଭିନୟ ଆରମ୍ଭ କରିଥିଲୁ, ଚରିତ୍ରକୁ ଫୁଟେଇବା ପାଇଁ ଆମକୁ ଯେଉଁ ପରିଶ୍ରମ କରିବାକୁ ପଡ଼ୁଥିଲା,  ଆଜିକାଲି ସେହି ପରିଶ୍ରମ ଦେଖାଯାଉନି।”

“୪-୫ ଜଣ ବସିଲେ। ସିଡି ଖୋଜିଲେ। ଯେଉଁ ସିଡିଟି ଭଲ ଲାଗିଲା, ତାହା କାହାଣୀ ପାଲଟିଗଲା । ସେଥିରେ ଆମର ଓଡ଼ିଆତ୍ୱ ଥାଉ କି ନ ଥାଉ। ପରିତାପର ବିଷୟ, ସେଥିରେ ଅଭିନୟ କରିବାର ଇଚ୍ଛା ଥିଲେ ବି ସେମିତି ଚରିତ୍ର ବି ମିଳୁ ନାହିଁ। ଯେଉଁଥିରେ ଅଭିନୟ କଲେ ଦର୍ଶକଙ୍କ ପାଖରେ ଆମେ ବାଃ ବାଃ ପାଇପାରିବୁ। ସେଇଥିପାଇଁ କେବଳ ମୁଁ ନୁହେଁ, ଅନେକ କଳାକାର ଏ ଶିଳ୍ପରୁ ଘୁଞ୍ଚିଯାଉଛନ୍ତି।

ତେଣୁ ଆନୁଷ୍ଠାନିକ ଭାବେ ଅବସର ନେବା ପୂର୍ବରୁ ଫିଲ୍ମରେ କାମ ନ କରିବା ପଛର କାରଣ ଏହା ଥିଲା ବୋଲି ଦେବୁ ବୋଷ ସ୍ପଷ୍ଟ ଉତ୍ତର ଦେଇଥିଲେ।

ଏହାର ଭିଡିଓ ଆପଣ ଏହି ଖବର ସଂଲଗ୍ନ ଲିଙ୍କକୁ ଯାଇ ଦେଖିପାରିବେ।

ଅଶୀ ଦଶକରୁ ଆରମ୍ଭ ହୋଇଥିଲା ଅଭିଯାନ

ଅଶୀ ଦଶକରେ ଫିଲ୍ମ ତପସ୍ୟାରୁ ଦେବୁ ବୋଷଙ୍କ ଆରମ୍ଭ ହୋଇଥିଲା ଯାତ୍ରା। ସେ କେତେବେଳେ କଠୋର ବାପା ହୋଇ ପିଲାଙ୍କୁ ଅନୁଶାସନର ପାଠ ପଢ଼ାଇଛନ୍ତି, ତ ପୁଣି କେବେ ମେଳାପି ପିତା ଚରିତ୍ରରେ ସମାଜକୁ ଦେଇଛନ୍ତି ସମୟୋପଯୋଗୀ ବାର୍ତ୍ତା। ଆଉ ଦରଦୀ ବାପା ଭାବେ ତାଙ୍କ ପର ପିଢ଼ି ପାଇଁ ଆଚରଣ ଓ ଉଚ୍ଚାରଣରେ ଛାଡ଼ି ଯାଇଛନ୍ତି ଅପାସୋରା ଅଭିନୟର ଛାପ।

ଦେବୁ ଦା’ଙ୍କ ଅଭିନୀତ ‘କାବେରୀ’, ‘ସହରୀ ବାଘ’, ‘ଜଗା ହାତରେ ପଘା’, ‘ପୁଅ ମୋର କଳା ଠାକୁର’, ‘ଗଙ୍ଗଶିଉଳୀ’ ଓ ‘ଚକାଭଉଁରି’ ଭଳି ଅନେକ ଫିଲ୍ମ ହୋଇଛି ସୁପରହିଟ୍ । ତେବେ ଚଳଚିତ୍ର ସୁନା ଚଢେଇରେ ତାଙ୍କ ଅଭିନୟ ସବୁଦିନ ପାଇଁ ସୁନା ଭଳି ଚମକୁଥିବ।

ପୂର୍ବରୁ ୨ଥର ହୃଦ୍‌ଘାତରେ ଶିକାର ହୋଇଥିଲେ

ପୂର୍ବରୁ ୨ଥର ହୃଦ୍‌ଘାତର ଶିକାର ହୋଇଥିଲେ ୭୫ ବର୍ଷ ବୟସ୍କ ଏହି ବର୍ଷୀୟାନ୍ କଳାକାର। ଗତ ଏପ୍ରିଲ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ଭେଣ୍ଟିଲେଟରରେ ରହିବା ପରେ ବୁଧବାର ରରାଟୀ ଗୁରୁବାର ପାହାନ୍ତି ବେଳକୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଦେବୁ ବୋଷ।

ଝୁରୁଛି ଓଲିଉଡ୍‌

ତାଙ୍କ ଅବର୍ତ୍ତମାନରେ ଯେମିତି ମୂରବୀଶୂନ୍ୟ ହୋଇଯାଇ ଥିବା ଭଳି ଅନୁଭବ କରୁଛି ଓଡ଼ିଆ ସିନେ ଜଗତ। ଆଉ ଝୁରି ହେଉଛନ୍ତି ସିନେପ୍ରେମୀ।  କେବଳ ଚରିତ୍ର ଅଭିନେତା ନୁହେଁ ନୃତ୍ୟରେ ବି ନିପୁଣ ଥିଲେ ଦେବୁ ଦା’। ବିଶିଷ୍ଟ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରି ଅନେକ ଫିଲ୍ମରେ ସେ ଦେଇଛନ୍ତି ନୃତ୍ୟ ନିର୍ଦ୍ଦେଶନା। ତା’ସହ ‘ଦିଗନ୍ତ’ ନାଟ୍ୟ ଅନୁଷ୍ଠାନ ସହ ଜଡ଼ିତ ରହି ବହୁ ନାଟକରେ କରିଥିବା ଅଭିନୟ ଓ ନିର୍ଦ୍ଦେଶନା ତାଙ୍କୁ ଚିରକାଳ ପାଇଁ ଅମର କରି ରଖିବ।



from Odisha Reporter https://ift.tt/2MrBRUa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages