
ଥିରୁଅନନ୍ତପୁରମ୍: କେରଳ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିଥିବା ସଜୀଶ ନାମକ ଜଣେ ବ୍ୟକ୍ତି ନିଜ ପ୍ରଥମ ମାସର ଦରମା ୨୫,୦୦୦ ଟଙ୍କା କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ଦାନ କରିଛନ୍ତି।
ସଜୀଶ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ନର୍ସ ପତ୍ନୀ ନିପା ଭାଇରସ୍ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ।
କେରଳରେ ଯେତେବେଳେ ନିପା ଭାଇରସ୍ ବ୍ୟାପିଥିଲା, ନର୍ସ ଲିନି ପୁତ୍ଥୁସାରୀ ଡାକ୍ତରଖାନାରେ ନିପାରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିଥିଲେ। ଫଳରେ ସେ ନିଜେଏହି ଭାଇରସ୍ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ।
ଲିନିଙ୍କ ମୃତ୍ୟୁ ପରେ କେରଳ ସରକାର ସଜୀଶଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ଚାକିରି ଦେଇଥିଲେ।
ସେତେବେଳେ ଲିନି ନିଜର ଉତ୍ସର୍ଗୀକୃତ ସେବା ପାଇଁ ସାରା ଦେଶରେ ଚର୍ଚ୍ଚିତ ହୋଇଥିଲେ। ଏବେ ତାଙ୍କ ସ୍ଵାମୀ ସଜୀଶ ବନ୍ୟା ପ୍ରପୀଡ଼ିତ କେରଳବାସୀଙ୍କ ପାଇଁ ଦାନ କରି ଚର୍ଚ୍ଚାରେ ଅଛନ୍ତି।
ଆହୁରି ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ସ୍ୱାମୀଙ୍କ ସହ ଶେଷ ଦୁଇ ମିନିଟ୍
from Odisha Reporter https://ift.tt/2MA4U73
No comments:
Post a Comment