ସିବିଆଇ କୋର୍ଟ୍‌ରେ ଆତ୍ମସମର୍ପଣ କଲେ ଲାଲୁ, କହିଲେ, ‘କୋର୍ଟଙ୍କ ଉପରେ ଯଥେଷ୍ଟ ଭରସା ଅଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ସିବିଆଇ କୋର୍ଟ୍‌ରେ ଆତ୍ମସମର୍ପଣ କଲେ ଲାଲୁ, କହିଲେ, ‘କୋର୍ଟଙ୍କ ଉପରେ ଯଥେଷ୍ଟ ଭରସା ଅଛି’

ରାଞ୍ଚି(ଓଡ଼ିଶା ରିପୋର୍ଟର୍‌): ପ୍ୟାରୋଲ୍‌ ଅବଧି ବଢାଇବା ପାଇଁ କୋର୍ଟ୍‌ ମନା କରିବା ପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୁରୁବାର ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ସିବିଆଇ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି।

ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ବର୍ଷ ଡିସେମ୍ବର ମାସରୁ ଲାଲୁ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ତେବେ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ୍‌ ପାଇ ସେ ସେ ଗତ ମେ’ ମାସରୁ ପ୍ୟାରୋଲ୍‌ରେ ଆସିଥିଲେ।

ତିନି ସପ୍ତାହ ଧରି ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଲାଲୁ ଗତ ୨୫ ତାରିଖରେ ସେଠାରୁ ଡିସ୍‌ଚାର୍ଜ୍‌ ହୋଇଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ପ୍ୟାରୋଲ୍‌ ଅବଧିକୁ ଆଉ ତିନି ମାସ ବୃଦ୍ଧି କରିବା ପାଇଁ ସେ ଗୁରୁବାର ଝାଡ଼ଖଣ୍ଡ ହାଇକୋର୍ଟ୍‌ଙ୍କୁ ଆବେଦନ କରିଥିଲେ। ତେବେ କୋର୍ଟ୍‌ ଏହି ଆବେଦନକୁ ଅଗ୍ରାହ୍ୟ କରିଦେବା ସହ ତାଙ୍କୁ ତୁରନ୍ତ ଜେଲ୍‌ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ମଧ୍ୟ ପ୍ୟାରୋଲ୍ ଅବଧି ବୃଦ୍ଧି ପାଇଁ ଲାଲୁଙ୍କ ଆବେଦନକୁ କୋର୍ଟ୍‌ରେ ବିରୋଧ କରିଥିଲା।

ଜେଲ୍‌ରେ ମୁମ୍ବାଇସ୍ଥିତ ଏସିଆନ୍ ହାର୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଡାକ୍ତରମାନେ ୭୦ ବର୍ଷ ବୟସ୍କ ଲାଲୁ ଯାଦବଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସହ ଏସମ୍ପର୍କରେ କୋର୍ଟ୍‌ଙ୍କୁ ଅବଗତ କରାଇବା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ୍‌ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟ ସରକାର ମଧ୍ୟ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ କୋର୍ଟ୍ କହିଛନ୍ତି।

 



from Odisha Reporter https://ift.tt/2MBY41L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages