ଜାଣିଛନ୍ତି କି, ଜନ୍ମାଷ୍ଟମୀରେ କାହିଁକି ପାଳନ କରାଯାଏ ମଟ୍‌କା ଭଙ୍ଗା ଉତ୍ସବ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ଜାଣିଛନ୍ତି କି, ଜନ୍ମାଷ୍ଟମୀରେ କାହିଁକି ପାଳନ କରାଯାଏ ମଟ୍‌କା ଭଙ୍ଗା ଉତ୍ସବ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ସେପ୍ଟେମ୍ବର ୨ ଓ ୩ ତାରିଖରେ ଜନ୍ମାଷ୍ଟମୀ ପାଳନ କରାଯାଉଛି। ଏଥର ସେପ୍ଟେମ୍ବର ୨ ତାରିଖ ରାତି ୮ଟା ୪୭ରେ ଅଷ୍ଟମୀ ଆରମ୍ଭ ହେଉଛି। ଏହାକୁ ନେଇ ବିଭିନ୍ନ ମଠ ଓ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଆସନ୍ତା ୩ ତାରିଖରେ ଦହିହାଣ୍ଡି ଉତ୍ସବର ଆୟୋଜନ କରାଯିବ। ଏଥିପାଇଁ ସବୁଠି ପରିବେଶ ଉତ୍ସବମୁଖର ହୋଇ ଉଠିଲାଣି। ପ୍ରଭୁ କୃଷ୍ଣଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଥାଏ।

ବିଶେଷକରି ହିନ୍ଦୁମାନେ ନିଜ ଘରେ ବାଲ୍‌ଗୋପାଲଙ୍କୁ ନୂଆ ବସ୍ତ୍ର ପରିଧାନ କରାଇ, କ୍ଷୀର, ମହୁ ଏବଂ ଜଳରେ ଅଭିଷେକ କରାଇଥାନ୍ତି। କେତେକ ଜାଗାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପଟୁଆର ବାହାରିଥାଏ। ଏହି ଉତ୍ସବକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ଗୁଜରାଟ ଓ ମହାରାଷ୍ଟ୍ରରେ ଜନ୍ମାଷ୍ଟମୀ ଅବସରରେ ଦହିହାଣ୍ଡି ଉତ୍ସବର ଆୟୋଜନ କରାଯାଇଥାଏ।

ଏହି ଦହିହାଣ୍ଡି ବା ମଟ୍‌କା ଭଙ୍ଗାର ଦୃଶ୍ୟ ଅନେକ ହିନ୍ଦୀ ଫିଲ୍ମରେ ରହିଛି। ବିଶେଷ କରି ପୁରୁଷମାନେ କାନ୍ଧକୁ କାନ୍ଧ ଛନ୍ଦି ପିରାମିଡ଼ ଶୈଳୀରେ ଏକାଠି ହୋଇଥାନ୍ତି। ପରେ ୨୦-୩୦ ଫୁଟ୍‌ ଉପରେ ଝୁଲୁଥିବା ଦହିହାଣ୍ଡିକୁ ଶୀର୍ଷରେ ଥିବା ବ୍ୟକ୍ତି ଜଣକ ଭାଙ୍ଗିଥାନ୍ତି। ନାଚ, ଗୀତ ଭଜନ କୀର୍ତ୍ତନରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇ ଉଠିଥାଏ। ଏହି ଉତ୍ସବକୁ ଦର୍ଶକମାନେ ଅତି ଉତ୍ସାହର ସହ ଉପଭୋଗ କରିଥାନ୍ତି।

ଶ୍ରୀକୃଷ୍ଣଙ୍କୁ କୁହାଯାଇଥାଏ ଲହୁଣୀ ଚୋର

ପିଲାବେଳେ ଶ୍ରୀକୃଷ୍ଣ ଭାରି ଚଗଲା ଥିଲେ। ଦୁଷ୍ଟାମୀ ପାଇଁ ପୂରା ଗାଁରେ ସେ ଚର୍ଚ୍ଚିତ ଥିଲେ। ଶ୍ରୀକୃଷ୍ଣଙ୍କର ଲହୁଣୀ, ଦହି ଏବଂ କ୍ଷୀର ଭାରି ପସନ୍ଦ ଥିଲା। ହେଲେ ସବଠୁ ବେଶୀ ପ୍ରିୟ ଥିଲା ଲହୁଣୀ। ସେଥିପାଇଁ ସେ ପଡ଼ୋଶୀ ଘରୁ ଲହୁଣୀ ଚୋରି କରି ଖାଇ ଯାଉଥିଲେ। ପୁଅ ନାଁରେ ଏନେଇ ଅଭିଯୋଗ ବଢ଼ିବାରୁ ମା’ ଯଶୋଦାଙ୍କୁ ଚିନ୍ତା ଘାରିଲା। ଦିନେ ପୁଅକୁ ପାନେ ଦେବା ପାଇଁ ଯଶୋଦା କୃଷ୍ଣଙ୍କୁ ଏକ ଖମ୍ବରେ ବାନ୍ଧି ଦେଲେ। ଏହି କାରଣରୁ ଶ୍ରୀକୃଷ୍ଣ ଲହୁଣୀ ଚୋର ନାମରେ ବେଶୀ ପ୍ରଚାର ହେଲା।

କାହିଁକି ପାଳନ କରାଯାଏ ଦହିହାଣ୍ଡି ଉତ୍ସବ

କୃଷ୍ଣଙ୍କ ନଟଖଟ ସ୍ବଭାବ ସାରା ବୃନ୍ଦାବନ ବାସୀଙ୍କ ନିଦ ହଜେଇ ଦେଇଥିଲା। ତେଣୁ ଏହାର ମୁକାବିଲା ପାଇଁ ବୃନ୍ଦବାବନର ମହିଳାମାନେ ଏକାଠି ହୋଇ ଉପାୟ ପାଞ୍ଚିଥିଲେ। ଯୋଜନା ମୁତାବକ, ମହିଳାମାନେ ଏକ ଉଚ୍ଚ ସ୍ଥାନରେ ଲହୁଣୀ ହାଣ୍ଡିକୁ ବାନ୍ଧିଲେ। ଯେମିତି କୃଷ୍ଣଙ୍କ ହାତ ପାଇବ ନାହିଁ। କିନ୍ତୁ ଚତୁର କୃଷ୍ଣଙ୍କ ବୁଦ୍ଧି ପାଖରେ ମହିଳାଙ୍କ ସବୁ ପ୍ରୟାସ ଭଣ୍ଡୁର
ହୋଇଯାଇଥିଲା।

ଲହୁଣୀ ଚୋରି କରିବାକୁ କୃଷ୍ଣ ନିଜ ବନ୍ଧୁମାନଙ୍କ ସହ ମିଶି, ପିରାମିଡ଼ ଶୈଳୀରେ ଜଣକ ଉପରେ ଜଣେ ଠିଆ ହୋଇ, ହାଣ୍ଡିକୁ ଭାଙ୍ଗି ଲହୁଣି ଖାଉଥିଲେ। ଏହି ପୌରାଣିକ କାହାଣୀରୁ ହିଁ ଦହିହାଣ୍ଡି ଉତ୍ସବର ଜନ୍ମ। ଯାହା ଏକ ପରମ୍ପରାରେ ପରିଣତ ହୋଇଛି। ଜନ୍ମାଷ୍ଟମୀ ଆସିଲେ ବିଭିନ୍ନ ସ୍ଥାନରେ ଦହିହାଣ୍ଡି ଉତ୍ସବର ଆୟୋଜନ କରାଯାଇଥାଏ।



from Odisha Reporter https://ift.tt/2Nyei8u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages