ନିର୍ବାଚନ ପାଇଁ କମର କଷିଲା କଂଗ୍ରେସ୍‌: ଗଠନ ହେଲା ୩ କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ନିର୍ବାଚନ ପାଇଁ କମର କଷିଲା କଂଗ୍ରେସ୍‌: ଗଠନ ହେଲା ୩ କମିଟି

ନୂଆଦିଲ୍ଲୀ: ବିରୋଧୀ କଂଗ୍ରେସ ୨୦୧୯ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୨୦୧୯ରେ କ୍ଷମତା ଦଖଲ କରିବା ପାଇଁ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି। ସେହି କ୍ରମରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ୩ଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରିଛନ୍ତି। ଏଆଇସିସି ପକ୍ଷରୁ କୋର୍ ଗ୍ରୁପ୍ କମିଟି,  ଇସ୍ତାହାର କମିଟି ଓ ପ୍ରଚାର କମିଟି ଗଠନ କରାଯାଇଛି । ଏହି ୩ଟି କମିଟିରେ ମୋଟ୍ ୪୧ଜଣ ସଦସ୍ୟ ଥିବାବେଳେ ଓଡ଼ିଶାରୁ ଏକମାତ୍ର ଭକ୍ତଚରଣ ଦାସଙ୍କୁ ୧୩ଜଣିଆ ପ୍ରଚାର କମିଟିରେ ସ୍ଥାନ ମିଳିଛି ।

ଗଠନ ହୋଇଥିବା କୋର୍ ଗ୍ରୁପ୍ କମିଟିର ସଦସ୍ୟମାନେ ୨୦୧୯ ପାଇଁ ଦଳ କେଉଁ ପ୍ରକାରର ପ୍ରସ୍ତୁତି କରିବା ଉଚିତ  ଏବଂ ପରବର୍ତ୍ତୀ ଅବସ୍ଥାରେ ଏହାକୁ କେମିତି ଆଗକୁ ବଢ଼ାଯିବ, ସେସବୁର ଯୋଜନା ପ୍ରସ୍ତୁତ କରିବା ସାଙ୍ଗକୁ ତା’ର  କାର୍ଯ୍ୟକାରିତାର ତଦାରଖ ମଧ୍ୟ କରିବ।

ସେହିପରି ଅନ୍ୟ ଦୁଇଟି କମିଟି ମଧ୍ୟରୁ ଗୋଟିଏ ଦଳର ୨୦୧୯ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବ ଓ ଅନ୍ୟ କମିଟିର ସଦସ୍ୟମାନେ ପ୍ରଚାର କାର୍ଯ୍ୟ କେମିତି ସମ୍ପାଦନ ହେବ, ତା’ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ।

ଦଳର ସାଧାରଣ ସମ୍ପାଦକ ଅଶୋକ ଗେହଲଟ୍‌ କହିଛନ୍ତି, କଂଗ୍ରେସ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି କମିଟି ଗଠନ କରିଛି। ଏବେଠାରୁ ହିଁ ଦଳ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରିବ। ଦଳର ଇସ୍ତାହାରରେ କ’ଣ ରହିବ, ପ୍ରଚାର ଏବଂ ଯୋଗାଯୋଗ କେମିତି କରାଯିବ, ତା’ର ସମୀକ୍ଷା ଓ ତର୍ଜମା କରିବାକୁ ଏହି କମିଟି ଗଠନ କରାଯାଇଛି।

ନିର୍ବାଚନ ପାଇଁ ଏଭଳି ତିନି ତିନିଟି କମିଟି ଗଠନ କରିବା କଂଗ୍ରେସ ଇତିହାସରେ ପ୍ରଥମ ଘଟଣା। ଏହି କୋର୍ ଗ୍ରୁପ୍ କମିଟିରେ ୯ ଜଣ ସଦସ୍ୟ ଅଛନ୍ତି। ସେମାନେ ହେଲେ, ଏକେ ଆଣ୍ଟୋନି, ଗୁଲାମ ନବୀ ଆଜାଦ, ପି ଚିଦାମ୍ବରମ୍‌, ଅଶୋକ ଗେହଲଟ୍‌, ମଲ୍ଲିକାର୍ଜୁନ୍‌ ଖାଡ଼ଗେ, ଅହମ୍ମଦ ପଟେଲ୍‌, ଜୟରାମ ରମେଶ, ରଣଦୀପ ସୂର୍ଯ୍ୟେୱାଲା ଓ କେସି ଭେନୁଗୋପାଲ।

ସେହିପରି ଏଆଇସିସି ପ୍ରଚାର କମିଟିରେ ଭକ୍ତଚରଣ ଦାସ, ପବୀନ ଚକ୍ରବର୍ତ୍ତୀ, ମିଲିନ୍ଦ ଦୋଓରା, କେଟକାର କୁମାର, ପୱନ ଖେରା, ଆନନ୍ଦ ଶର୍ମା, ଭିଡି ସାଥିଶାନ୍, ଜୟବୀର ଶେରଗିଲ୍ , ରାଜୀବ ଶୁକ୍ଳା, ଦିବ୍ୟା ସ୍ପନ୍ଦନା, ରଣଦୀପ ସୁର୍ଜେୱାଲା, ମନୀଷ ତିୱାରୀ ଓ ପ୍ରମୋଦ ତିୱାରୀ ରହିଛନ୍ତି ।

ସେହିପରି ଏଆଇସିସି ଇସ୍ତାହାର କମିଟିରେ ସାମ୍ ପିଟ୍ରୋଡା, ସଲମାନ୍ ଖୁର୍ସିଦ, ଶୈଳେଜା କୁମାରୀ, ଶଶୀ ଥରୁର, ପି.ଚିଦାମ୍ବରମ୍, ସୁସ୍ମିତା ଦେବ, ମିନାକ୍ଷୀ ନଟରାଜନ, ଜୟରାମ ରମେଶଙ୍କ ସମେତ ମୋଟ ୧୯ଜଣ ସଦସ୍ୟ ରହିଛନ୍ତି।

 



from Odisha Reporter https://ift.tt/2ocyy4t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages