ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ପଞ୍ଝା ମେଲୋଉଛି ଜଣ୍ଡିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ପଞ୍ଝା ମେଲୋଉଛି ଜଣ୍ଡିସ୍‌

bhadrak

ଚାନ୍ଦବାଲି (ବାସୁଦେବ ଦାସ): ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ଘରକୁ ଘର ବ୍ୟାପୁଛି ଜଣ୍ଡିସ୍‌। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୌଡ଼ୁଣୀ ପୋଖରୀ ଗାଁରେ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଗାଁରେ ଏବେ ୩୦ରୁ ଅଧିକ ପିଲା ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ପୂରା ଘଟଣା ଏମିତି। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୌଡ଼ୁଣୀ ପୋଖରୀ ଗାଁରେ ୬୦୦ରୁ ଅଧିକ ଲୋକ ବାସ କରନ୍ତି। ଗାଁରେ ଥିବା ୪ଟି ନଳକୂପ ଉପରେ ଲୋକେ ନିର୍ଭର କରିଥାଆନ୍ତି। ମାତ୍ର ନଳକୂପ ଚାରିପାର୍ଶ୍ୱର ପାଣି ଜମି ରହିଥିବାରୁ ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ନର୍ଦ୍ଦମା ପାଣି ରାସ୍ତାରେ ମାଡ଼ୁଛି। ସେହି ଅପରିଷ୍କାର ପାଣି ସଂସ୍ପର୍ଶରେ ଆସି ପିଲାମାନେ ରୋଗର ଶିକାର ହେଉଛନ୍ତି।

ଗତ ତିନିଦିନ ଧରି ଉକ୍ତ ଗାଁର ୩୦ରୁ ଅଧିକ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଜ୍ୱର ହେବାର ହେବା ସହିତ ଝାଡ଼ ହେଉଛି। ଆଉ କିଛି ପିଲାଙ୍କ ଦେହ ଘୋଳାବିନ୍ଧା କରିବା ସହିତ ଆଖି ଓ ନଖ ହଳଦିଆ ପଡ଼ିଯାଉଛି। ଦିନକୁ ଦିନ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଉଥିବାରୁ ପରିବାର ଲୋକେ ନିକଟସ୍ଥ ମତୋ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ପ୍ରଭାତୀ ରାଉତ (୬), ଲକ୍ଷ୍ମୀପ୍ରିୟା ମହାନ୍ତି (୮), ଜିନା ମହାନ୍ତି (୭) ଓ ଶୁଭସ୍ୱପ୍ନା ରାଉତ (୬)ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଜଣ୍ଡିସ୍‌ ବ୍ୟାପୁଥିବା ନେଇ ଖବର ପ୍ରକାଶ ପାଇବା ପରେ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପରିକି ଜଣ୍ଡିସ୍‌ର ମୁକାବିଲା ପାଇଁ ସ୍କୁଲରେ ପିଲାମାନଙ୍କୁ ବୁଝାଉଛନ୍ତି।



from Odisha Reporter https://ift.tt/2MNLonS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages