ଗାଁର ନାଁ ପାଇଁ ବାହାଘରରେ ଦେଖା ଦେଉଥିଲା ସମସ୍ୟା: ସରକାର ବଦଳାଇ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ଗାଁର ନାଁ ପାଇଁ ବାହାଘରରେ ଦେଖା ଦେଉଥିଲା ସମସ୍ୟା: ସରକାର ବଦଳାଇ ଦେଲେ

village

ଜୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ବସୁନ୍ଧରା ରାଜେ ସିନ୍ଧେ ସରକାର ୩ଟି ଗାଁର ନାଁ ବଦଳାଇ ଦେଇଛନ୍ତି। ଏହା ମଧ୍ୟରେ ରହିଛି ‘ମିୟାଁ କା ବାଡ଼ା’ ଗାଁ। ଏବେ ଏହାର ନାଁ ବଦଳି ‘ମହେଶ ନଗର’ ହୋଇଯାଇଛି। ଉଲ୍ଲେଖନୀୟ କଥା ହେଲା ଏପରି ନାଁ କାରଣରୁ ଏଠାରେ ବିବାହକୁ ନେଇ ବହୁତ ସମସ୍ୟା ହେଉଥିଲା ବୋଲି ଲୋକେ ବହୁ ଦିନରୁ ଅଭିଯୋଗ କରି ଆସୁଥିଲେ।

ଭାରତୀୟ ସୀମାରେ ବାଡ଼ମେର୍‌ ଜିଲ୍ଲାରେ ଥିବା ଏହି ଗାଁର ଲୋକସଂଖ୍ୟା ପ୍ରାୟ ଦୁଇ ହଜାର। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅନେକ ଲୋକ ଭାବୁଥିଲେ ‘ମିୟାଁ କା ବାଡ଼ା’ ଗାଁର ଲୋକେ ମୁସ୍‌ଲିମ୍‌ ହୋଇଥିବେ। ତେଣୁ ଏଠାରେ ହିନ୍ଦୁ ଧର୍ମର ପିଲାମାନଙ୍କ ବିବାହ ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ହେଲେ ଏଠାରେ ସଂଖ୍ୟାଧିକ ଲୋକ ହିନ୍ଦୁ ସମ୍ପ୍ରଦାୟର।

ସ୍ଥାନୀୟ ସରପଞ୍ଚ ହନୁମାନ ସିଂହ କହିଛନ୍ତି, “ପୂର୍ବରୁ ଗାଁର ନାଁ ମହେଶ ରୋ ବାଡ଼ୋ ଥିଲା। ଦେଶ ସ୍ୱାଧୀନ ହେବା ପରେ ଏହାର ନାଁ ବଦଳାଇ ‘ମିୟାଁ କା ବାଡ଼ା’ ରଖି ଦିଆଯାଇଥିଲା।”

ଏହାବାଦ୍‌ ଅନ୍ୟ ଦୁଇଟି ଗାଁର ନାଁ ମଧ୍ୟ ରାଜ୍ୟ ସରକାର ବଦଳାଇ ଦେଇଛନ୍ତି। ଝୁନ୍‌ଝୁନ୍‌ ଜିଲ୍ଲାର ଇସମାଇଲ୍‌ ଖୁର୍ଦ ଗାଁ ନାଁ ବଦଳାଇ ପିଚନୱା ଖୁର୍ଦ ରଖାଯାଇଛି। ସେହିପରି ଜାଲୋ ଜିଲ୍ଲାର ନରପଡ଼ାର ନାଁ ବଦଳାଇ ନରପୁରା କରି ଦିଆଯାଇଛି।

ରେଳ ମନ୍ତ୍ରାଳୟ, ଡାକ ବିଭାଗ ଓ ଭାରତୀୟ ସର୍ବେକ୍ଷଣ ବିଭାଗ ପକ୍ଷରୁ କୌଣସି ଆପତ୍ତି ଉଠା ନଯିବା ପରେ ଗୃହ ମନ୍ତ୍ରାଳୟ ଏହି ୩ଟି ଗାଁର ନାଁ ବଦଳାଇଛନ୍ତି। ଗାଁର ନାଁ ବଦଳାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ।

 



from OdishaReporter https://ift.tt/2KDTY3u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages