ପୁଲିସ୍‌ ଇଣ୍ଟରଭ୍ୟୁ ବେଳେ ପରୀକ୍ଷାର୍ଥୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ପୁଲିସ୍‌ ଇଣ୍ଟରଭ୍ୟୁ ବେଳେ ପରୀକ୍ଷାର୍ଥୀ ଗୁରୁତର

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝରରେ ଆଜି ପୁଲିସ୍‌ କନଷ୍ଟେବଲ୍‌ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀ ଗୁରୁତର ହୋଇପଡ଼ିଛନ୍ତି।  ତାଙ୍କ ନାଁ ଦମୟନ୍ତୀ ବେହେରା। ତାଙ୍କ ଘର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଜଙ୍ଗିରା ଗାଁରେ ବୋଲି ଜଣାପଡ଼ିଛି।

ଦୌଡ଼ ପରୀକ୍ଷା ବେଳେ ଦମୟନ୍ତୀ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି।

ଗତକାଲି ମଧ୍ୟ ଏଠାରେ ତେଲକୋଇ ଅଞ୍ଚଳର ଜଣେ ପରୀକ୍ଷାର୍ଥୀ ଅସୁସ୍ଥ ହୋଇପଡ଼ିଥିଲେ।

ସୂଚନାଯୋଗ୍ୟ, ଗତକାଲି  କଟକ ଓଏଏସ୍‌ଏପି ବାଟାଲିୟନ୍‌ରେ ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ପରୀକ୍ଷାର୍ଥୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ପରୀକ୍ଷାର୍ଥୀ ଜଣକ ହେଲେ କଟକ ବଡ଼ମ୍ବା ନରସିଂହପୁରର ରମେଶ ପ୍ରଧାନ। ଏହି ଖବର ପ୍ରକାଶ ପାଇବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।



from OdishaReporter https://ift.tt/2OYtcq0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages