ବନ୍ୟା ପ୍ରଭାବିତଙ୍କୁ ସହାୟତା ପାଇଁ ଝିଅର ନିର୍ବନ୍ଧକୁ କ୍ୟାନ୍‌ସଲ୍‌ କଲେ, ଖର୍ଚ୍ଚ ହେବାକୁ ଥିବା ଟଙ୍କା ରିଲିଫ୍‌ ଫଣ୍ଡ୍‌କୁ ଦେଲେ ଏହି ସାମ୍ବାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ବନ୍ୟା ପ୍ରଭାବିତଙ୍କୁ ସହାୟତା ପାଇଁ ଝିଅର ନିର୍ବନ୍ଧକୁ କ୍ୟାନ୍‌ସଲ୍‌ କଲେ, ଖର୍ଚ୍ଚ ହେବାକୁ ଥିବା ଟଙ୍କା ରିଲିଫ୍‌ ଫଣ୍ଡ୍‌କୁ ଦେଲେ ଏହି ସାମ୍ବାଦିକ

journo

ଥିରୁଅନନ୍ତପୁରମ୍‌: ଭୟାବହ ବନ୍ୟା ଯୋଗୁ କେରଳରେ ଏଯାଏ ୩୩୮ ଜଣଙ୍କର ପ୍ରାଣହାନି ଘଟିଲାଣି। ଏବେ ବି ବହୁ ଜିଲ୍ଲା ପାଣି ଘେରରେ ଥିବାବେଳେ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

ବନ୍ୟାର କ୍ରୁରତାକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରାଜ୍ୟକୁ ୬୦୦ କୋଟି ଟଙ୍କାର ସହାୟତା ରାଶି ଦେଇଛନ୍ତି। ପଞ୍ଜାବ ଓ ଓଡ଼ିଶା ସରକାର ମଧ୍ୟ ସହାୟତା ରାଶି ପ୍ରଦାନ କରିଛନ୍ତି।

ତେବେ କେବଳ କେନ୍ଦ୍ର କି ବିଭିନ୍ନ ରାଜ୍ୟର ସରକାର ନୁହନ୍ତି, ସାଧାରଣ ଲୋକେ ମଧ୍ୟ ବନ୍ୟାଦୁର୍ଗତଙ୍କୁ ଆର୍ଥିକ ସହାୟତା ପାଇଁ ଆଗେଇ ଆସିଛନ୍ତି। କେରଳର ଜଣେ ବରିଷ୍ଠ ସାମ୍ବାଦିକ ନିଜ ଝିଅର ନିର୍ବନ୍ଧ ଉତ୍ସବକୁ ବାତିଲ୍ କରି ଏଥିପାଇଁ ରଖିଥିବା ଟଙ୍କାକୁ ରିଲିଫ୍‌ ଫଣ୍ଡ୍‌କୁ ଦାନ କରିଛନ୍ତି।

ସୂଚନା ଅନୁଯାୟୀ, ମଲାୟାଲମ୍‌ ଖବରକାଗଜ ‘ଦେଶାଭିମାନି’ର ଏଡିଟର ପିଏମ୍‌ ମନୋଜ ବନ୍ୟାର ଭୟାବହତାକୁ ଅନୁଭବ କରିବା ପରେ ତୁରନ୍ତ ନିଜ ଭାବୀ ଜ୍ୱାଇଁଙ୍କୁ ଡକାଇ ନିର୍ବନ୍ଧ ଉତ୍ସବକୁ ସ୍ଥଗିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଉଭୟ ଆଲୋଚନା କରି ରବିବାର କନ୍ନୁରରେ ହେବାକୁ ଥିବା ଏହି ନିର୍ବନ୍ଧ ଉତ୍ସବକୁ ବାତିଲ୍ କରିଦେବା ସହ ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଟଙ୍କାକୁ ବନ୍ୟା ପ୍ରଭାବିତଙ୍କ ପାଇଁ ଉଦ୍ଦିଷ୍ଟ ରିଲିଫ୍‌ ଫଣ୍ଡ୍‌କୁ ପ୍ରଦାନ କରିଛନ୍ତି।

ମନୋଜଙ୍କ କହିଛନ୍ତି, ‘ମୋ’ ଝିଅ ଦେବୀଙ୍କ ସହ ଆଡ୍‌ଭୋକେଟ୍‌ ସୁଧାକରନ୍‌ଙ୍କ ନିର୍ବନ୍ଧ ଅଗଷ୍ଟ୧୯ ତାରିଖରେ ହେବାର ଥିଲା। କିନ୍ତୁ ବନ୍ୟାର ବିତ୍ପାତ ଦେଖି ଆମେ ନିର୍ବନ୍ଧ ସମାରୋହକୁ ବାତିଲ୍ କରି ଦେଇଛୁ। ଉଭୟ ପରିବାରର ନିଷ୍ପତ୍ତି ଅନୁସାରେ, ନିର୍ବନ୍ଧ ଉତ୍ସବ ପାଇଁ ଥିବା ଟଙ୍କାକୁ ଆମେ ରିଲିଫ୍‌ ଫଣ୍ଡ୍‌କୁ ଡୋନେଟ୍‌ କରିଦେଲୁ’।



from Odisha Reporter https://ift.tt/2MFJl54

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages