ବକ୍‌ରି-ଇଦ୍‌ରେ ଅଶାନ୍ତ କାଶ୍ମୀର୍‌: ଦୁଇଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ବକ୍‌ରି-ଇଦ୍‌ରେ ଅଶାନ୍ତ କାଶ୍ମୀର୍‌: ଦୁଇଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

kashmir

କାଶ୍ମୀର: ସାରା ଦେଶ ଉତ୍ସାହର ସହ ବକ୍‌ରି-ଇଦ୍‌ ପାଳନ କରୁଥିବା ବେଳେ, କାଶ୍ମୀରରେ ଆତଙ୍କବାଦୀ ରଚିଛନ୍ତି ବର୍ବର କାଣ୍ଡ। ଆତଙ୍କବାଦୀମାନେ ଜଣେ ପୁଲିସ୍‌ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି। ସେହିପରି ଜଣେ ବିଜେପି କର୍ମୀଙ୍କୁ ଘରୁ ଡାକି ନେଇ ନିର୍ମମ ହତ୍ୟା କରିଛନ୍ତି।
ବକ୍‌ରି-ଇଦ୍‌ ପାଇଁ କାଶ୍ମୀର ଉତ୍ସବମୁଖର ଥିଲାବେଳେ, ଆତଙ୍କବାଦୀମାନେ କନେଷ୍ଟବଲ୍‌ ଫୟଜ ଅହମ୍ମଦ ଶାହଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଫୟଜ ଇଦ୍‌ ପ୍ରାର୍ଥନା ପରେ ଘରକୁ ଫେରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଟାର୍ଗେଟ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହାସହ ଆତଙ୍କବାଦୀମାନେ ହାସନ୍‌ପୋରାରେ ଥିବା ସିଆର୍‌ପିଏଫ୍‌ ବାଟାଲିୟନ୍‌ ଉପରକୁ ମଧ୍ୟ ଆକ୍ରମଣ କରିଛନ୍ତି। କିଛି ଅଜଣା ବ୍ୟକ୍ତି ବାଇକ୍‌ରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ।
ପୁଲୱାମା ଜିଲ୍ଲାରେ ଜଣେ ବିଜେପି କର୍ମୀଙ୍କୁ ଆଜି ଆତଙ୍କବାଦୀମାନେ ଘରୁ ଡାକି ନେଇ ହତ୍ୟା କରିଛନ୍ତି। ମୃତକଙ୍କ ନାଁ ସବିର୍‌ ଅହମ୍ମଦ ଭଟ୍ଟ। ସେ ବିଜେପିର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିଲେ। ଭୋର୍‌ ପ୍ରାୟ ୩ଟା ବେଳେ ଆତଙ୍କବାଦୀମାନେ ସବିରଙ୍କୁ ଘରୁ ଡାକି ନେଇଥିଲେ। ସକାଳୁ ସକାଳୁ କୁପୱାରାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ସବିର ବିଜେପିର ଆଇଟି ଓ ସୋଶାଲ୍‌ ମିଡିଆ ଦାୟିତ୍ୱରେ ମଧ୍ୟ ଥିଲେ। ଗତ ସପ୍ତାହରେ ଜାମ୍ମୁ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା କରାଯିବା ପରେ ପ୍ରଥମଥର ପାଇଁ କୌଣସି ରାଜନେତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2PvNwzi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages