
ବେଙ୍ଗାଲୁରୁ:କଥାରେ ଅଛି ରଖେ ହରି ତ’ ମାରେ କିଏ। ବେଙ୍ଗାଲୁରୁରେ ଘଟିଥିବା ଏକ ଘଟଣା ଏହି କଥାଟିକୁ ପୁଣି ଥରେ ପ୍ରମାଣିତ କରିଛି। ଏକ ଭୟଙ୍କର ସଡ଼କ ଦୁର୍ଘଟଣାରୁ ଛୋଟ ଶିଶୁଟି ଯେପରି ଭାବରେ ରକ୍ଷା ପାଇ ଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ସମ୍ପୂର୍ଣ୍ଣ ଘଟଣାଟି ଫିଲ୍ମ ଷ୍ଟାଇଲରେ ଏକ ଡାସ୍ କ୍ୟାମେରାରେ କଏଦ୍ ହୋଇଛି। ଆଉ ଏହି ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
ଗୋଟିଏ ପରିବାରର ସ୍ଵାମୀ,ସ୍ତ୍ରୀ ଓ ତାଙ୍କ ପିଲାକୁ ଧରି ବାଇକ୍ରେ ଯାଉଥିବା ବେଳେ ଏକ ସ୍କୁଟି ସହିତ ପଛରୁ ଧକ୍କା ହୋଇଯାଉଛି। ଫଳରେ ବାଇକରେ ବସିଥିବା ସ୍ଵାମୀ, ସ୍ତ୍ରୀ ରାସ୍ତାରେ ଖସି ପଡ଼ୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଭାବେ ପିଲାଟି ସେମିତି ବାଇକରେ ବସି ରହୁଛି । ଆଉ ବାଇକ୍ଟି ଅଧା କିଲୋମିଟର୍ ଯିବା ପରେ ଡାହାଣ ପଟକୁ ଆସି ରୋଡ୍ ଡିଭାଇଡରରେ ପିଟି ହୋଇ ଯାଉଛି।
ଫଳରେ ବାଇକ୍ରେ ବସିଥିବା ପିଲାଟି ରାସ୍ତା ପାର୍ଶ୍ଵରେ ଥିବା ଘାସ ଗାଲିଚା ଉପରକୁ ଛିଟିକି ପଡ଼ୁଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ପିଲାଟିର କୌଣସି କ୍ଷତି ହୋଇ ନାହିଁ। ବରଂ ପିଲାଟି ଆଣ୍ଠେଇପଡ଼ି ରାସ୍ତା ଆଡ଼କୁ ଅନାଉଛି। ସଙ୍ଗେ ସଙ୍ଗେ ର୍ଘଟଣା ସ୍ଥଳରେ ଉପସ୍ଥିତ ଥିବା କିଛି ଲୋକ ପିଲାଟିକୁ ଉଦ୍ଧାର କରୁଛନ୍ତି। ଏହି ସମସ୍ତ ଦୃଶ୍ୟ ପଛପଟୁ ଆସୁଥିବା ଏକ କାରରେ ଲାଗିଥିବା ଡାସ୍ କ୍ୟାମେରାରେ କଏଦ୍ ହୋଇଛି।
ବାଇକ୍ରେ ବସିଥିବା ପରିବାର ମଧ୍ୟରୁ କେହି ଜଣେ ହେଲେ ବି ହେଲମେଟ୍ ପିନ୍ଧି ନ ଥିଲେ। ଏହି ଦୁର୍ଘଟଣାରେ ପିଲାଟିର ବାପା-ମା’ ଗୁରୁତର ହୋଇଥିବା ବେଳେ ପିଲାଟି କିନ୍ତୁ ସୌଭାଗ୍ୟକ୍ରମେ ରକ୍ଷା ପାଇଯାଇଛି।
from Odisha Reporter https://ift.tt/2w69Uam
No comments:
Post a Comment