ଦଳୀୟ ବୈଠକରେ ଖଡ୍ଗହସ୍ତ ନିରଞ୍ଜନ: ରାଗିକି କହିଲେ, ମୁଁ ସଭାପତି ଅଲ୍‌ବତ୍‌ କହିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଦଳୀୟ ବୈଠକରେ ଖଡ୍ଗହସ୍ତ ନିରଞ୍ଜନ: ରାଗିକି କହିଲେ, ମୁଁ ସଭାପତି ଅଲ୍‌ବତ୍‌ କହିବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତ ସପ୍ତାହରେ ଗଢ଼ିଥିବା ନିଜର ବିଶାଳ ଟିମ୍ ପାଇଁ କୁଆଡ଼େ ଅନୁତାପ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ, ପୂର୍ବରୁ ପ୍ରସାଦ ହରିଚନ୍ଦନଙ୍କ ବଡ଼ ପିସିସି ଟିମକୁ ଖୋଲା ବିରୋଧ କରିଥିବା ନିରଞ୍ଜନ କୁଆଡ଼େ ଦଳର ଶତାଧିକ ପଦାଧିକାରୀଙ୍କ ଉପସ୍ଥିତିରେ ନିଜର ବିଶାଳ ଟିମ୍‌କୁ ନେଇ ମୁହଁ ଖୋଲିଛନ୍ତି।

ସେ ପ୍ରସାଦଙ୍କୁ ବଡ଼ ଟିମ୍ ପାଇଁ ସମାଲୋଚନା କରିଥିଲେ, ଏବେ ତାଙ୍କୁ ମଧ୍ୟ ସେୟା କରିବାକୁ ପଡ଼ିଲା। ସେ ପକାଇଥିବା ଛେପକୁ କୁଆଡ଼େ ଏବେ ନିଜେ ଢୋକିଛନ୍ତି ବୋଲି ନିରଞ୍ଜନ ତାଙ୍କ ଭାଷଣରେ କହିଥିଲେ।

ପକାଇଥିବା ଛେପ ଢ଼ୋକିବା କଥାକୁ ସେ ତାଙ୍କ ଭାଷଣରେ ଥରେ ନୁହେଁ ୩ଥର କହିବାରୁ ମଞ୍ଚରେ ଉପସ୍ଥିତ ବିରୋଧୀ ଦଳ ନେତା ନରସିଂହ ମିଶ୍ର କୁଆଡ଼େ ଆପତ୍ତି ଉଠାଇଥିଲେ। ଗଲା କଥା ତ ଗଲାଣି, କାହିଁକି ବାରମ୍ବାର କହୁଛନ୍ତି ବୋଲି ନରସିଂହ କହୁଥିବା କୁଆଡ଼େ ନିରଞ୍ଜନଙ୍କ କାନରେ ବାଜିଥିଲା।

ଆଉ ସେ ବଡ଼ ପାଟିରେ ‘ମୁଁ ସଭାପତି-ଅଲବତ୍ କହିବି’ ବୋଲି କୁଆଡ଼େ କହିବାକୁ ପଛାଇ ନଥିଲେ। ଏମିତିକି ସେ ପିସିସି ସଭାପତି ପଦ କେମିତି ପାଇଲେ ତା’ର ବି ଗୁମର ଖୋଲିଥିଲେ। ନିରଞ୍ଜନ କହିଥିଲେ, ଯେତେବେଳେ ସେ ପିସିସି ସଭାପତି ହେବାକୁ ଚାହୁଁଥିଲେ ତାଙ୍କୁ କରାଇ ଦିଆଗଲାନି। ଆଉ ସେ ଆଶା ଛାଡ଼ି ଦେଇଥିଲେ।

ସେ ତ ପିସିସି ସଭାପତି ହେବାକୁ ଚାହୁଁନଥିଲେ। କିନ୍ତୁ ‘ୱେ ମେରେକୋ ଫସା ଦିୟା’ ବୋଲି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଲକ୍ଷ୍ୟ କରି କୁଆଡ଼େ କହିଥିଲେ। ଆଉ ପିସିସି ସଭାପତି ପଦ ତ ଦେଲେ, କିନ୍ତୁ ପଛରେ ୩ଜଣଙ୍କୁ ବାନ୍ଧିଦେଲେ। ସେମାନେ କାହାକୁ କୁଆଡ଼େ କ’ଣ ଟିକେଟ୍ ବାଣ୍ଟିଲେଣି । ହେଲେ ସଭାପତି ଥିବା ପର୍ଯ୍ୟନ୍ତ ସେସବୁ କରାଇ ଦେବିନି ବୋଲି କୁଆଡ଼େ ନିରଞ୍ଜନ ଟାଣ ସ୍ଵରରେ କହିବାକୁ ପଛାଇ ନଥିଲେ।



from Odisha Reporter https://ift.tt/2OT6rCZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages