ତାରକା ହୋଟେଲକୁ ନାପସନ୍ଦ କରି କାହ୍ନୁ ଅପଦସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ତାରକା ହୋଟେଲକୁ ନାପସନ୍ଦ କରି କାହ୍ନୁ ଅପଦସ୍ଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ନୂଆ ଟିମ୍ ଗଠନ କରିବା ପରେ ରାଜଧାନୀ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଆଡ଼ମ୍ବରପୂର୍ଣ୍ଣ ବୈଠକର ଆୟୋଜନ କରିଛନ୍ତି। କିନ୍ତୁ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ତାରକା ହୋଟେଲରେ ଡାକିବା ଉପରେ ଆପତ୍ତି ଉଠାଇ କୁଆଡ଼େ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାକୁ ହଟହଟା ହେବାକୁ ପଡ଼ିଛି।

ଶୁଣିବାକୁ ମିଳୁଛି, ନିର୍ବାଚନ ପାଇଁ ପ୍ରସ୍ତୁତି ଓ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପ୍ରସଙ୍ଗରେ ପଦାଧିକାରୀଙ୍କ ମଧ୍ୟରେ ବିଚାରବିମର୍ଶ ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କଂଗ୍ରେସ କାର୍ଯ୍ୟାଳୟ ପାଖରେ ଥିବା ଏକ ତାରକା ହୋଟେଲରେ ବୈଠକ ଡାକିଥିଲେ।

କିନ୍ତୁ ବୈଠକରେ ସବୁ ନେତାଙ୍କ ଉପସ୍ଥିତିରେ ଦଳର ବରିଷ୍ଠ ନେତା ଶ୍ରୀ ଲେଙ୍କା କହିଥିଲେ ଯେ, ତାରକା ହୋଟେଲରେ ବୈଠକ ନକରି ଦଳ କାର୍ଯ୍ୟାଳୟରେ କରିଥିଲେ ଭଲ ହୋଇଥାନ୍ତା। କିନ୍ତୁ ଶ୍ରୀ ଲେଙ୍କାଙ୍କ ପାଟିରୁ କଥା ନସରୁଣୁ ଦଳର ଉପସଭାପତି ନିଯୁକ୍ତି ପାଇଥିବା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସଙ୍ଗେସଙ୍ଗେ ଏହାର ବିରୋଧ କରି ବର୍ଷିଥିଲେ।

ସେ ଉଚ୍ଚ ସ୍ଵରରେ କହିଥିଲେ, “ଆପଣମାନଙ୍କ ପାଇଁ ଦଳରେ କିଛି ହୋଇପାରୁନି କି କେହି କିଛି କରିପାରୁନାହାନ୍ତି। ସବୁ ଦଳ ତାରକା ହୋଟେଲରେ ତାଙ୍କର ବୈଠକ କରୁଛନ୍ତି। କଂଗ୍ରେସ ଡାକିଲେ ଅସୁବିଧା କ’ଣ?”

ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ସହ ଅନ୍ୟ କିଛି ନେତା ସ୍ୱର ମିଶାଇବାରୁ ଶ୍ରୀ ଲେଙ୍କା ଚୁପ୍ ରହିଥିଲେ। ଆଉ କ୍ଷୋଭର ସହ ସେ କହିଥିବା କଥାର ଓଲଟା ପରିଣାମ ହେବା ଦେଖି ଚୁପ୍ ରହିଥିଲେ। ତେବେ ଶ୍ରୀ ଲେଙ୍କାଙ୍କ ପ୍ରତି ଏଭଳି ଆଚରଣକୁ ସେଠାରେ ଥିବା ବରିଷ୍ଠ ନେତାମାନେ ନାପସନ୍ଦ କରିଥିଲେ।



from Odisha Reporter https://ift.tt/2MZJdub

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages