ଯାହା କହୁଛ କରୁଛି, ପାଣ୍ଠି ଦଉଛି, ଦବନି ଟିକେଟ୍ ଖଣ୍ଡେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ଯାହା କହୁଛ କରୁଛି, ପାଣ୍ଠି ଦଉଛି, ଦବନି ଟିକେଟ୍ ଖଣ୍ଡେ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଏକ ଦୁହାଁଳିଆ ବିଭାଗର ଜଣେ ସଚିବଙ୍କୁ ଏବେ କୁଆଡ଼େ ବିଜେଡି ଟିକେଟରେ ବିଧାୟକ ହେବା ନିଶା ଘାରିଛି ବୋଲି ପାୱାର କରିଡରରେ ଚର୍ଚ୍ଚା।

ଶାସକ ବିଜେଡିକୁ ଦଳୀୟ କାର୍ଯ୍ୟ ପାଇଁ ମୋଟା ଅଙ୍କର ପାଣ୍ଠି ଦେବାଠୁ ଆରମ୍ଭ କରି ଅନେକ କଳା କାର୍ଯ୍ୟକୁ ଧଳା କରିବାରେ ସିଦ୍ଧହସ୍ତ ଏହି ସଚିବ କୁଆଡ଼େ ପଶ୍ଚିମ ଓଡ଼ିଶାର ଏକ ପଛୁଆ ଜିଲ୍ଲାରୁ ବିଧାୟକ ପ୍ରାର୍ଥୀ ହେବାକୁ ଆଗ୍ରହୀ।  ବାବୁଙ୍କୁ କୁଆଡ଼େ ଏଥିପାଇଁ ଗ୍ରୀନ୍ ସିଗ୍ନାଲ ମିଳିସାରିଛି।

ଶୁଣିବାକୁ ମିଳୁଛି, ଏକ ବିବାଦୀୟ ନିର୍ମାଣ ସଂସ୍ଥାରେ ପୁଞ୍ଜିନିବେଶଠୁ ଆରମ୍ଭ କରି ଅନେକ ଟେଣ୍ଡରରେ ମୋଟା ଅଙ୍କ ଉପାର୍ଜନ କରୁଥିବା ଏହି ବାବୁ କୁଆଡ଼େ ନିକଟରେ ଟଙ୍କା ଉପାର୍ଜନର ଏକ ନୂଆ ବାଟ ଖୋଜି ପାଇଛନ୍ତି। ସେ ତାଙ୍କ ବିଭାଗ ଅଧୀନରେ ୩୧ଜଣ ଅଫିସର୍ଙ୍କୁ କୁଆଡ଼େ ବର୍ଷକ ପାଇଁ ପୁନଃ ନିଯୁକ୍ତି ଦେଇଛନ୍ତି। ଏହି ଦୁହାଁଳିଆ ବିଭାଗରେ ସେମାନେ ଓଏସଡି ଭାବେ କାର୍ଯ୍ୟ କରିବେ।ଏହି ଅଫିସରମାନେ ଚାକିରି କାଳ ଆରମ୍ଭରୁ ହିଁ  ‘ପିସି’ ସଂସ୍କୃତିରେ ବଢ଼ି ଆସିଛନ୍ତି।

ଅବଶ୍ୟ ବିଭାଗଟିର ଚରିତ୍ର ସେୟା ହୋଇଥିବାରୁ କିଛି ନକଲେ ବି ‘ପିସି’ ଆପେଆପେ ପକେଟକୁ ଆସିବ। ସେଇଥିପାଇଁ ସେମାନେ ନିର୍ବାଚନୀ ବର୍ଷରେ ମୋଟା ଅଙ୍କର ଅର୍ଥ ଦେଇ ବର୍ଷକ ପାଇଁ ପୁଣି ରାଜ୍ୟର ଏହି ଦୁହାଁଳିଆ ବିଭାଗରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି।

ଆଉ ଏହି ଅଫିସରମାନଙ୍କ ପୁନଃ ନିଯୁକ୍ତି ଓ ସେମାନଙ୍କଠୁ ମୋଟା ଅଙ୍କର ଅର୍ଥ ଆଦାୟ କରିବାର ଦାୟିତ୍ୱ କୁଆଡ଼େ ଏହି ସଚିବ ନେଇଥିଲେ। ନିଜେ ଯେଉଁ ଶୈଳୀରେ ପୁନଃ ନିଯୁକ୍ତି ପାଇଛନ୍ତି କୁଆଡ଼େ ସେହି ଫର୍ମୂଲା ଏହି ଅଫିସରମାନଙ୍କ ପାଇଁ ଉପଯୋଗ କରିଛନ୍ତି। ଏହି ପୁନଃ ନିଯୁକ୍ତି ପାଇଁ ଜଣେ ଲେଖାଏ ଅଫିସର କୁଆଡ଼େ ୧୫ରୁ ୨୦ଲକ୍ଷ ଟଙ୍କା ଦେଇଛନ୍ତି।

ଅବଶ୍ୟ ଏହି ଅଫିସରମାନେ ଯେଉଁ ପଦବୀରେ ଅଛନ୍ତି ସେତକ ଅର୍ଥ ଗୋଟିଏ-ଦୁଇଟି ବଡ଼ କାମର ବିଲ୍ ପାସ୍ କରିଦେଲେ ଆପେଆପେ ତାଙ୍କ ତହବିଲକୁ ଆସିଯିବ। ତେଣୁ ମାଛତେଲରେ ମାଛ ଭାଜିବା ଭଳି ଏହି ଅଫିସରମାନେ ଯାହାକିଛି ଉପାର୍ଜନ କରିଥିଲେ ସେଥିରୁ ସମ୍ପୃକ୍ତ ସଚିବଙ୍କୁ ଦେଇ ପୁଣିଥରେ ବର୍ଷକ ପର୍ଯ୍ୟନ୍ତ ରାଜକୋଷକୁ ଲୁଟିବାର ବାଟକୁ ପ୍ରଶସ୍ତ କରିଥିବା ଚର୍ଚ୍ଚା ହେଉଛି।

ଶୁଣିବା କଥା ହେଉଛି, ଏହି ସଚିବଜଣକ କୁଆଡ଼େ ବିଧାୟକ ହେବା ନିଶାରେ ନିଜ ପୈତୃକ ବାସଭବନର ପଡ଼ୋଶୀ ଜିଲ୍ଲାରୁ ନିର୍ବାଚିତ ହେବାକୁ ଆଶା ବାନ୍ଧି ବସିଛନ୍ତି। ସେଠାରେ ବିଜେଡିର ସେଭଳି କୌଣସି ଟାଣୁଆ ନେତା ନାହାନ୍ତି। ଯିଏ ଜଣେ ଥିଲେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇସରିଛି।

ଏହାରି ସୁଯୋଗରେ ବାବୁ କୁଆଡ଼େ ସେଠାରୁ ନିର୍ବାଚନ ଲଢ଼ିବେ ବୋଲି ଏବେଠୁ ପ୍ରସ୍ତୁତି ଜୋରଦାର କରିସାରିଲେଣି। ତୃତୀୟ ମହଲା ବାବୁଙ୍କୁ ସବୁ କଥାରେ ‘ଆଜ୍ଞା ହଜୁର’ କହି ନିଜର ଟିକେଟଟିକୁ ପକ୍କା କରିବାକୁ ଏବେଠୁ ସମ୍ପୃକ୍ତ ସଚିବଜଣକ ପୁରା ଜୋଶ୍‌ରେ ଲାଗିପଡ଼ିଛନ୍ତି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2BSlsDk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages