ହାଇଦ୍ରାବାଦ ବୋମା ବିସ୍ଫୋରଣ: ୪ରେ ଆସିବ ଚୂଡ଼ାନ୍ତ ରାୟ, ୪୨ ଲୋକଙ୍କର ଯାଇଥିଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ହାଇଦ୍ରାବାଦ ବୋମା ବିସ୍ଫୋରଣ: ୪ରେ ଆସିବ ଚୂଡ଼ାନ୍ତ ରାୟ, ୪୨ ଲୋକଙ୍କର ଯାଇଥିଲା ଜୀବନ

ହାଇଦ୍ରାବାଦ:୨୦୦୭ ଅଗଷ୍ଟ ୨୫ରେ ହାଇଦ୍ରାବାଦରେ ହୋଇଥିବା ବହୁଚର୍ଚ୍ଚିତ ଦୁଇଟି ବୋମା ବିସ୍ଫୋରଣ ମାମଲାର ଚୂଡ଼ାନ୍ତ ରାୟ  ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଆସିବ। ଏହି ବୋମା ବିସ୍ଫୋରଣରେ ୪୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଏଥିରେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଉଭୟ ପକ୍ଷର ବିଚାର ଶୁଣିବା ଏବଂ ମାମଲାର ଶୁଣାଣି ଅନ୍ତିମ ପର୍ଯ୍ୟାୟ ଗତ ଅଗଷ୍ଟ ୭ ତାରିଖରେ ପହଞ୍ଚିଥିବା ବେଳେ ଏ ସମ୍ପର୍କିତ ଚୂଡ଼ାନ୍ତ ରାୟ ଅଗଷ୍ଟ ୨୭ ତାରିଖ ଅର୍ଥାତ ଆଜି ଆସିବା ନେଇ ଧାର୍ଯ୍ୟ କରାଯାଇଥିଲା। ତେବେ କୌଣସି କାରଣରୁ ଏହି ତାରିଖକୁ ସେପ୍ଟେମ୍ବର ୪କୁ ଘୁଞ୍ଚାଇଦିଆଯାଇଛି।

ସୂଚନା ଅନୁଯାୟୀ ଗୋଟିଏ ଘଟଣା କୋଟି ଇଲାକା ଗୋକୁଳ ଚାଟ୍‌ରେ ଘଟିଥିଲା ବେଳେ ଅନ୍ୟଟି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଲୁମ୍ବିନି ପାର୍କରେ ଘଟିଥିଲା। ଏହି ଘଟଣାରେ ପୁଲିସ ଦୁଇଟି ଜାଗାରୁ ଦୁଇଟି ପରିଚୟପତ୍ର(ଆଇଡି) ଜବତ କରିଥିଲା।  ତେବେ ଘଟଣାର ୧୧ ବର୍ଷ ପରେ ଏହାର ଚୂଡ଼ାନ୍ତ ରାୟ ଆସିବାକୁ ଯାଉଛି।ଏହି ମାମଲାରେ ଭିଡିଓ କନଫରେନ୍ସି ଜରିଆରେ ଶୁଣାଣି ଜାରି ରହିଥିଲା। ମାମଲାରେ ତେଲେଙ୍ଗାନା ଗୋଇନ୍ଦା ସେଲ ୭ ଜଣଙ୍କ ନାମରେ ଆତଙ୍କ ଖେଳାଇ ଥିବା ଚାର୍ଜସିଟ୍‌ ଦାଖଲ କରିଥିଲା।

ଘଟଣାରେ ଇଣ୍ଡିଆନ୍‌ ମୁଜାହିଦ୍ଦିନର ପ୍ରତିଷ୍ଠାତା ରିୟାଜ୍‌ ଭଟକଲ ଏବଂ ଇକ୍‌ବାଲ ଭଟକଲ ମାଷ୍ଟରମାଇଣ୍ଡ ଥିବା ପୋଲିସ  ତଦନ୍ତରୁ ଜଣାପଡ଼ିଥିଲା।  ସେହିପରି ଏଥିରେ ଅନ୍ୟ ଅଭିଯୁକ୍ତ ଅନିକ୍‌ ଶଫିକ୍‌ ସଇଦ୍‌, ମହମ୍ମଦ ଅକବର ଇସ୍ମାଇଲ୍‌, ଫାରୁକ୍‌ ଶର୍ଫୁଦ୍ଦିନ୍‌, ମହମ୍ମଦ ସାଦିକ୍‌ ସାମିଲ ଥିଲେ। ତେବେ ଏବେ ବି ରିୟାଜ୍‌ ଭଟକଲ ଏବଂ ଇକ୍‌ବାଲ ଫେରାର ଅଛନ୍ତି।

 

 



from Odisha Reporter https://ift.tt/2of6LRb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages