
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବବାବୁ ଓ ପ୍ରେମାନନ୍ଦ ବାବୁ। ଗୋଟିଏ ଅଫିସ୍ରେ କାମ କରନ୍ତି। ଦୁହେଁ ଭାରି ସାଙ୍ଗ। କେବଳ ଅଫିସ୍ ନୁହେଁ, ଘରେ ବି ସେମାନେ ଯାହା କରନ୍ତି ମିଶିକି କରନ୍ତି। ଦିନକର କଥା।
ଅଫିସରେ ଲଞ୍ଚ୍ ଖାଉଥିବାବେଳେ ନବବାବୁ ପ୍ରେମାନନ୍ଦ ବାବୁଙ୍କୁ ପଚିରିଲେ- ଆଚ୍ଛା ପ୍ରେମାନନ୍ଦବାବୁ, ଗତ କିଛିଦିନ ହେଲା ଆପଣ ତ ଅନେକ ପ୍ରକାର ତରକାରୀ ଧରି ଆସୁଥିଲେ। ଆଜି ହଠାତ୍ କ’ଣ ମାତ୍ର ଗୋଟିଏ ତରକାରୀ ଧରି ଆସିଛନ୍ତି ? କ’ଣ ମିସେସ୍ ଅସୁସ୍ଥ ?
ପ୍ରେମାନନ୍ଦ ବାବୁ କହିଲେ- ନାଇଁ ନାଇଁ ମିସେସ୍ଙ୍କ ଦେହ ପୂରା ଭଲ ଅଛି। ପ୍ରକୃତରେ ଅନେକ ଦିନ ଧରି ଆମ ପଡୋଶୀଙ୍କ ଫ୍ରିଜ୍ଟି ଖରାପ ଥିଲା। ସେଇଟି ଆଜି ସଜଡା ହୋଇ ଯାଇଛି। ତେଣୁ ପଡୋଶୀ ଘର ଆଉ ଆମ ଫ୍ରିଜ୍ରେ ତରକାରୀ ରଖୁ ନାହାନ୍ତି।
from Odisha Reporter https://ift.tt/2OZS2Vu
No comments:
Post a Comment