ବ୍ୟାଡମିଣ୍ଟନ୍‌ ବିଶ୍ୱ ଚାମ୍ପିଅନଶିପ୍‌ ସେମିରେ ସିନ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ବ୍ୟାଡମିଣ୍ଟନ୍‌ ବିଶ୍ୱ ଚାମ୍ପିଅନଶିପ୍‌ ସେମିରେ ସିନ୍ଧୁ

ନାନ୍‌ଜିଙ୍ଗ: ଚୀନ୍‌ର ନାନ୍‌ଜିଙ୍ଗଠାରେ ଚାଲିଥିବା ବ୍ୟାଡମିଣ୍ଟନ୍‌ ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ସଟ୍‌ଲର୍‌ ତଥା ଅଲିମ୍ପିକ୍ସ ରୌପ୍ୟ ବିଜୟନୀ ପିଭି ସିନ୍ଧୁ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ଆଜିର କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ସିନ୍ଧୁ ଜାପାନ୍‌ର ନୋଜୋମି ଓକୁହାରାଙ୍କୁ ୨-୦ ସେଟ୍‌ରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି।

ପ୍ରଥମ ସେଟ୍‌ରେ ଦୁଇ ଖେଳାଳିଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ସିନ୍ଧୁ ଚତ୍ମକାର ଖେଳ ପ୍ରଦର୍ଶନ କରି ୨୧-୧୭ରେ ଏହି ସେଟ୍‌କୁ ଜିତି ନେଇଥିଲେ।

ଦ୍ୱିତୀୟ ସେଟ୍‌ରେ ସିନ୍ଧୁ ୫ ପଏଣ୍ଟ ପଛରେ ରହିଥିଲେ ହେଁ ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ସେଟ୍‌ଟିକୁ ସିନ୍ଧୁ ପୁଣି ୨୧-୧୯ରେ ଜିତି ନେଇଥିଲେ।  ଏହି ବିଜୟ ସହ ସିନ୍ଧୁ ସିଧାସଳଖ ସେମିଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି।

ପୂର୍ବରୁ ଅନ୍ୟତମ୍‌ ଭାରତୀୟ ତାରକା ସାଇନା ନେହ୍ୱାଲ ଓ ପୁରୁଷ ବିଭାଗରେ ସାଇ ପ୍ରଣୀତ କ୍ୱାର୍ଟର ଫାଇନାଲ୍‌ରୁ ବିଦାୟ ନେଇଥିଲେ।



from OdishaReporter https://ift.tt/2O9oVyz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages