ବିଧାନ ପରିଷଦ ଲଲିପପ୍: ମୁଖ୍ୟମନ୍ତ୍ରୀଙ୍କୁ ୭ ପୃଷ୍ଠାର ରିପୋର୍ଟ ଦେଲା କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ବିଧାନ ପରିଷଦ ଲଲିପପ୍: ମୁଖ୍ୟମନ୍ତ୍ରୀଙ୍କୁ ୭ ପୃଷ୍ଠାର ରିପୋର୍ଟ ଦେଲା କମିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡଃ ନୃସିଂହ ସାହୁଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର କମିଟି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭ ପୃଷ୍ଠାର ସୁପାରିସ୍ ରିପୋର୍ଟ ଦେଇଛନ୍ତି।

ଏଥିରେ ବିଧାନ ପରିଷଦର ସଦସ୍ୟଙ୍କୁ ବିଧାୟକ ଭଳି ସୁବିଧାସୁଯୋଗ ଓ ଦରମା ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି। ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ ସରକାରଙ୍କ ପକ୍ଷରୁ ବିଧାନ ପରିଷଦ ଗଠନ ପାଇଁ ଏକ ସ୍ୱତନ୍ତ୍ର ସଂକଳ୍ପ ଅଣାଯିବ ବୋଲି ସୂଚନା ମିଳିଛି।

କମିଟି ଦେଇଥିବା ରିପୋର୍ଟ ଅନୁସାରେ, ବିଧାନ ପରିଷଦରେ ସର୍ବାଧିକ ୪୯ଜଣ ସଦସ୍ୟ ରହିବେ। ଏଥିରେ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟରୁ ୯ ଜଣଙ୍କୁ ସଦସ୍ୟ ଭାବେ ରାଜ୍ୟପାଳ ମନୋନୀତ କରିବେ।

୪ ଜଣ ସଦସ୍ୟଙ୍କୁ ଶିକ୍ଷକ ସଂଗଠନ, ୪ଜଣ ସଦସ୍ୟଙ୍କୁ  ରାଜ୍ୟର ଗ୍ରାଜୁଏଟସ୍ ମନୋନୀତ କରିବାକୁ ଥିବାବେଳେ ୧୬ଜଣ ସଦସ୍ୟଙ୍କୁ ବିଧାୟକମାନେ ଚୟନ କରିବେ । ବାକି ୧୬ଜଣଙ୍କୁ ପଞ୍ଚାୟତ ଓ ପୌର ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନେ ମନୋନୀତ କରିବେ ବୋଲି ଜଣାପଡ଼ିଛି।

ବିଧାନ ପରିଷଦର ସଦସ୍ୟମାନଙ୍କୁ ମଧ୍ୟ ବାର୍ଷିକ ଲ୍ୟାଡ୍ ପାଣ୍ଠି ସହ ମନ୍ତ୍ରିମଣ୍ଡଳରେ ସାମିଲ ହେବାର ସୁଯୋଗ ମିଳିବ। ଦଳ ଭିତରେ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ନିର୍ବାଚନ ପୂର୍ବରୁ ଅସନ୍ତୁଷ୍ଟ ଦଳୀୟ ନେତାଙ୍କ ଥଇଥାନ ପାଇଁ ଏବେଠୁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି।

କମିଟିର ସଦସ୍ୟ ଥିବା ମନୋହର ରନ୍ଧାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦିଆଯାଇଛି ଓ ସେ ଏହା ଉପରେ ତର୍ଜମା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଧାନସଭାର ଆସନ୍ତା ଅଧିବେଶନରେ ଏହି ବିଧାନ ପରିଷଦ ଗଠନ ପାଇଁ ସକଂଳ୍ପ ପ୍ରସ୍ତାବ ଆସିବ।

ସୂଚନାଯୋଗ୍ୟ, ଡଃ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ତେଲେଙ୍ଗାନା ଓ ବିହାର ଗସ୍ତରେ ଯାଇ ସେଠାରେ ବିଧାନ ପରିଷଦ ଗଠନ ପ୍ରକ୍ରିୟାର ଅନୁଧ୍ୟାନ କରିଥିଲେ।

କମିଟିକୁ ବିଜେପି ଓ କଂଗ୍ରେସ ସଭ୍ୟମାନେ ବର୍ଜନ କରିଥିବାବେଳେ ବିଜେଡିର ଦୁଇ ବିଧାୟକ ପ୍ରମିଳା ମଲ୍ଲିକ ଓ ମନୋହର ରନ୍ଧାରୀ ସଦସ୍ୟ ଭାବେ ବିଭିନ୍ନ ରାଜ୍ୟ ଗସ୍ତ କରିଥିଲେ।



from OdishaReporter https://ift.tt/2vAuDSB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages