ୱାଶିଂଟନ୍: କାର୍, ବାଇକ୍ ଏବଂ ଅନ୍ୟ ଯାନବାହନ ଚୋରି କଥା ଆପଣ ଶୁଣିଥିବେ। କିନ୍ତୁ ଜଣେ ବ୍ୟକ୍ତି ଆଜି ବିମାନ ଚୋରି କରିବା ଘଟଣା ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି।
ଆମେରିକାର ସିଟେଲ୍-ଟାକୋମା ଅନ୍ତର୍ଜାତୀୟ ବିମାନବନ୍ଦରୁ ଆଜି ଜଣେ ବ୍ୟକ୍ତି କାହାକୁ କିଛି ନ କହି ହଠାତ୍ ବିମାନର ଉଡ଼ାଣ ଭରିଥିଲେ। ତେବେ ବିମାନଟି ଚୋରି ହେଉଥିବା ଖବର ମିଳିବା ପରେ ଆମେରିକା ବାୟୁ ସେନାର ଦୁଇଟି ଏଫ୍-୧୫ ଜେଟ୍ ତା’ର ପିଛା କରିଥିଲେ।
କିନ୍ତୁ ଚୋରି ବିମାନଟି ହଠାତ୍ ଦୁର୍ଘଟଣାର ଶିକାର ହୋଇ ସଂପୂର୍ଣ୍ଣ ଜଳିଯାଇଥିଲା। ସଂଯୋଗବଶତଃ ଦୁର୍ଘଟଣାଗ୍ରସ୍ତ ବିମାନରେ କୌଣସି ଯାତ୍ରୀ କିମ୍ବା ବିମାନ କର୍ମଚାରୀ ନଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଆଲାସ୍କା ବିମାନ ସେବା କମ୍ପାନୀର ହରିଜୋନ୍ କ୍ୟୁ-୪୦୦ ବିମାନ ଆଜି ଲୋକଙ୍କୁ ନେବାକୁ ବିମାନବନ୍ଦରେ ଛିଡ଼ା ହୋଇଥିଲା। କିନ୍ତୁ ହଠାତ୍ ବିମାନ କମ୍ପାନୀରେ ମେସିନ୍ମ୍ୟାନ୍ ଭାବେ କାର୍ଯ୍ୟ କରୁଥିବା ଜଣେ ୨୯ ବର୍ଷୀୟ ଯୁବକ ବିମାନଟିକୁ ବିନା ଅନୁମତିରେ ଉଡ଼ାଣ କରିଥିଲେ।
ଚୋରି ଉଦ୍ଦେଶ୍ୟରେ ଯୁବକ ଜଣଙ୍କ ଏଭଳି କରିଥିଲେ ଏବଂ ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ଆଲାସ୍କା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।
ବିମାନଟି କେଟ୍ରୋନ୍ ଦ୍ୱୀପପୁଞ୍ଜରେ ଦୁର୍ଘଟଣା ଗ୍ରସ୍ତ ହୋଇ ସଂପୂର୍ଣ୍ଣ ଜଳି ଯାଇଥିଲା।
from OdishaReporter https://ift.tt/2vYCBF3
No comments:
Post a Comment