ଶୀର୍ଷରେ ପହଞ୍ଚିଲେ ବିରାଟ୍‌, ଜାଣନ୍ତୁ କେମିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଶୀର୍ଷରେ ପହଞ୍ଚିଲେ ବିରାଟ୍‌, ଜାଣନ୍ତୁ କେମିତି

ଲଣ୍ଡନ୍‌: ଚଳିତ ଇଂଲଣ୍ଡ ଗସ୍ତରେ ଭାରତୀୟ ଟେଷ୍ଟ ଟିମ୍‌ ବିଜୟ ପାଇଁ ଏଯାଏ ସଂଘର୍ଷ ଜାରି ରଖିଥିବା ବେଳେ ଦଳର ଅଧିନାୟକ କିନ୍ତୁ ସଫଳତାର ଶିଡ଼ି ଚଢ଼ିବାରେ ଲାଗିଛନ୍ତି।

ବିରାଟ୍‌ ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଅନ୍ତର୍ଜାତୀୟ କ୍ରିକେଟ୍‌ରେ  ଚଳିତ ବର୍ଷ ସର୍ବାଧିକ ରନ୍‌ ସଂଗ୍ରହ କରିବା ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି।

ଐତିହାସିକ ଲର୍ଡସ୍‌ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ କ୍ୟାପ୍ଟେନ୍‌ କୋହଲି ମାତ୍ର ୨୩ ରନ୍‌ କରିଥିଲେ। କିନ୍ତୁ ଏହି ୨୩ ରନ୍‌ ହିଁ ବିରାଟ୍‌ଙ୍କୁ ୨୦୧୮ରେ ସର୍ବାଧିକ ଅନ୍ତର୍ଜାତୀୟ ରନ୍‌ କରିବା ତାଲିକାର ଶୀର୍ଷରେ ପହଞ୍ଚାଇ ଦେଇଛି। ଇଂଲଣ୍ଡ ୱିକେଟ୍‌ କିପର୍‌ ବ୍ୟାଟ୍‌ସମ୍ୟାନ୍‌ ଜନ୍ନି ବେୟାରଷ୍ଟୋଙ୍କୁ ପଛରେ ପକାଇ ବିରାଟ୍‌ ଏହି ରେକର୍ଡ କରିଛନ୍ତି।

ବିରାଟ୍‌ ଚଳିତ ବର୍ଷ ଟେଷ୍ଟରେ ୫୦୯ ରନ୍‌, ଟି-୨୦ରେ ୧୪୬ ଓ ଦିନିକିଆରେ ୭୪୯ ରନ୍‌ କରିଛନ୍ତି। ୨୫ଟି ଇନିଂସ୍‌ରେ ବିରାଟ୍‌ ସମୁଦାୟ ୧୪୦୪ ରନ୍‌ ସଂଗ୍ରହ କରିଛନ୍ତି।

ବର୍ତ୍ତମାନ ଆଉଟ୍‌ ଅଫ୍‌ ଫର୍ମ ଥିବା ଟିମ୍‌ ଇଣ୍ଡିଆ ଓପନର୍‌ ଶିଖର ଧୱନ୍‌ ଦ୍ୱିତୀୟ ଭାରତୀୟ ଭାବେ ୧ହଜାର ୫୫ ରନ୍‌ କରି ସର୍ବାଧିକ ରନ୍‌ ତାଲିକାର ୫ମ ସ୍ଥାନରେ ଅଛନ୍ତି।

ଚଳିତ ବର୍ଷ ଜନ୍ନି ବେୟାରଷ୍ଟୋ ୧,୩୮୯ ରନ୍‌ କରି ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ୧,୩୩୮ ରନ୍‌ କରି ତୃତୀୟ ସ୍ଥାନରେ ଅଛନ୍ତି। ପାକିସ୍ତାନର ବାବର୍‌ ଆଜମ ୧,୦୫୬ ରନ୍‌ କରି ୪ର୍ଥ ସ୍ଥାନରେ ରହିଛନ୍ତି।

ତେବେ ଗୋଟିଏ କ୍ୟାଲେଣ୍ଡର୍‌ ବର୍ଷରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସଙ୍ଗକାରା ୨୮୬୮ ରନ୍‌ କରି ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ରେକର୍ଡ ନିଜ ନାଁରେ କାଏମ ରଖିଛନ୍ତି।



from OdishaReporter https://ift.tt/2ntkvYb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages