୨୧ରେ ଉଦ୍‌ଘାଟନ ହେବ ଝାରସୁଗୁଡ଼ା ବିମାନ ବନ୍ଦର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

୨୧ରେ ଉଦ୍‌ଘାଟନ ହେବ ଝାରସୁଗୁଡ଼ା ବିମାନ ବନ୍ଦର!

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆସନ୍ତା ୨୧ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ ହେବାର ସମ୍ଭାବନା ରହିଛି। ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ଏସ୍‌.କେ ଚୌହାନ୍‌ ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଫୋନ୍‌ ଦ୍ୱାରା ସୂଚନା ଦିଆଯାଇଛି। ଏନେଇ କୌଣସି ଚିଠି ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ। ତଥାପି ୨୧ ତାରିଖରେ ବିମାନବନ୍ଦର ଉଦ୍‌ଘାଟ ହୋଇପାରେ ବୋଲି ଚୌହାନ୍‌ କହିଛନ୍ତି।

ସେ ଆହୁରି କହିଛନ୍ତି, “୨୧ ତାରିଖ ଦିନ କେବଳ ଉଦ୍‌ଘାଟନ କାର୍ଯ୍ୟକ୍ରମ ହେବ। ବିମାନ ଉଡ଼ାଣ କେବେଠାରୁ ଆରମ୍ଭ ହେବ ସେ ନେଇ କୌଣସି ନିର୍ଦ୍ଦେଶ ଆସିନାହିଁ।”

ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିମାନବନ୍ଦର ୪ଜି କ୍ଷେତ୍ରରେ ଲାଇସେନସ୍‌ ପାଇଛି। ୩୨୦ ଏୟାରବସ୍‌ ଭଳି ବିମାନ ସେବା ଏଠାରେ ଉପଲବ୍ଧ ହେବ। ଏହାସହ ଦେଶର ବିଭିନ୍ନ ସହରକୁ ସିଧାସଳଖ ବିମାନ ସେବାର ସଂଯୋଗ ରହିବ।



from OdishaReporter https://ift.tt/2vmL8SG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages