ମୁମ୍ବାଇ ଗଲେ ନବୀନ, ପଞ୍ଚତାରକା ହୋଟେଲ୍‌ରେ ହେବ ଶିଳ୍ପପତିଙ୍କ ସହ ଭେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ମୁମ୍ବାଇ ଗଲେ ନବୀନ, ପଞ୍ଚତାରକା ହୋଟେଲ୍‌ରେ ହେବ ଶିଳ୍ପପତିଙ୍କ ସହ ଭେଟ

ଭୁବନେଶ୍ୱର : ଓଡ଼ିଶା ପ୍ରତି ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି।

ଆସନ୍ତାକାଲି ସେଠାରେ ନିବେଶକ ଓ ଶିଳ୍ପପତିଙ୍କ ସହ ବୈଠକ ଏବଂ ରୋଡ୍ ଶୋ’ରେ ସାମିଲ ହୋଇ ରାତି ସାଢ଼େ ୭ଟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ମୁମ୍ବାଇର ପଞ୍ଚତାରକା ହୋଟେଲ୍‌ ‘ତାଜ୍ ପ୍ୟାଲେସ୍’ରେ ମୁଖ୍ୟମନ୍ତ୍ରୀଙ୍କ ରହିବା ପାଇଁ ଗ୍ରାଣ୍ଡ ଲକ୍‌ଜୁରୀ ସୁଇଟ୍ ବୁକ୍ କରାଯାଇଛି। ଏକ ସ୍ୱତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀ ଆଜି ସକାଳ ସାଢ଼େ ୯ଟାରେ ମୁମ୍ବାଇ ଗସ୍ତ କରିଛନ୍ତି ଓ ଅପରାହ୍ନ ୧୨ଟା ୪୫ମିନିଟରେ  ହୋଟେଲରେ ପହଞ୍ଚି ଯାଇଛନ୍ତି।

ଆଜି ପାଇଁ ମୁଖ୍ୟମନ୍ତ୍ରୀଙ୍କର କୌଣସି କାର୍ଯ୍ୟସୂଚୀ ରଖାଯାଇନି। ହୋଟେଲରେ  ମୁଖ୍ୟମନ୍ତ୍ରୀ ନିଜର କିଛି ବନ୍ଧୁଙ୍କ ସହ ରାତ୍ରିଭୋଜନ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ ଆସନ୍ତାକାଲି ଦିନ୧୦ଟାରେ ସେହି ‘ତାଜ୍ ପ୍ୟାଲେସ୍’ ହୋଟେଲରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଣକ ପରେ ଜଣେ ଶିଳ୍ପପତିଙ୍କୁ ଭେଟିବେ। ସାଢ଼େ ୧୧ଟାରେ ରୋଡ୍ ଶୋ’ ଓ ତା’ ପରେ ଅପରାହ୍ନ ୧ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ।

ଅପରାହ୍ନ ସାଢ଼େ ୩ଟା ଠାରୁ ମୁଖ୍ୟମନ୍ତ୍ରୀ ପୁଣିଥରେ ଜଣକ ପରେ ଜଣେ ଶିଳ୍ପପତିଙ୍କୁ ଭେଟିବେ ଏବଂ ବିଳମ୍ବିତ ସନ୍ଧ୍ୟାରେ ଭୁବନେଶ୍ୱବର ଫେରି ଆସିବେ।



from OdishaReporter https://ift.tt/2OSL6dI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages