ବିଶ୍ୱାସର ଅନ୍ଧଗଳି: ସାପ ବିଷ ଝାଡ଼ିବା ପାଇଁ ଗାଈକୁ ଝଡ଼ାଫୁଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ବିଶ୍ୱାସର ଅନ୍ଧଗଳି: ସାପ ବିଷ ଝାଡ଼ିବା ପାଇଁ ଗାଈକୁ ଝଡ଼ାଫୁଙ୍କା

cow

ଅନୁଗୋଳ (ବିରଜା ଦାଶ): ଆଧୁନିକ ଯୁଗରେ ମଣିଷ ପାଦ ଥାପିଛି। ତଥାପି ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ମୁକୁଳି ପାରୁନି। ମୃତ ବ୍ୟକ୍ତିଙ୍କ ଜୀବନ ଫେରିଆସିବା ପାଇଁ ଗୁଣି ଗାରେଡ଼ି ଓ ମନ୍ତ୍ର ପାଠ କରାଯାଉଛି।

ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଏପରି ଘଟଣା ବାରମ୍ୱାର ଘଟୁଛି। ଗତ ମାସକ ଭିତରେ ଜିଲ୍ଲାରେ ଏମିତି ୩ଟି ଘଟଣା ଘଟିଛି।

ଏଥର କିନ୍ତୁ ଘଟଣା ସାମାନ୍ୟ ଭିନ୍ନ। ସାପକାମୁଡ଼ାରେ ମୃତ ଗୋଟିଏ ଗାଈକୁ ଝଡ଼ାଫୁଙ୍କା କରିଛନ୍ତି ଜଣେ ଗୁଣିଆ।

ପୂରା ଘଟଣା ଏମିତି। ବାଗେଡିଆ ଗାଁର ବୁଲୁ ପ୍ରଧାନଙ୍କ ଗାଈ ନାଳ ପାଖକୁ ଚରିବାକୁ ଯାଇଥିଲା। ସେଠାରେ ତାକୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏନେଇ ଜଗୁଆଳ ଗାଈର ମାଲିକଙ୍କୁ ଖବର ଦେଇଥିଲେ। ତେବେ ବୁଲୁ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଗାଈକୁ ଉଦ୍ଧାର କରି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନେବା ପରିବର୍ତ୍ତେ ଝଡ଼ାଫୁଙ୍କା କରିବା ସହିତ ମନ୍ତ୍ର ପାଠ କରାଇଥିଲେ। ମାତ୍ର ମୃତ ଗାଈର ଜୀବନ ଫେରି ନଥିଲା।

ପୂର୍ବରୁ ଜଣେ କନ୍‌ଷ୍ଟେବଳଙ୍କୁ ସାପ କାମୁଡ଼ିଥିଲା। ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଗୁଣିଆ ଆସି ତାଙ୍କୁ ଝଡ଼ାଫୁଙ୍କା କରିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଥିଲା।



from Odisha Reporter https://ift.tt/2C4On7h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages