ଏସିଆନ୍‌ ଗେମ୍ସ: ନୌଚାଳନାରେ ଭାରତକୁ ୧ ରୌପ୍ୟ ଓ ୨ ବ୍ରୋଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଏସିଆନ୍‌ ଗେମ୍ସ: ନୌଚାଳନାରେ ଭାରତକୁ ୧ ରୌପ୍ୟ ଓ ୨ ବ୍ରୋଞ୍ଜ

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସର ତ୍ରୟୋଦଶ ଦିନରେ ଭାରତକୁ ନୌଚାଳନାରେ ୩ଟି ପଦକ ମିଳିଛି। ମହିଳା ବର୍ଗ ନୌଚାଳନାରେ ବର୍ଷା ଗୌତମ ଓ ଶ୍ୱେତା ଶେରଭେଗାର ଯୋଡ଼ି ଭାରତ ପାଇଁ ରୌପ୍ୟ ପଦକ ଜିତଛନ୍ତି। ୨୦ ବର୍ଷୀୟ ବର୍ଷା ଓ ୨୭ ବର୍ଷୀୟ ଶ୍ୱେତା ମିଳିତ ଭାବେ ୧୫ଟି ରେସ୍‌ ପରେ ୪୦ ପଏଣ୍ଟ ପାଇ ଏହି ସଫଳତା ହାସଲ କରିଛନ୍ତି।

ସେହିପରି ଭାରତର ହର୍ଷିତା ତୋମାର ନୌ ଚାଳନାର ବ୍ୟକ୍ତିଗତ ଇଭେଣ୍ଟ୍‌ରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ୧୬ ବର୍ଷୀୟ ହର୍ଷିତା ବ୍ୟକ୍ତିଗତ ନୌଚାଳନା ଇଭେଣ୍ଟ୍‌ର ୧୨ଟି ରେସ୍‌ ପରେ ୬୨ ପଏଣ୍ଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ପୁରୁଷ ନୌଚାଳନା ଇଭେଣ୍ଟ୍‌ରେ ବରୁଣ ଠାକର ଅଶୋକ ଓ ସିଜି କେଲାପାଣ୍ଡା ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଇଭେଣ୍ଟ୍‌ର ୧୫ଟି ରେସ୍‌ ପରେ ବରୁଣ ଓ କେଲାପାଣ୍ଡା ଯୋଡ଼ି ୫୩ ପଏଣ୍ଟ୍‌ ପାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ପୁରୁଷ ସ୍କ୍ୱାଶ ଟିମ୍‌ ସେମିଫାଇନାଲ୍‌ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। ଭାରତ ତା’ର ପ୍ରତିପକ୍ଷ ହଂକଂଠାରୁ ୨-୦ରେ ପରାସ୍ତ ହୋଇ ଏସିଆନ୍‌ ଗେମ୍ସ ଅଭିଯାନ ଶେଷ କରିଛି।

ଏବେ ଭାରତର ପଦକ ସଂଖ୍ୟା ୬୩ରେ ପହଞ୍ଚିଛି। ଏଥିରେ ୧୩ଟି ସ୍ୱର୍ଣ୍ଣ, ୨୨ଟି ରୌପ୍ୟ ଓ ୨୮ଟି ବ୍ରୋଞ୍ଜ ପଦକ ରହିଛି। ଚଳିତ ଏସିଆନ୍‌ ଗେମ୍ସର ପଦକ ତାଲିକାରେ ଭାରତର ସ୍ଥାନ ୮ ନଂରେ ରହିଛି।



from Odisha Reporter https://ift.tt/2PnM1SD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages