ଘରୋଇ ସହାୟିକାରୁ ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍‌: ଗୋଟିଏ ସୁଯୋଗ ଏମିତି ବଦଲାଇଦେଲା ଦୀପିକାଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ଘରୋଇ ସହାୟିକାରୁ ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍‌: ଗୋଟିଏ ସୁଯୋଗ ଏମିତି ବଦଲାଇଦେଲା ଦୀପିକାଙ୍କ ଜୀବନ

ନୂଆଦିଲ୍ଲୀ: କୁହାଯାଏ, ପ୍ରତି ମଣିଷ ଭିତରେ କିଛି ନା କିଛି ସ୍ୱତନ୍ତ୍ର ଗୁଣ ଲୁକ୍କାୟିତ ଅବସ୍ଥାରେ ରହିଥାଏ । ସୁଯୋଗ ମିଳିବା ମାତ୍ରେ ଏହି ଗୁଣର ପରିସ୍ଫୁଟନ ହୁଏ, ଆଉ ସମୟ ଆସିଲେ ସେହି ଗୁଣର ଅଧିକାରୀଙ୍କୁ ସମାଜରେ ପ୍ରସିଦ୍ଧି ମଧ୍ୟ ମିଳେ।

ଦିନେ ନିଜ ଘର ଚଳାଇବା ପାଇଁ ଅନ୍ୟ ଘରେ ବାସନ ମାଜୁଥିବା ଘରୋଇ ସହାୟିକା ଦୀପିକା ମାହାତୋଙ୍କ ଜୀବନରେ ଏଭଳି କିଛି ସୁଯୋଗ ପାଇ ଏବେ ଜଣେ ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍‌ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଦୀପିକା ଜଣେ ପ୍ରଫେଶନାଲ୍‌ କମେଡିଆନ୍‌ ନୁହନ୍ତି। କିନ୍ତୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେ କମେଡି କରି ଲୋକଙ୍କ ମନ କିଣି ପାରନ୍ତି। ସମାଜର ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗ ସହିତ ଘରୋଇ ସହାୟିକାମାନେ ନିଜ ଦୈନନ୍ଦିନ ଜୀବନରେ ସାମ୍ନା କରୁଥିବା ସମସ୍ୟାକୁ ଭିନ୍ନ ଢଙ୍ଗରେ କମେଡି କରିବାରେ ସେ ମାହିର୍‌ ।

ଘରୋଇ ସହାୟିକାମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଲୋକେ ଅଲଗା ଲିଫ୍ଟର ବ୍ୟବସ୍ଥା କରିବା ସହ ଘର ଭିତରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଧରଣର କପ୍‌-ପ୍ଲେଟ୍‌ ରଖିବାର ମନୋଭାବକୁ ଦୀପିକା ନାପସନ୍ଦ କରନ୍ତି।

କେମିତି ମିଳିଲା ସୁଯୋଗ

ଦୀପିକାଙ୍କୁ ନିଜ ଦକ୍ଷତା ଲୋକଙ୍କ ସାମ୍ନାକୁ ଆଣିବାର ସୁଯୋଗ ମିଳିଲା ଏକ ଛୋଟ ଶୋ’ରୁ। ଦିନେ ତାଙ୍କର ଜଣେ ସାଙ୍ଗ ଘରୋଇ ହିଂସା ବିରୋଧରେ ଏକ କମେଡି ଶୋ’ର ଆୟୋଜନ କରିଥିଲେ। ଦୀପିକା ସେଥିରେ ଭାଗ ନେଇ ଉପସ୍ଥିତ ଲୋକଙ୍କ ମନୋରଞ୍ଜନ କଲେ।

ଶୋ’ ସରିବା ପରେ ଦୀପିକାଙ୍କ ଦକ୍ଷତା ଦେଖି ତାଙ୍କ ସାଙ୍ଗ ତାଙ୍କୁ କମେଡିଆନ୍‌ ଅଦିତି ମିତ୍ତଲ୍‌ଙ୍କ ସହ ଭେଟ କରାଇଦେଲେ । ଆଉ ଏହା ପରେ ଅଦିତି ଦୀପିକାଙ୍କୁ ନିଜ କମେଡି ସିରିଜ୍‌ ‘Bad girl’ରେ ସାମିଲ୍‌ ହେବାର ସୁଯୋଗ ଦେଲେ।

ସୂଚନାଯୋଗ୍ୟ, ଉଦିତିଙ୍କ ଏହି ସିରିଜ୍ ଫ୍ରେସ୍‌ ଫିମେଲ୍‌ କମେଡିଆନ୍‌ଙ୍କୁ ହିଁ ସୁଯୋଗ ଦେଇଥାଏ। ଆଉ ଏହି ‘Bad girl’ ସିରିଜ୍‌ରେ ଦୀପିକାଙ୍କ ଷ୍ଟାଣ୍ଡ୍‌ଅପ୍‌ କମେଡି ତାଙ୍କ ଜୀବନର ଗତିପଥକୁ ବଦଳାଇଦେଲା।

ଏବେ ଦୀପିକାଙ୍କୁ ନିଜ ଘର ଚଳାଇବା ପାଇଁ ଆଉ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ।



from OdishaReporter https://ift.tt/2OxqNS6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages