ବଲିଉଡ୍‌ ଫିଲ୍ମରେ ଦେଖିବାକୁ ମିଳିବ ଓଡ଼ିଆ କଳାକୃତିର ଝଲକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ବଲିଉଡ୍‌ ଫିଲ୍ମରେ ଦେଖିବାକୁ ମିଳିବ ଓଡ଼ିଆ କଳାକୃତିର ଝଲକ୍‌

ମୁମ୍ବାଇ: ଓଡ଼ିଶା ଏହାର କଳା ଏବଂ ଐତିହ୍ୟ ପାଇଁ ପ୍ରସିଦ୍ଧ। ଏଠାକାର କାରିଗରୀ କୌଶଳ ଦେଶବିଦେଶରେ ଲୋକପ୍ରିୟ। ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସମୟରେ ଏହାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ। ବାଲୁକା କଳା ଓ ଚାନ୍ଦୁଆ କାମ ପାଇଁ ଓଡ଼ିଶାକୁ ଲୋକମାନେ ଆନ୍ତର୍ଜାତିକ ସ୍ତରରେ ଜାଣନ୍ତି। ଏବେ ଓଡ଼ିଆ କଳା ସଂସ୍କୃତି ଆଉପାଦେ ଆଗକୁ ପଢ଼ିଛି। ଏକ ନିର୍ମାଣାଧୀନ ହିନ୍ଦି ଚଳଚ୍ଚିତ୍ରରେ ଖୁବ୍‌ଶୀଘ୍ର ଓଡ଼ିଆ କଳାର ଝଲକ୍‌ ଦେଖିବାକୁ  ମିଳିବ।

ରିଲିଜ୍‌ ଅପେକ୍ଷାରେ ଥିବା ବଲିଉଡ୍‌ ଫିଲ୍ମ ‘ସୁଇ-ଧାଗା’ର ଲୋଗୋରେ ଆପଣ ଓଡ଼ିଆ କାରିଗରଙ୍କ ଦ୍ୱାରା ତିଆରି ହୋଇଥିବା ହସ୍ତତନ୍ତ ଦେଖିପାରିବେ। କେବଳ ଓଡ଼ିଶା ନୁହେଁ ଏହି ଫିଲ୍ମର ଲୋଗେରେ ଭାରତର ବିଭିନ୍ନ ରାଜ୍ୟର ପ୍ରସିଦ୍ଧ କଳା ଓ କାରିଗରୀ ଦେଖିବାକୁ ମିଳିବ। ନିକଟରେ ଅଭିନେତା ବରୁନ୍‌ ଧୱନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ଫିଲ୍ମର ଲୋଗୋ ସଂପର୍କରେ ବର୍ଣ୍ଣନା କରିଛନ୍ତି।

ନିକଟରେ ବରୁନ୍‌ ଏବଂ ଅନୁଷ୍କା ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଏହି ଲୋଗୋ ପଛର କାହାଣୀ କହିଛନ୍ତି। ସେମାନେ କହିଛନ୍ତି, ଫିଲ୍ମର ନାଁ ଯେହେତୁ ‘ସୁଇ-ଧାଗା’, ଯାହାର ଓଡ଼ିଆ ଅର୍ଥ ‘ଛୁଞ୍ଚି-ସୁତା’, ତେଣୁ ଫିଲ୍ମର ଲୋଗୋକୁ କମ୍ପ୍ୟୁଟରରେ ଡିଜାଇନ୍‌ ନକରି ଛୁଞ୍ଚି ସୁତାରେ ବୁଣା ଯାଇଛି।

ଦେଶର ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କୁ ଏଥିପାଇଁ ସେମାନେ ସୁଯୋଗ ଦେଲେ। ବିଭିନ୍ନ ରାଜ୍ୟର କଳାକାର ସେମାନଙ୍କ ଅଞ୍ଚଳର ପ୍ରସିଦ୍ଧ କଳାକୃତି ସାହାଯ୍ୟରେ ଏକ ବଡ଼ ବ୍ୟାନର ‘ସୁଇ-ଧାଗା’ ଲେଖି ପଠାଇଥିଲେ। ସେହି ଲୋଗୋ ଗୁଡ଼ିକ ମଧ୍ୟରୁ ଯେଉଁଟା ସବୁଠୁ ସୁନ୍ଦର ଲାଗିବ ସେଇଟା ଫିଲ୍ମର ଲୋଗ ରଖିବାର ଯୋଜନା ହୋଇଥିଲା।

ତେବେ ଲୋଗୋ ଗୁଡ଼ିକ ଏତେ ସୁନ୍ଦର ଥିଲା ଯେ, ଫିଲ୍ମ ନିର୍ଦ୍ଦେଶକ ଏ ସମସ୍ତ ଲୋଗୋକୁ ଫିଲ୍ମରେ ସାମଲ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ ଓଡ଼ିଶାର ଚାନ୍ଦୁଆ କାର୍ଯ୍ୟ ମଧ୍ୟ ସମିଲ୍ ହୋଇଛି।

ସୂଚନାଯୋଗ୍ୟ ଯେ, ଫିଲ୍ମ ‘ସୁଇ-ଧାଗା’ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ବରୁନ୍‌ ଧୱନ ଏବଂ ଅନୁଷ୍କା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସରତ କଟାରିଆ।



from OdishaReporter https://ift.tt/2APaBJZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages