
ମୁମ୍ବାଇ: ମୁମ୍ବାଇ ମେରାଇନ୍ ବିଚ୍କୁ ବୁଲିବା ପାଇଁ ଯୋଜନା ରଖିଛନ୍ତି କି ? ତେବେ ସାବଧାନ! କାରଣ ମୁମ୍ବାଇ ସମୁଦ୍ର କୂଳରେ ଏବେ ବ୍ଲୁ ବୋଲ୍ଟ୍ ଜେଲିଫିସ୍ (Blue Bottle Jellyfish) ଆତଙ୍କ ଦେଖାଦେଇଛି। ଏହି ଜେଲିଫିସ୍ ଆକ୍ରମଣରେ ଗତ କିଛି ଦିନ ମଧ୍ୟରେ ୧୫୦ ଜଣ ଆହତ ହେଲେଣି।
ଏହି ଜେଲିଫିସ୍ ଖୁବ୍ ବିଷଧର ଏବଂ ଭୟଙ୍କର ବୋଲି କୁହାଯାଉଛି। କାରଣ ଏହି ଜୀବ କାମୁଡ଼ିବା ପରେ ଲୋକେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଛନ୍ତି। ବିଶେଷ କରି ଏହି ଜେଲିଫିସ୍ ଆକ୍ରମଣରେ ଛୋଟପିଲାମାନେ ଅଧିକ ଶିକାର ହେଉଛନ୍ତି। ପର୍ତ୍ତୃଗାଲରେ ଏହି ଜେଲିଫିସ୍କୁ ମ୍ୟାନ୍ ଅଫ୍ ୱାର୍ (Portuguese man-of-war )ବୋଲି କୁହାଯାଏ।
ଏହି ଜୀବର ବାହ୍ୟ ପାର୍ଶ୍ୱ ଏକ ଶମ୍ବାଳୁଆ ସଦୃଶ । ଯାହାର ସଂସ୍ପର୍ଷରେ ଆସିଲେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଫଳିଯିବା ସହ ଦୀର୍ଘ ସମୟ ଧରି କୁଣ୍ଡାଇ ହୁଏ। ସେହିପରି ଏହି ଜୀବ କାମୁଡ଼ିଲେ ଭାରି ଯନ୍ତଣାଦାୟକକ। ଏହି ଜେଲିଫିସ୍ ଆକ୍ରମଣରେ କିଛି ମାଛ ବି ମରିଯାଆନ୍ତି।
ବିଶେଷ କରି ମୌସୁମୀ ଆସିଲେ ମୁମ୍ବାଇ ସି ବିଚ୍କୁ ଏହି ଜେଲିଫିସ ଗୁଡ଼ିକ ଆସିଥାନ୍ତି। ମୁଖ୍ୟତଃ ଏହି ସମୟଟି ମେଟିଂ ସିଜିନ୍ ହୋଇଥିବାରୁ ମାଳ ମାଳ ହୋଇ ବିଚ୍କୁ ଆସିଥାନ୍ତି। ଏମାନଙ୍କ ଆକ୍ରମଣରେ ଗତ କିଛି ଦିନ ଭିତରେ ୧୫୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସତର୍କ କରାଯାଇଛି। ଏହି ସମୟରେ ସି-ବିଚ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ଦୋକାନୀଙ୍କ କହିବା ଅନୁଯାୟୀ ସବୁ ବର୍ଷ ବର୍ଷା ସମୟରେ ସମୁଦ୍ରକୂଳରେ ଜେଲିଫିସ୍ ଆସିଥାନ୍ତି। ଏମିତିକି ବହୁ ଜେଲିଫିସ୍ ମରିପଡ଼ିଥିବା ଲକ୍ଷ୍ୟ କରାଯାଇଛି।
ସୌଜନ୍ୟ: ଏନ୍ଆଇ
from OdishaReporter https://ift.tt/2Mu9i4n
No comments:
Post a Comment