ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିବା ସ୍ୱାମୀଙ୍କୁ ଛାଡ଼ି ବାପ ଘରେ ରହିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିବା ସ୍ୱାମୀଙ୍କୁ ଛାଡ଼ି ବାପ ଘରେ ରହିଲେ ମହିଳା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ପତ୍ନୀଙ୍କୁ ପାଇବା ପାଇଁ ସ୍ୱାମୀ ଇସଲାମ୍‌ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେହି ସ୍ୱାମୀଙ୍କୁ ଛାଡ଼ି ବାପା ମା’ଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି ପତ୍ନୀ। ଆଉ ପତ୍ନୀଙ୍କ ମୁହଁରୁ ଏହି ନିଷ୍ପତ୍ତି ଶୁଣିବା ପରେ ସୁପ୍ରିମ୍ କୋର୍ଟ ସଂପୃକ୍ତ ମହିଳାଙ୍କୁ ତାଙ୍କ ବାପା ମା’ଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି।

ଛତିଶଗଡ଼ ରାୟପୁରର ମହମ୍ମଦ ଇବ୍ରାହିମ୍ ସିଦ୍ଦିକି ନିଜ ପ୍ରେମିକା ଅଞ୍ଜଳି ଜୈନ୍‌ଙ୍କୁ ବିବାହ କରିବା ପାଇଁ ଇସଲାମ୍ ଧର୍ମ ଛାଡ଼ି ଗତ ଫେବୃଆରୀ ୨୩ରେ ସ୍ଥାନୀୟ ଆର୍ଯ୍ୟ ସମାଜରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏହା ପରେ ଇବ୍ରାହିମ୍‌ ନିଜ ନାଁ ଆର୍ୟନ ଆର୍ୟ ରଖିଥିଲେ।

ଉଭୟ ଆର୍ୟ୍ୟନ୍‌ ଓ ଅଞ୍ଜଳି, ଏହାର ଦୁଇ ଦିନ ପରେ ଅର୍ଥାତ୍‌ ଫେବୃଆରୀ ୨୫ରେ ସେହି ଆର୍ଯ୍ୟ ସମାଜରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଏହି ବିବାହ ସମ୍ପର୍କରେ ଅଞ୍ଜଳି ସେତେବଳେ ନିଜ ପରିବାର ଲୋକଙ୍କୁ କିଛି ସୂଚନା ଦେଇ ନଥିଲେ। ସୁଯୋଗ ଦେଖି ପରିବାର ଲୋକଙ୍କୁ ଜଣାଇବେ ଭାବି, ବିବାହକୁ ଗୁପ୍ତରେ ରଖି ଅଞ୍ଜଳି ନିଜ ଘରକୁ ଫେରିଥିଲେ।

ତେବେ କିଛି ଦିନ ପରେ ପରିବାର ଲୋକେ ଏସମ୍ପର୍କରେ ଜାଣିବା ପରେ ଏହି ବିବାହକୁ କିନ୍ତୁ ସ୍ୱୀକୃତି ଦେଇ ନଥିଲେ। ଫଳରେ ବାଧ୍ୟ ହୋଇ ଅଞ୍ଜଳି ଗତ ଜୁନ୍ ୩୦ ତାରିଖରେ ଘର ଛାଡ଼ିଥିଲେ।

ଘର ଛାଡ଼ିବା ପରେ କିନ୍ତୁ ଅଞ୍ଜଳି ନିଜ ସ୍ୱାମୀ ଆର୍ୟ୍ୟନ୍‌ଙ୍କ ପାଖରେ ପହଞ୍ଚିବା ପୂର୍ବରୁ ପୁଲିସ୍‌ ହାବୁଡ଼ରେ ପଡ଼ିଥିଲେ। ପୁଲିସ୍ ଅଞ୍ଜଳିଙ୍କୁ ଉଦ୍ଧାର କରି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏକ ସରକାରୀ ସାକ୍ଷୀ କେନ୍ଦ୍ରରେ ରଖିଥିଲେ।

ପରେ ମାମଲା ଛତିଶଗଡ଼ ହାଇକୋର୍ଟକୁ ଯାଇଥିଲା। ଅଞ୍ଜଳି(୨୩) ପ୍ରାପ୍ତବୟସ୍କ ଏବଂ ସେ ନିଜ ଇଚ୍ଛାରେ ଇବ୍ରାହିମ୍‌ଙ୍କୁ ବିବାହ କରିଥିବା ଜାଣି ମଧ୍ୟ ହାଇକୋର୍ଟ୍‌ ଅଞ୍ଜଳିଙ୍କୁ ନିଜ ବାପା ମା’ଙ୍କ ସହ ଅଥବା ହଷ୍ଟେଲ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

ଛତିଶଗଡ଼ଙ୍କ ଏହି ରାୟକୁ ଚ୍ୟାଲେଞ୍ଜ୍‌ କରି ଇବ୍ରାହିମ୍ ଓରଫ୍ ଆର୍ୟ୍ୟନ୍‌ ସୁପ୍ରିମ୍ କୋର୍ଟ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ।

ମାମଲାର ଚୂଡ଼ାନ୍ତ ଶୁଣାଣି ପୂର୍ବରୁ ସୁପ୍ରିମ୍ କୋର୍ଟ୍‌ ଅଞ୍ଜଳିଙ୍କୁ ନ୍ୟାୟାଳୟରେ ହାଜର କରିବାକୁ ଛତିଶଗଡ଼ର ଧାମ୍‌ତାରୀ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ସୁପ୍ରିମ୍ କୋର୍ଟ୍‌ରେ ଅଞ୍ଜଳି ନିଜ ବାପା ମା’ଙ୍କ ପାଖକୁ ଫେରିବା ପାଇଁ ଇଚ୍ଛାବ୍ୟକ୍ତ କରିବାରୁ ସର୍ବୋଚ୍ଚ କୋର୍ଟ୍‌ ତାଙ୍କୁ ଏଥିପାଇଁ ଅନୁମତି ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଏଏମ୍‌ ଖନ୍‌ୱିଲ୍‌କର୍‌ ଏବଂ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ଅଞ୍ଜଳି ସାବାଳିକା ଏବଂ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ କୋର୍ଟ୍‌ ତାଙ୍କଉ ନିଜ ବାପା ମାଙ୍କ ସହ ଯିବା ପାଇଁ ଅନୁମତି ଦେଇଛନ୍ତି।

 



from Odisha Reporter https://ift.tt/2P9s1TN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages