
ନୂଆଦିଲ୍ଲୀ: ଭାରତର ସତ୍ୟ ତ୍ରିପାଠୀ ୟୁଏନ୍ଇପିର ସହକାରୀ ମହାସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରିସ୍ ତାଙ୍କୁ ନ୍ୟୁୟର୍କ ସ୍ଥିତ ୟୁଏନ୍ଇପି (ୟୁନାଇଟେଡ୍ ନେସନ୍ସ ଏନ୍ଭାୟର୍ନମେଣ୍ଟ୍ ପ୍ରୋଗ୍ରାମ୍)ର ସହକାରୀ ମହାସଚିବ ଭାବେ ନିଯୁକ୍ତ କରିଛନ୍ତି। ଇଲିୟଟ୍ ହ୍ୟାରିସ୍ଙ୍କ ସ୍ଥାନରେ ସତ୍ୟଙ୍କୁ ନିଯୁକ୍ତ କରାଯାଇଛି।
ଶ୍ରୀ ତ୍ରିପାଠୀ ୨୦୧୭ ମସିହାରୁ ୟୁଏନ୍ଇପିର ସସ୍ଷ୍ଟେନେବଲ୍ ଡେଭ୍ଲପମେଣ୍ଟ ବିଭାଗରେ ଜଣେ ବରିଷ୍ଠ ଉପଦେଷ୍ଟା ଭାବରେ କାର୍ଯ୍ୟ କରୁଥିଲେ।
ଜଣେ ଅର୍ଥଶାସ୍ତ୍ରୀ ତଥା ଓକିଲ ଭାବେ ସତ୍ୟ ତ୍ରିପାଠୀଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି। ସେ ୧୯୯୮ ମସିହାରୁ ଜାତିସଂଘ ପାଇଁ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସେ ୟୁରୋପ୍, ଏସିଆ ଓ ଆଫ୍ରିକାରେ ସସ୍ଷ୍ଟେନେବଲ୍ ଡେଭଲପ୍ମେଣ୍ଟ, ମାନବାଧିକାର ଗଣତାନ୍ତ୍ରିକ ସରକାର ଗଠନ ଓ ଆଇନଗତ ବ୍ୟାପାରରେ କାର୍ଯ୍ୟ କରିଛନ୍ତି।
from Odisha Reporter https://ift.tt/2MDT64E
No comments:
Post a Comment