୨୦ କେଜି ସୁନାରେ ଛାଉଣି ହୋଇଛନ୍ତି ଗୋଲ୍‌ଡେନ୍‌ ବାବା   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

୨୦ କେଜି ସୁନାରେ ଛାଉଣି ହୋଇଛନ୍ତି ଗୋଲ୍‌ଡେନ୍‌ ବାବା  

ନୂଆଦିଲ୍ଲୀ: ପ୍ରତିବର୍ଷ ଗଙ୍ଗା ନଦୀ କୂଳରେ ଶ୍ରାବଣ ମାସରେ କନ୍‌ୱାର ଯାତ୍ରା ବା କାଉଁରିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆମାନେ ଯୋଗ ଦେଇଥାଆନ୍ତି। ତେବେ ପ୍ରତି ବର୍ଷ ଭଳି ଏଥର ମଧ୍ୟ ଗୋଲ୍‌ଡେନ୍‌ ବାବା ଓରଫ୍‌ ସୁଧୀର ମକ୍କର୍‌ ଏଥିରେ ସାମିଲ ହୋଇଛନ୍ତି। ସେ ବିପୁଳ ପରିମାଣର ସୁନା ପିନ୍ଧି ପ୍ରତିବର୍ଷ ଯାତ୍ରାକୁ ଆସିଥାଆନ୍ତି। ଏ ବର୍ଷ ବାବା ସୁନାର ଏକଦମ ଛାଇ ହୋଇଯାଇଛନ୍ତି।  ବାବା ସୁଧିର ମକ୍କର ଏ ବର୍ଷ ତାଙ୍କର ୨୫ତମ କନୱାର ଯାତ୍ରାରେ ଯୋଗ ଦେଇଛନ୍ତି। ଯାତ୍ରାକୁ ସେ ୨୦ କିଲୋ ସୁନା ପିନ୍ଧିଛନ୍ତି।  ଯାହାର ବଜାର ଦାମ ପାଖାପାଖି ୬ କୋଟି ଟଙ୍କା। ମକ୍କର ବାବା ବ୍ୟବହାର କରୁଥିବା ସୁନାର ଓଜନ ପ୍ରତିବର୍ଷ ବଢ଼ିବାରେ ଲାଗିଛି।

୨୦୧୬ରେ ସେ ୧୨ କିଲୋର ଓଜନର ସୁନା ପିନ୍ଧିଥିଲେ।  ତା’ପୂର୍ବବର୍ଷ ବାବା ୧୪.୫ କିଲୋର ସୁନା ପିନ୍ଧିଥିଲେ। ଯେଉଁଥିରେ ୨୧ଟି ସୁନା ଚେନ୍‌, ୨୧ଟି ଲକେଟ୍‌, ବାଜୁବନ୍ଧ, ମଣିବନ୍ଧ ସହିତ ଗୋଟିଏ ସୁନା ଜ୍ୟାକେଟ୍‌ ମଧ୍ୟ ଥିଲା। ଏହା ସହ ତାଙ୍କୁ ଏସ୍‌ୟୁଭି କାର୍‌ ଉପରେ ବସି ଯାତ୍ରା କରିବାର ଦେଖିବାକୁ ମିଳିଥିଲା। ଏ ବର୍ଷ  ଯାତ୍ରାରେ ବାବା ୨ କିଲୋଗ୍ରାମ୍‌ ଅଧିକ ଓଜନର ସୁନା ଚେନ୍‌ ପିନ୍ଧିଛନ୍ତି।  ସେହିପରି ବାବା ବ୍ୟବହାର କରୁଥିବା ସୌଖୀନ୍‌ କାର୍‌ର ତାଲିକା ବେଶ ଲମ୍ବା।

ବାବାଙ୍କ ପାଖରେ  ବିଏମ୍‌ଡବ୍ଲ୍ୟୁ, ୩ଟି ଫର୍‌ଚୁନର୍ସ୍‌, ୨ଟି ଅଡ଼ି, ୨ଟି ଇନୋଭା ଗାଡ଼ିରହିଛି। ଏହି ଗାଡି ସବୁ ସେ ଯାତ୍ରା ସମୟରେ ବ୍ୟବହାର କରିଥାଆନ୍ତି। ଅନେକ ସମୟରେ ସେ ହରିଦ୍ୱାର ଯାତ୍ରା ପାଇଁ ହମ୍ମର, ଜାଗୁଆର୍‌ ଏବଂ ଲ୍ୟାଣ୍ଡ୍‌ ରୋଭର୍‌ ଭଳି ଦାମୀ  କାର୍‌କୁ ଭଡ଼ାରେ ଆଣିଥାଆନ୍ତି। ମକ୍କର ବାବା କହିଛନ୍ତି, “ସୁନା ଏବଂ କାର୍‌ ପ୍ରତି ଥିବା ମୋର ଭଲପାଇବା ମରି ପାରିବ ନାହିଁ। ୧୯୭୨-୭୩ ମସିହାରେ ଯେବେ ସୁନାର ୧୦ ଗ୍ରାମ୍‌ ପ୍ରତି ୨୦୦ ଟଙ୍କା ଥିଲା, ସେବେଠାରୁ ‌ଏହାକୁ ପିନ୍ଧି ଆସୁଛି ବୋଲି ସେ କହିଛନ୍ତି।

ସେହି ସମୟରେ ମୋ ପାଖରେ ୪୦ ଗ୍ରାମ୍‌ ସୁନା ଥିଲା। ଧିରେ ଧିରେ ଏଥିରେ ବୃଦ୍ଧି ଘଟିଛି। ମୁଁ ମରିବା ପର୍ଯନ୍ତ ସୁନା ସବୁକୁ ମୋ ପାଖରେ ରଖିବି। ଯେବେ ମୁଁ ଦୁନିଆ ଛାଡ଼ିବି ସେବେ ମୋ ପ୍ରିୟ ଶିଷ୍ୟକୁ ଏହି ସବୁ ସୁନା ଦେଇଦେବି ବୋଲି ସେ କହିଛନ୍ତି। ଆଧ୍ୟାତ୍ମିକତାକୁ ପାଦ ବଢ଼ାଇବା ପୂର୍ବରୁ ମକ୍କର ଦିଲ୍ଲୀର ଗାନ୍ଧିନଗର ବଜାରରେ ଜଣେ ସଫଳ କପଡ଼ା ବ୍ୟବସାୟୀ ଥିଲେ। ବର୍ତ୍ତମାନ ଗାଜିଆବାଦର ଇନ୍ଦିରାପୁରମ୍‌ରେ ତାଙ୍କର ଏକ ସୁନ୍ଦର ଆଲିଶାନ୍‌ ବଙ୍ଗଳା ରହିଛି।

ବାବା ଆହୁରି ମଧ୍ୟ କହିଛନ୍ତି, ଜୀବନରେ ସେ ଅନେକ ସଂଘର୍ଷ କରିଛନ୍ତି । ୬ ବର୍ଷ ବୟସରେ ସେ ଗୁରୁକୋଳ ଯାଇଥିଲେ ଏବଂ ଜୀବିକା ଖୋଜିବା ପାଇଁ ସେ ହରିଦ୍ୱାର ଚାଲି ଯାଇଥିଲେ। ସେଠାରେ ସେ ଫୁଟ୍‌ପାଥ୍‌ରେ ଗୋଲାପି ମାଳି ଏବଂ କପଡ଼ା ବିକ୍ରି କରୁଥିଲେ। ପରେ ତାଙ୍କର ବ୍ୟବସାୟ ଭଗବାନ ଶିବଙ୍କ କୃପାରୁ ବଢ଼ିଥିଲା। ସେ ବ୍ରାଣ୍ଡେଡ୍‌ କପଡ଼ା ଏବଂ ଜାକେଟ୍‌ ବିକ୍ରି କରିବା ସହିତ ଜମିଜମା ବ୍ୟବସାୟ କରିବା ଆରମ୍ଭ କରିଥିଲେ।  କନ୍‌ୱାର ଯାତ୍ରାରେ ବାବାଙ୍କର ଖୁବ୍‌ ଲୋକପ୍ରିୟତା ରହିଛି। ଏଥିଯୋଗୁ ଛୁଆ, ମହିଳା ଏବଂ ଯୁବକ ତାଙ୍କ ଆସିବା ବାଟକୁ ଅପେକ୍ଷା କରି ରହିଥାଆନ୍ତି। ।



from OdishaReporter https://ift.tt/2AH1tHl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages