ରାସନକାର୍ଡ ପାଇଁ ହଟହଟା ବିଚରା ପବ୍ଲିକ୍: ଜେଲ୍‌ ଗଲେ, ସେପଟେ ଫାଇନ୍‌ ଟଙ୍କା ଫେରାଇବେ କହି ଠକି ଦେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ରାସନକାର୍ଡ ପାଇଁ ହଟହଟା ବିଚରା ପବ୍ଲିକ୍: ଜେଲ୍‌ ଗଲେ, ସେପଟେ ଫାଇନ୍‌ ଟଙ୍କା ଫେରାଇବେ କହି ଠକି ଦେଲେ ସରକାର

ବଲାଙ୍ଗିର (ସସ୍ମିତା ସାହୁ): ସମଗ୍ର ଦେଶରେ ଲାଗୁହେଲା ଖାଦ୍ୟ ସୁରକ୍ଷା ଆଇନ୍‌। ନିୟମ ଅନୁଯାୟୀ, ଲୋକେ ଆବେଦନ କଲେ। ତର୍ଜମା କରି କାର୍ଡ ଦେଲେ ସରକାର। ପ୍ରତି ମାସରେ ଜଣକ ପିଛା ୫ କିଲୋ ହିସାବରେ ଚାଉଳ ଦେଲେ। କିନ୍ତୁ ପରେ ହଟହଟା ହେଲେ ଅନେକ ହିତାଧିକାରୀ। ଯୋଗ୍ୟତା ନଥିବା କହି, ଧରପଗଡ଼ କଲେ ରାଜ୍ୟ ସରକାର। ଜେଲ୍ ମଧ୍ୟ ପଠାଇଲେ। ଫାଇନ୍‌ ଦେଲେ ହିତାଧିକାରୀ। ପରେ ଫାଇନ୍‌ ଟଙ୍କା ଫେରାଇବାକୁ ଘୋଷଣା କଲେ ସରକାର। କିନ୍ତୁ ଏଯାଏ ଅନେକ ହିତାଧିକାରୀ ଫାଇନ୍‌ ଟଙ୍କା ପାଇନାହାନ୍ତି। ଯାହାକୁ ନେଇ ଗରିବ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି।

ବଲାଙ୍ଗିର ରୁଗୁଡିପଡାର ଦୀପାଞ୍ଜଳି ରାଉତ। ସରକାରଙ୍କ କହିବା ମୁତାବକ ରାସନକାର୍ଡ ଫେରସ୍ତ କରିଥିଲେ।  ଫାଇନ୍‌ ବାବଦକୁ ୨୫୦୦ ଟଙ୍କା ଦେଇଥିଲେ। କିନ୍ତୁ ଆଜି ଯାଏ ଫାଇନ୍‌ ଟଙ୍କା ଫେରି ପାଇନାହାନ୍ତି। ବାରମ୍ବାର ପୌରସଂସ୍ଥା କାର୍ଯ୍ୟାଳୟକୁ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି ଦୀପାଞ୍ଜଳି।

ସେହିପରି ସେହି ସାହିର ସରୋଜିନୀ ଫାଇନ୍‌ ବାବଦକୁ ୩୦୦୦ ଟଙ୍କା ଦେଇଥିଲେ। କିନ୍ତୁ ଆଜି ଯାଏ ସରକାରଙ୍କ ଘୋଷଣା ମୁତାବକ ଫେରି ପାଇନାହାନ୍ତି ଫାଇନ୍‌ ଟଙ୍କା। କେବଳ ଏହି ଦୁଇ ଜଣ ନୁହଁନ୍ତି, ଅନେକ ଲୋକ ଏପର୍ଯ୍ୟନ୍ତ ଫାଇନ୍‌ ଟଙ୍କା ଫେରସ୍ତ ପାଇନାହାନ୍ତି।

ଖାଦ୍ୟ ସୁରକ୍ଷା ଆଇନ୍‌ରେ ବେଆଇନ୍‌ ଭାବେ ରାସନ୍‌ କାର୍ଡ ହାତେଇଥିବା ଅଭିଯୋଗ ପରେ ୨୦୧୬ ଜୁନ୍‌ରେ ଆରମ୍ଭ ହେଲା ଧରପଗଡ଼। ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଥାନାରେ ୫୧ ଜଣ ହିତାଧିକାରୀଙ୍କ ନାଁରେ ମାମଲା ରୁଜୁ କରି ଜେଲ୍‌ ପଠାଇଲା ପୁଲିସ। ଏଥିରୁ ବାଦ ପଡିନଥିଲେ ବୟସ୍କା ଓ ପ୍ରସୂତି ମହିଳା। ପୂରା ରାଜ୍ୟରେ ସବୁଠାରୁ ଅଧିକ ୪ କୋଟି ୨୦ ଲକ୍ଷ ୬୧ ହଜାର ୯୦୪ ଟଙ୍କା ଫାଇନ୍‌ ଆକାରରେ ବଲାଙ୍ଗିର ଜିଲ୍ଲାରୁ ଆଦାୟ ହୋଇଥିଲା। ପରେ ଫାଇନ୍‌ ଟଙ୍କା ଫେରସ୍ତ କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। ଘଟଣାର ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଆଜି ଯାଏ ଅଧିକାଂଶ ହିତାଧିକାରୀ ଟଙ୍କା ପାଇନାହାନ୍ତି।



from OdishaReporter https://ift.tt/2OBkIVB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages