ଦୁଷ୍କର୍ମ ପରେ ‍କ୍ଷତିପୂରଣ ଦେଇ ଦୋଷମୁକ୍ତ ହୋଇଥିଲା, ଏବେ ହାଜତରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଦୁଷ୍କର୍ମ ପରେ ‍କ୍ଷତିପୂରଣ ଦେଇ ଦୋଷମୁକ୍ତ ହୋଇଥିଲା, ଏବେ ହାଜତରେ

ହାଇଦ୍ରାବାଦ: କଅଁଳ କାନ୍ଧରେ ପରିବାରର ବୋଝ କାନ୍ଧେଇ ସାହୁକାର କ୍ଷେତରେ ଦିନରାତି ଖଟୁଥିଲା ନାବାଳିକା କାମ କରିବାବେଳେ କିନ୍ତୁ ସହୁକାରର ଲୋଲୁପ ଦୃଷ୍ଟି ପଡ଼ିଲା କିଶୋରୀର ଦେହରେ। ଆଉ ତା ପରେ…

ବିବାହର ପ୍ରତିଶ୍ରୁତି ଦେଇ ସାହୁକାର ବାରମ୍ବାର ଦୁଷ୍କର୍ମ କରିବା ପରେ ଗର୍ଭବତୀ ହେଲା ୧୭ ବର୍ଷର କିଶୋରୀ। ଘଟଣାଟି ପଦାକୁ ଆସିବା ପରେ ପୀଡ଼ିତା ଓ ପରିବାରର ମୁହଁ ବନ୍ଦ କରିବା ପାଇଁ ଗାଁର ମଧ୍ୟସ୍ଥିଙ୍କ ଜରିଆରେ ଅଢ଼େଇ ଲକ୍ଷ ଟଙ୍କା ଦେଇ ଦୋଷମୁକ୍ତ ହେଲା। କିନ୍ତୁ ଏ ଖବର କୌଣସିପ୍ରକାର ଥାନାରେ ପହଞ୍ଚିବା ପରେ ପୁଲିସ୍ ଅଭିଯୁକ୍ତ ସାହୁକାର ସମେତ ମାମଲାକୁ ରଫାଦଫାରେ ମଧ୍ୟସ୍ଥି ସାଜିଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଛି।

ଏହି ଲଜ୍ଜାଜନକ ଘଟଣାଟି ତେଲେଙ୍ଗାନାର ମହବୁବ୍‌ନଗର ଜିଲ୍ଲାର ନାରାୟନ୍‌ପେଟ୍‌ରେ ଘଟିଛି।

ପୁଲିସ୍‌ର କହିବାନୁସାରେ, ୧୭ ବର୍ଷିୟା ନାବାଳିକା ଜଣଙ୍କ ପରିବାର ପୋଷିବା ପାଇଁ ସ୍ଥାନୀୟ ଅଞ୍ଚଳର ଭେଙ୍କଟାଇଆ ନାମକ ଜଣେ ବ୍ୟକ୍ତିଙ୍କ କପା କ୍ଷେତରେ କାମ କରୁଥିଲେ। ବିଭିନ୍ନ ସମୟରେ ନାବାଳିକାଙ୍କୁ ଏକୁଟିଆ ପାଇ ସାହୁକାର ଭେଙ୍କଟାଇଆ ବିବାହର ପ୍ରତିଶ୍ରୁତି ଦେଇଥିଲେ ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

ପରେ ପରିବାର ଲୋକେ ନାବାଳିକାଙ୍କ ଶରୀରର ଅସ୍ୱାଭାବିକ ଲକ୍ଷଣ ଦେଖି ଡାକ୍ତରୀ ପରୀକ୍ଷା କରିବା ପରେ ସେ ଗର୍ଭବତୀ ଥିବା ଜଣପଡ଼ିଥିଲା। ତେବେ ଗାଁର ୬ଜଣ ବୟସ୍କ ବ୍ୟକ୍ତି ଏହି ଅଭାବନୀୟ ଘଟଣାରେ ମଧ୍ୟସ୍ଥି ଭୂମିକା ନେଇ ମାମଲାଟିକୁ ଚାପି ଦେବାକୁ ଉଦ୍ୟମ କରିଥିଲେ।

ପୁଲିସ୍ ସୂଚନା ଅନୁସାରେ, ଗାଁର ଏହି ମଧ୍ୟସ୍ଥିମାନଙ୍କ ଜରିଆରେ ଅଭିଯୁକ୍ତ ଭେଙ୍କଟାଇଆ, ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଅଢ଼େଇ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇଥିଲା।

ତେବେ ଚୋର ଘର ସବୁବେଳେ ଅନ୍ଧାର ନଥାଏ। ଗତ ୧ ତାରିଖରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ ଛାନ୍‌ଭିନ୍ କରିଥିଲା ଏବଂ ଶୁକ୍ରବାର ଅଭିଯୁକ୍ତଙ୍କ ସମେତ ଗାଁର ୪ ଜଣ ମଧ୍ୟସ୍ଥିଙ୍କୁ ଗିରଫ୍‌ କରିଛି। ପୀଡ଼ିତାଙ୍କ ଘରୁ ମଧ୍ୟ ମାମଲା ରଫାଦଫା ହୋଇଥିବା ନେଇ ଏକ ଚୁକ୍ତିନାମାକୁ ପୁଲିସ୍ ଜବତ୍‌ କରିଛି ।

ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଅଧିକ ତଥ୍ୟ ପାଇଁ ପୁଲିସ୍ ସେମାନଙ୍କୁ ରିମାଣ୍ଡ୍‌ରେ ରଖି ପଚରାଉଚରା କରୁଛି।



from OdishaReporter https://ift.tt/2B3YKYl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages