
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍): ନୂଆ ପାସପୋର୍ଟ ପାଇଁ ଆପଣଙ୍କୁ ଆଉ ପାସ୍ପୋର୍ଟ୍ ଅଫିସ୍ରେ ଚକ୍କର୍ କାଟିବାକୁ ପଡ଼ିବ ନାହିଁ। ଘରେ ବସି ନିଜ ସ୍ମାର୍ଟଫୋନ୍ରୁ ହିଁ ଆପଣ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ‘ଏମ୍ପାସପୋର୍ଟସେବା'(“mPassportSeva”)ନାଁରେ ଏକ ଆପ୍ଏବେଉପଲବ୍ଧହେଉଛି। ଦେଶର ଯେକୌଣସି ସ୍ଥାନରେ ରହି ଆପଣ ଏହି ସେବାପାଇପାରିବେ।
ଏହି ଆପ୍କୁ ଆପଣ ଉଭୟ, ଆଣ୍ଡ୍ରୋଏଡ୍ ଏବଂ ଆଇ-ଫୋନ୍ରେ ମାଗଣାରେ ଡାଉନ୍ଲୋଡ୍ କରିପାରିବେ।
ମନେ ରଖନ୍ତୁ, ଏହି ଆପ୍ ‘କନ୍ସ୍ୟୁଲାର୍ ପାସ୍ପୋର୍ଟ୍ ଏବଂ ଭିସା ଡିଭିଜନ୍’ ଦ୍ୱାରା ଜାରି କରାଯାଇଛି। ଆଣ୍ଡ୍ରୋଏଡ୍ ଫୋନ୍ରେ ଏହି ଆପ୍ର ଅନେକ ନକଲିଭର୍ସନ୍ ରହିଛି, ସେଥିପାଇଁ ସଠିକ୍ ଆପ୍କୁ ଡାଉନ୍ଲୋଡ୍ କରନ୍ତୁ।
କେଉଁମାନେ ଆବେଦନ କରିପାରିବେ?
ଯେଉଁ ବ୍ୟକ୍ତିଙ୍କର ପାସ୍ପୋର୍ଟ ନାହିଁ, ସେମାନେ ଏହି ଆପ୍ ଯୋଗେ ଆବେଦନ କରିପାରିବେ। ପିସିସି ଫର୍ମ ଫାଇଲିଙ୍ଗ୍ଓ ଆବେଦନ କରିବା ପାଇଁ ଅନ୍ଲାଇନ୍ ପେମେଣ୍ଟ୍ ଇଦ୍ୟାଦି ଆପଣ ଏହି ଆପ୍ ଜରିଆରେହିଁକରିପାରିବେ।
ଏହା ବ୍ୟତୀତ ଯଦି କୌଣସି ବ୍ୟକ୍ତିଙ୍କର ପାସ୍ପୋର୍ଟ୍ର ଅବଧି ସରିଯାଏ,ତେବେପାସ୍ପୋର୍ଟ୍ରେ ଥିବା ବ୍ୟକ୍ତିଗତ ବିବରଣୀରେ ମଧ୍ୟସେଆବଶ୍ୟକପରିବର୍ତ୍ତନକରିପାରିବେ।ଏହାସହପାସ୍ପୋର୍ଟ୍ନଷ୍ଟହୋଇଯାଇଥିଲେକିମ୍ବାହଜି ଯାଇଥିଲେମଧ୍ୟସଂପୃକ୍ତ ବ୍ୟକ୍ତି ପୁଣି ଥରେନିଜ ପାସ୍ପୋର୍ଟ୍ ଆବେଦନ କରି ପାରିବେ।
ନିଜ ସ୍ମାର୍ଟଫୋନ୍ରୁ ଆବେଦନ କରିବେ କିପରି?
‘ଏମ୍ପାସପୋର୍ଟସେବା’ ଆପ୍ରୁ ପାସ୍ପୋର୍ଟ ପାଇଁଆବେଦନ କରିବା ନେଇକୌଣସି ଭିନ୍ନପ୍ରକ୍ରିୟା ନାହିଁ। ପାସ୍ପୋର୍ଟ୍ ସେବା ୱେବ୍ସାଇଟ୍ରେ ଆପଣ ଯେପରି ଆବେଦନ କରୁଥିଲେ, ସେହିପରି ଏହି ଆପ୍ରୁ ମଧ୍ୟ ଆବେଦନ କରିପାରିବେ।
୧. ମୋବାଇଲ୍ରେ ‘ଏମ୍ପାସପୋର୍ଟସେବା’କୁ ଖୋଲି ୟୁଜର୍ ରେଜିଷ୍ଟ୍ରେସନ୍କୁ ଖୋଲନ୍ତୁ।
୨. ସେଥିରେ ଆପଣଙ୍କ ସହରର ନିକଟସ୍ଥ ପାସପୋର୍ଟ ଅଫିସ୍କୁ ଚୟନ କରନ୍ତୁ।
୩. ଆପଣଙ୍କ ନାମ, ଜନ୍ମ ତାରିଖ ଏବଂ ଇ-ମେଲ୍ ଦିଅନ୍ତୁ।
୪. ଏହା ପରେ ନିଜର ଏକ ଲଗ୍ଇନ୍ ଆଇଡି ଦେବା ସହିତ ଏକ ପାସ୍ୱାର୍ଡ୍ ମଧ୍ୟ ଦିଅନ୍ତୁ। ଏହି ପ୍ରକ୍ରିୟା ଆପଣଙ୍କ ଇ-ମେଲ୍ ଆକାଉଣ୍ଟ ଖୋଲିବା ପ୍ରକ୍ରିୟା ସହିତ ସମାନ। ଏଠାରେ ଆପଣ ନିଜ ଇ-ମେଲ୍ ଆଇଡିକୁ ମଧ୍ୟଲଗ୍ଇନ୍ ଆଇଡି ଭାବେଦେଇପାରିବେ।
୫. ଏହା ପରେ ଏହାରସୁରକ୍ଷା ପାଇଁ ଏକ ପ୍ରଶ୍ନ ଏବଂ ଉତ୍ତର ଯୋଡ଼ନ୍ତୁ। ଏହା ଆପଣଙ୍କୁ ପାସ୍ୱାର୍ଡ ଭୁଲିଯିବା ସମୟରେ ସାହାଯ୍ୟ କରିବ।
୬. କନ୍ଫର୍ମ ଅପ୍ସନ୍କୁ କ୍ଲିକ୍ କରିବା ପରେ ଆପଣଙ୍କୁ Captcha codeର ଛୋଟ ଇମେଜ୍ ଥିବା କିଛି ଅକ୍ଷରକୁ ଏଣ୍ଟର୍ କରିବାକୁ ପଡ଼ିବ। ଶେଷରେ ସବ୍ମିଟ୍ ଅପ୍ସନ୍କୁ କ୍ଲିକ୍ କରନ୍ତୁ।
from Odisha Reporter https://ift.tt/2nRMdOy
No comments:
Post a Comment