ବିବାଦରେ ‘ପାଟଣାଗଡ଼’ ଫିଲ୍ମ: ବିରୋଧ କଲେ ମୃତ ସୌମ୍ୟଙ୍କ ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ବିବାଦରେ ‘ପାଟଣାଗଡ଼’ ଫିଲ୍ମ: ବିରୋଧ କଲେ ମୃତ ସୌମ୍ୟଙ୍କ ବାପା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଧାର କରି  ନିର୍ମାଣ ହେଉଥିବା ଫିଲ୍ମକୁ ବିରୋଧର ସାମ୍ନା କରିବାକୁ ପଡ଼ିଛି। ଏନେଇ ଉକ୍ତ ବିସ୍ଫୋରଣରେ ମୃତ ସୌମ୍ୟ ଶେଖରଙ୍କ ବାପା ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୌମ୍ୟ ଶେଖରଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ ଏ ସମ୍ପର୍କରେ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଆଜି ଏକ ପ୍ରେସ୍‌ମିଟ୍‌ରେ ଅଧ୍ୟାପକ ଶ୍ରୀ ସାହୁ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏହି ଘଟଣାର ମାଷ୍ଟର୍‌ମାଇଣ୍ଡ୍ ଅଧ୍ୟାପକ ପୁଞ୍ଜିଲାଲ ମେହେର ଗିରଫ ହୋଇ ଏବେ ଜେଲ୍ ହାଜତରେ ଅଛନ୍ତି।

ଏହି ଘଟଣାକୁ ଆଧାର କରି ଓଡ଼ିଆ ଫିଲ୍ମ “ପାଟଣାଗଡ଼” ନିର୍ମାଣ ହେଉଛି। ନିକଟରେ ଏହି ପିଲ୍ମର ଟିଜର୍ ରିଲିଜ୍‌ ହୋଇଛି। ଏହା ଏକ ଦ୍ୱି-ଭାଷୀ ଫିଲ୍ମ। ଓଡ଼ିଆ ସହ ତେଲୁଗୁ ଭାଷାରେ ମଧ୍ୟ ଫିଲ୍ମଟି ରିଲିଜ୍‌ କରିବାର ଯୋଜନା ରହିଛି। ଫିଲ୍ମରେ ବଲିଉଡ୍‌ ଅଭିନେତା ଅତୁଲ୍‌ କୁଲ୍‌କର୍ଣ୍ଣୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ସେହିପରି ଫିଲ୍ମରେ ପାଟଣାଗଡ଼ ପାର୍ସଲ ବୋମାର ମାଷ୍ଟର୍‌ମାଇଣ୍ଡ୍ ପୁଞ୍ଜିଲାଲଙ୍କ ଭୂମିକାରେ ଆସୁଛନ୍ତି ଲୋକପ୍ରିୟ ଓଡିଆ ଅଭିନେତା ମନୋଜ ମିଶ୍ର।  ଫିଲ୍ମର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା । ଫିଲ୍ମଟି ଦଶହରାରେ ରିଲିଜ୍‌ କରିବାର ଯୋଜନା ରଖାଯାଇଛି।

ଫିଲ୍ମର ପୁର୍ବ ନାଁ “ବୁଲେଟ୍‌ ରାଜା” ରଖାଯାଇଥିବା ବେଳେ ପରେ ଏହାକୁ ପରିବର୍ତ୍ତନ କରି ‘ପାଟଣାଗଡ଼’ ରଖାଯାଇଛି। ତେବେ  ମୃତକଙ୍କ ପରିବାର ପକ୍ଷରୁ ଏହାର କଡ଼ା ବିରୋଧ କରାଯିବା ପରେ ଫିଲ୍ଘଟି ବିବାଦରେ ଛନ୍ଦି ହୋଇପଡ଼ିଛି। ଏବେ କାହାଣୀର ଗତି କୁଆଡ଼େ ଯାଉଛି, ତାହା ଦେଖିବାକୁ ବାକି ରହିଲା।



from Odisha Reporter https://ift.tt/2wd4DNd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages