ନୂଆ ନୂଆ ଚାକିରି କରୁଛନ୍ତି କି, ତେବେ ଭବିଷ୍ୟତ ପାଇଁ ଆପଣାନ୍ତୁ ଏହିସବୁ ଫର୍ମୁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ନୂଆ ନୂଆ ଚାକିରି କରୁଛନ୍ତି କି, ତେବେ ଭବିଷ୍ୟତ ପାଇଁ ଆପଣାନ୍ତୁ ଏହିସବୁ ଫର୍ମୁଲା

money

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପ୍ରଥମ ଥର ପାଇଁ ଚାକିରି କରୁଥିବା ଅଧିକାଂଶ ଯୁବକ, ଯୁବତୀ ସେମାନଙ୍କ ମାସିକ ଦରମାକୁ ଅପେକ୍ଷା କରି ରହିଥା’ନ୍ତି। ଆଉ ଦରମା ମିଳିଯିବା ମାତ୍ରେ, ମନଇଚ୍ଛା ସେହି ଟଙ୍କାକୁ ଖର୍ଚ୍ଚ କରିଦିଅନ୍ତି। କାରଣ ସେମାନଙ୍କ ଉପରେ ଘର କି ପରିବାରର ଦାୟିତ୍ୱ ନଥାଏ।
କିନ୍ତୁ ଆପଣ ମନେ ରଖନ୍ତୁ, ଏହି ସମୟ ହିଁ ଆପଣଙ୍କ ପାଇଁ ଅର୍ଥ ସଞ୍ଚୟର ଉପଯୁକ୍ତ ସମୟ। କାରଣ ଆଗକୁ ଦାଯିତ୍ୱ ବଢ଼ିଗଲେ, ଆଉ ଆପଣ ଚାହିଁଲେ ମଧ୍ୟ ସଞ୍ଚୟ କରିପାରିବେ ନାହିଁ।
ଦରମା ଅଧିକ ହେଉ କି କମ୍‌, ଯେପରି ସବୁ ଦରମା ଟଙ୍କା ଖର୍ଚ୍ଚ ନ ହୋଇ ସେଥିରୁ ଅଳ୍ପ ହେଉ ପଛେ, କିପରି ସଞ୍ଚୟ ହୋଇପାରିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହି ସଞ୍ଚୟ ଆପଣଙ୍କୁ ଭବିଷ୍ୟତର ବିପଦବେଳେ ବହୁ ସାହାଯ୍ୟ କରିବ।
ଆଜି ଆମେ ସଞ୍ଚୟ କରିବାର ଏମିତି କିଛି ଉପାୟ ବତାଇବୁ, ଯାହା ଆପଣାଇଲେ, ଆପଣ ନିଜ ଭବିଷ୍ୟତକୁ ସୁରକ୍ଷିତ କରିପାରିବେ।
ଋଣ ପରିଶୋଧ କରନ୍ତୁ: ଯଦି ପୂର୍ବରୁ ଆପଣ ‘ଷ୍ଟୁଡେଣ୍ଟ୍‌ ଲୋନ୍‌’ ନେଇଛନ୍ତି, ତେବେ ଚାକିରି ପାଇବା ମାତ୍ରେ ଏହି ଋଣ ଅର୍ଥ ପରିଶୋଧ କରିବାକୁ ଆପଣ ପ୍ରାଥମିକତା ଦେବା ଉଚିତ୍‌। କାରଣ ଯେତେ ଋଣ ପରିଶୋଧରେ ଯେତେ ବିଳମ୍ବ କରିବେ, ଋଣ ଉପରେ ସୁଧ ସେତେ ବଢ଼ି ଚାଲିବ। ତେଣୁ ନିଜ ଉପରୁ ଋଣର ବୋଝ କମ୍‌ କରିବା ପାଇଁ ପ୍ରଥମେ ଏହାକୁ ପରିଶୋଧ କରିବା ଆରମ୍ଭ କରନ୍ତୁ।
ମାସିକ ବଜେଟ୍‌ ପ୍ରସ୍ତୁତ କରନ୍ତୁ: ଆପଣ ଯଦି ସମ୍ଭାବ୍ୟ ଖର୍ଚ୍ଚର ଏକ ବଜେଟ୍‌ ପ୍ରସ୍ତୁତ କରିଥିବେ, ତେବେ ଜାଣିପାରିବେ ଯେ କେଉଁ ବାବଦରେ ଆପଣଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବା ଉଚିତ୍। ଏହା କଲେ ଆଉ ଆପଣଙ୍କର ବାଜେ ଖର୍ଚ୍ଚ ଅଧିକ ହେବ ନାହିଁ। ତେଣୁ ଦରମା ପାଇବା ପୂର୍ବରୁ ଖର୍ଚ୍ଚର ଏକ ବଜେଟ୍ ପ୍ରସ୍ତୁତ କରି ଭିନ୍ନ ଭିନ୍ନ ଖର୍ଚ୍ଚ ପାଇଁ ଟଙ୍କାକୁ ବାଣ୍ଟି ଦିଅନ୍ତୁ। ଏହା ପରେ ଯାହା ବି ବଞ୍ଚିବ, ସେତିକି ସଞ୍ଚୟ କରନ୍ତୁ।
ନିବେଶ କରନ୍ତୁ: ସଞ୍ଚିତ ଟଙ୍କାରୁ କିଛି ଟଙ୍କା ନିବେଶ କଲେ, ଭବିଷ୍ୟତ ପାଇଁ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ହେଲେ ଏହା କରିବା ପୂର୍ବରୁ, ଆପଣ ଭଲଭାବେ ଯୋଜନା କରନ୍ତୁ ଯେ ଆପଣ କେଉଁ ସଂସ୍ଥାରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି। ନିବେଶ କରିବାକୁ ଯାଉଥିବା ସଂସ୍ଥା ସମ୍ପର୍କରେ ଭଲ ଭାବେ ତଥ୍ୟ ସଂଗ୍ରହ କରନ୍ତୁ। ସବୁଠୁ ଅଧିକ ରିଟର୍ଣ୍ଣ୍‌ ମିଳୁଥିବା ଉଦ୍ୟୋଗ ବା ସଂସ୍ଥାରେ ହିଁ ଟଙ୍କା ନିବେଶ କରନ୍ତୁ। ତେବେ ଆପଣଙ୍କ ପାଇଁ ଆର୍‌ଡି କିମ୍ବା ମ୍ୟୁଚୁଆଲ୍‌ ଫଣ୍ଡ ଭଲ ବିକଳ୍ପ। ମନେ ରଖନ୍ତୁ, ଆପଣ ଯଦି ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ଟଙ୍କା ନିବେଶ କରୁଛନ୍ତି, ତେବେ ଏହାର ଅବଧି ଦୀର୍ଘକାଳୀନ ରଖନ୍ତୁ। କାରଣ ଏହାଦ୍ୱାରା ଆପଣଙ୍କୁ ଅଧିକ ରିଟର୍ଣ୍ଣ୍‌ ମିଳିବ। ମ୍ୟୁଚୁଆଲ ଫଣ୍ଡ୍‌ର ସବୁଠୁ ଭଲ କଥା ହେଉଥି, ଏଥିରେ ଆପଣ ମାତ୍ର ୫୦୦ ଟଙ୍କାରୁ ନିବେଶ କରିବା ଆରମ୍ଭ କରିପାରିବେ।

ଜରୁରୀ ସ୍ଥିତି ପାଇଁ ପ୍ରସ୍ତୁତି: ନିବେଶ କରିବା ସହିତ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଆପଣ ନିଶ୍ଚୟ ସଞ୍ଚୟ କରନ୍ତୁ। ଏହା ଆପଣଙ୍କୁ ଟଙ୍କା ଜରୁରୀ ଥିବା ସମୟରେ ସମ୍ଭାବ୍ୟ ବିପଦରୁ ରକ୍ଷା କରିବ। ସ୍ୱାସ୍ଥ୍ୟଗତ ଅସୁସ୍ଥତା ଓ ଦୁର୍ଘଟଣା ଭଳି ସମସ୍ୟାର ସମ୍ମୁଖୀନ ଆର୍ଥିକ ଆବଶ୍ୟକତାକୁ ଆପଣ ଏହାଦ୍ୱାର ମୁକାବିଲା କରିପାରିବେ। ଏଥିପାଇଁ ଆପଣ ସ୍ୱାସ୍ଥ୍ୟ ବୀମା କରିବା ଭଲ।



from Odisha Reporter https://ift.tt/2wB59Fh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages