
ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ନାକଟୀଦେଉଳ ଥାନା ଅନ୍ତର୍ଗତ ସାଲେଭଟା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ପର୍ଶୁରାମ ପ୍ରଧାନ।
ଗତକାଲି ପର୍ଶୁରାମ ନିଜ ଗାଁ ତେମେର୍ଡାକୁ ଯାଉଥିବା ବେଳେ ତାଳସାବୁରୀ ନିକଟରେ ୪ରୁ ଅଧିକ ଲୋକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପର୍ଶୁରାମଙ୍କୁ ଲହୁ ଲୁହାଣ ଅବସ୍ଥାରେ ପ୍ରଥମେ ନାକଟୀଦେଉଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୂର୍ବରୁ ସୂଚନା ଅଧିକାର ବଳରେ ତଥ୍ୟ ମାଗିବାକୁ ନେଇ କିଛି ବ୍ୟକ୍ତିଙ୍କ ସହ ପର୍ଶୁରାମଙ୍କ ବିବାଦ ଥିଲା। ଏହାକୁ କେନ୍ଦ୍ର କରି ପର୍ଶୁରାମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
from Odisha Reporter https://ift.tt/2ws2ihM
No comments:
Post a Comment