
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକରେ ଆତ୍ମଗୋପନ କରିଥିଲା ଲସ୍କର-ଏ-ତାଇବାର କୁଖ୍ୟାତ ଆତଙ୍କବାଦୀ ଶେଖ୍ ଅବଦୁଲ୍ ନଇମ୍। ଆଉ ଏଥିରେ ସୂତ୍ରଧର ସାଜିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ତେଣ୍ଡାକୁଡ଼ା ଗାଁର ହବିବୁର୍ ରେହମାନ୍।
ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ହବିବୁର୍ ରିୟାଦ୍ରେ ରହୁଥିଲା, ତାହାହେଲେ କଟକରେ ନଇମ୍କୁ କିଏ ଲୁଚାଇ ରଖିଥିଲା? ଏଥି ସହ ଆଉ କିଛି ଅସମାହିତ ପ୍ରଶ୍ନକୁ ନେଇ ହବିବୁର୍କୁ ଜେରା କରିବ ଏସ୍ଟିଏଫ୍।
ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବାର ହ୍ୟାଣ୍ଡଲର୍ ହବିବୁର୍ ରେହମାନ୍ଠାରୁ ତଥ୍ୟ ଓଗାଳିବା ପାଇଁ ଦିଲ୍ଲୀ ଯାଇଛି କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍। ଡିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇଥିବା ଏହି ସ୍ପେଶାଲ୍ ଟିମ୍ ହବିବୁରର ଓଡ଼ିଶାରେ କାରନାମା ସଂପର୍କରେ ତଥ୍ୟ ବାହାର କରିବାକୁ ଚେଷ୍ଟା କରିବ।

ଆତଙ୍କୀ କାର୍ଯ୍ୟକଳାପର ପ୍ରତିଟି ଦିଗକୁ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ର ୩ ଜଣିଆ ଟିମ୍। NIAଠାରୁ ଅନୁମତି ମିଳିବା ପରେ ଏସ୍ଟିଏଫ୍ ଡିଆଇଜି ହିମାଂଶୁ ଲାଲଙ୍କ ସହ ୩ ଜଣିଆ ଟିମ୍ କରିବ ଖୋଳତାଡ଼।
ରିୟାଦରେ ରହି ଲସ୍କର-ଏ-ତାଇବାର ଆତଙ୍କବାଦୀ ଶେଖ୍ ଅବଦୁଲ୍ ନଇମ୍କୁ କଟକରେ ସେ କେମିତି ଓ କେତେଥର ଅଣ୍ଡରଗ୍ରାଉଣ୍ଡ କରିଥିଲା? ହବିବୁର୍ ଯଦି ରିୟାଦରେ ରହୁଥିଲା ନଇମକୁ ଏଠି ସହାୟତା ଯୋଗାଉଥିଲା କିଏ? କଟକରେ ନଇମ୍କୁ ଲୁଚାଇ ରଖିବା ପଛର ରହସ୍ୟ କଣ? ଓଡ଼ିଶାରେ ରହି ନଇମ୍ କେମିତି ନିଜ ସଂଗଠନକୁ ଅପରେଟ୍ କରୁଥିଲା? ଆତଙ୍କବାଦୀ ସଂଗଠନର ରାଡାରରେ ଅଛି କି ଓଡ଼ିଶା? ହବିବୁର୍ଠାରୁ ଏସବୁର ଉତ୍ତର ଖୋଜିବ ଏସ୍ଟିଏଫ୍।
କେନ୍ଦ୍ରାପଡ଼ା ତେଣ୍ଡାକୁଡ଼ା ଗାଁର ହବିବୁର୍ ରେହମାନକୁ ଗିରଫ କରି ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି NIA। ନଇମ୍ ଓ ହବିବୁର୍ର ଲିଙ୍କ ସମ୍ପର୍କରେ ଚାର୍ଜସିଟ୍ରେ NIA ସାଂଘାତିକ ତଥ୍ୟ ଦେଇଛି। ତେଣୁ ହବିବୁର୍କୁ ଜେରା ପରେ ହିଁ ତା’ପାଖରୁ ମିଳିବ ଓଡ଼ିଶାରେ ଲୁଚିଥିବା ଅନ୍ୟ ସ୍ଲିପିଂ ସେଲ୍ର ଠିକଣା। ଏହି ଦୃଷ୍ଟିରୁ ଉପର ଠାଉରିଆ ଭାବେ ନୁହେଁ, ମାମଲାର ମୂଳକୁ ଯାଇ ହବିବୁର୍ଠାରୁ ତଥ୍ୟ କାଢିବା ଜରୁରୀ ବୋଲି ମତ ରଖିଛନ୍ତି ପୂର୍ବତନ ପୁଲିସ ଡିଜି ବିପିନ୍ ବିହାରୀ ମିଶ୍ର।
from OdishaReporter https://ift.tt/2KHmod3
No comments:
Post a Comment