
ଭୁବନେଶ୍ୱର : ରାଜ୍ୟ ବାହାରର ଗୋଟିଏ ଠିକା କମ୍ପାନୀ ଓ ଦିଲ୍ଲୀର ଏକ ଏଜେନ୍ସି ଏବେ କୁଆଡ଼େ କୋଟିକୋଟି ଟଙ୍କାର ରାଜସ୍ୱ ହରିଲୁଟ୍ କରୁଛନ୍ତି ବୋଲି ଚର୍ଚ୍ଚା।
ଶୁଣିବାକୁ ମିଳୁଛି, ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଏବେ ରାଜଧାନୀ ଭୁବନେଶ୍ୱରକୁ ସୁସଜ୍ଜିତ କରାଯାଉଛି । ଆୟୋଜନସ୍ଥଳକୁ ବି ନୂଆ ଲୁକ୍ ଦେବାକୁ ଯୋଜନା ହେଉଛି। ଆଉ ଏସବୁ କାର୍ଯ୍ୟ ପାଇଁ କୁଆଡ଼େ କୋଟିକୋଟି ଟଙ୍କାର କିକଵ୍ୟାକ ହେଉଛି।
ଏହି କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ବଜେଟ୍ କୁଆଡ଼େ ଏବେ ନିଅଣ୍ଟ ପଡ଼ିଥିବାରୁ ଆଉ ୫୦କୋଟି ଟଙ୍କାର ମିଡ୍ ଆରେଞ୍ଜମେଣ୍ଟ କରିବାକୁ ସମ୍ପୃକ୍ତ ବିଭାଗ କୁଆଡ଼େ ଅର୍ଥ ବିଭାଗକୁ ପ୍ରସ୍ତାବ ପଠାଇଛି।
ଚର୍ଚ୍ଚା ହେଉଛି, ରାଜ୍ୟ ବାହାରର ଗୋଟିଏ ଠିକା ସଂସ୍ଥାକୁ କୁଆଡ଼େ ଏହି ରାଜଧାନୀ ନବକଳେବର କାର୍ଯ୍ୟର ସିଂହଭାଗ ଦିଆଯାଇଛି। ସେହିପରି ନବକଳେବର କିଭଳି ହେବ ସେଥିପାଇଁ ଆଇଡିଆ ଦେଇଥିବା ଆଉ ଏକ ସଂସ୍ଥା ମଧ୍ୟ ଆବଶ୍ୟକତାଠୁ ଢେର ପରିମାଣର ପାଣ୍ଠି ହାତେଇ ନେଇଛି।
ଆଉ ବିନା ଟେଣ୍ଡରରେ ଏହି ସଂସ୍ଥା ଦୁଇଟିକୁ ସରକାର କୁଆଡ଼େ କୋଟିକୋଟି ଟଙ୍କାର କାର୍ଯ୍ୟାଦେଶ ଦେଇଛନ୍ତି।
ଶୁଣିବା କଥା ହେଉଛି, ତୃତୀୟ ମହଲା ଓ ଜଣେ ବରିଷ୍ଠ ଆଇଏଏସଙ୍କୁ ପ୍ରଭାବିତ କରି ଜଣେ ଅଫିସର କୁଆଡ଼େ ଏସବୁ କାର୍ଯ୍ୟ କରୁଛନ୍ତି। ଏହି ଅଫିସର ଏବେ ତୃତୀୟ ମହଲାର ଗୁଡବୁକରେ ଥିବାବେଳେ ଉକ୍ତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆଳରେ ସିଏ କୁଆଡ଼େ ମନଇଚ୍ଛା ରାଜ୍ୟ ବାହାରର ଏଜେନ୍ସି ଓ ସଂସ୍ଥାକୁ ଚଢ଼ାଦରରେ କାର୍ଯ୍ୟାଦେଶ ଦେଉଛନ୍ତି।
ଏପରିକି ତୃତୀୟ ମହଲାର ନାଁ ବିକି ଏହି ଅଫିସର କୁଆଡ଼େ ଏବେ ଏହି କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗକୁ ମଧ୍ୟ ନାଲି ଆଖି ଦେଖାଇବାକୁ ପଛାଉ ନାହାନ୍ତି।
ଚର୍ଚ୍ଚା ହେଉଛି, ଏହି କାର୍ଯ୍ୟଗୁଡ଼ିକ ବଦଳରେ ରାଜ୍ୟ ବାହାରର ସଂସ୍ଥା ଦେଉଥିବା ‘ପିସି’ ଉପରେ କୁଆଡ଼େ ସମ୍ପୃକ୍ତ ଅଫିସରଙ୍କ ସମେତ ଅନ୍ୟ କିଛି ଆଇଏଏସ୍ ବି ଆଖି ପକାଇଛନ୍ତି। ଏହି ନବକଳେବର ନିମନ୍ତେ ବାହାର ଏଜେନ୍ସିକୁ ନିମନ୍ତ୍ରଣ କରି ଆଣିଥିବା ସମ୍ପୃକ୍ତ ଅଫିସର ଉନ୍ନତମାନର କାର୍ଯ୍ୟ ଓ ସେବା ଯୋଗାଇବାର ଦକ୍ଷତା ଓଡ଼ିଶାର କୌଣସି ଏଜେନ୍ସୀ ପାଖରେ ନାହିଁ ବୋଲି ତୃତୀୟ ମହଲା ଓ ଶାସନ ମୁଖ୍ୟଙ୍କୁ ବୁଝାଇ ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି।
from OdishaReporter https://ift.tt/2OXPRmn
No comments:
Post a Comment