କେମିତି ସୋମନାଥଙ୍କ ମାନ ଭଞ୍ଜନ କରିଥିଲେ ବାଜପେୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

କେମିତି ସୋମନାଥଙ୍କ ମାନ ଭଞ୍ଜନ କରିଥିଲେ ବାଜପେୟୀ

ନୂଆଦିଲ୍ଲୀ: ଲୋକସଭାର ପୂର୍ବତନ ବାଚସ୍ପତି ତଥା 10 ଥରର ସାଂସଦ ସୋମନାଥ ଚାଟାର୍ଜୀଙ୍କର ଆଜି ପରଲୋକ ହୋଇଯାଇଛି। ୮୯ ବର୍ଷରେ ହୃଦ୍‌ଘାତରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଜଣେ ରାଜନେତା ଭାବେ ସୋମନାଥଙ୍କ ଜୀବନରେ ଅନେକ ଘଟଣା ଘଟିଛି।

ତନ୍ମଧ୍ୟରୁ ସୋମନାଥଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ଘଟିଥିବା ଏକ ଘଟଣାକୁ ଅବତାରଣା କରୁଛୁ। ଭାରତୀୟ ରାଜନୀତିରେ ଅଟଳ ବିହାରୀ ହେଉଛନ୍ତି ଏମିତି ନେତା ଯିଏ ବିରୋଧୀଙ୍କର ମଧ୍ୟ ପ୍ରିୟ ଥିଲେ। ହେଲେ ସେହି ବାଜପେୟୀଙ୍କ ଉପରେ ଦିନେ ସୋମନାଥ ରାଗିଯାଇଥିଲେ। ତେବେ ସେ ସମୟରେ କ’ଣ ଘଟିଥିଲା ଜାଣନ୍ତୁ।

ଏକଥା ହେଉଛି ୨୦୦୬ ଅଗଷ୍ଟ ମାସର। ସେତେବେଳେ ସୋମନାଥ ଲୋକସଭାର ବାଚସ୍ପତି ଥିଲେ। ବିଜେପି ସେତେବେଳେ ବାଚସ୍ପତି ପକ୍ଷପାତ କରୁଥିବା ଅଭିଯୋଗ ଆଣିଥିଲା। ସୋମନାଥଙ୍କ ବିରୋଧରେ ସେ ସମୟରେ ଏକ ଚିଠିରେ ବହୁ ବିଜେପି ନେତା ଦସ୍ତଖତ କରିଥିଲେ।

ଏହାକୁ ସମର୍ଥନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ବି ଦସ୍ତଖତ କରିଥିଲେ। ଏହି ଚିଠିକୁ ନେଇ ସେତେବେଳେ ଖୁବ୍‌ ହଙ୍ଗାମା ହୋଇଥିଲା। ଶାସନରେ ଥିବା ୟୁପିଏ ଏହି ଅଭିଯୋଗକୁ ନେଇ ବିଜେପି ବିରୋଧରେ ବିଷୋଦଗାର କରିଥିଲା।

ତେବେ ଚିଠିରେ ବାଜପେୟୀଙ୍କ ଦସ୍ତଖତ ଦେଖି ସୋମନାଥ ଅଧିକ ମର୍ମାହତ ହୋଇଥିଲେ। ସୋମନାଥ ଏ ସମ୍ପର୍କରେ ବାଜପେୟୀଙ୍କୁ ଫୋନ୍‌ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। କହିଥିଲେ ଯଦି ସେ ସଦନରେ କାହା ପ୍ରତି ପକ୍ଷପାତ କରୁଥିବା କେହି ଅନୁଭବ କରୁଥାନ୍ତି ତେବେ ସେ ଆଜି ହଁ ଏହି ପଦ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି। ସୋମନାଥଙ୍କ ଏହି କଥା ଶୁଣି ବାଜପେୟୀ କହିଥିଲେ, “କମ୍ରେଡ୍‌, ବିଜେପିର ସଦସ୍ୟ ଯୋଗୁଁ ମୁଁ ସେଥିରେ ଦସ୍ତଖତ କରିଛି।”

“ଯଦି ମୁଁ ଦସ୍ତଖତ ନକରିବି ତେବେ ଏହା ଦଳ ଅନୁଶାସନର ପରିପନ୍ଥୀ ହେବ। କିନ୍ତୁ ବ୍ୟକ୍ତିଗତଭାବେ କହିବି ଯେ, ଆପଣ କେବେ ଭେଦଭାବ କରନ୍ତି ନାହିଁ।”

ଏହା ଶୁଣି ସୋମନାଥ ପ୍ରଶ୍ନ କରି କହିଥିଲେ, “ଯଦି ଆପଣ ଏହି ପତ୍ରରେ ଦସ୍ତଖତ କରି ନଥାନ୍ତେ ତେବେ କ’ଣ ଅନୁଶାସନ ଭାଙ୍ଗିଯାଇଥାନ୍ତା?

ଏହାର ଜବାବ ବାଜପେୟୀ ବ୍ୟଙ୍ଗାତ୍ମକ ଢଙ୍ଗରେ ଦେଇଥିଲେ।

କହିଥିଲେ, “କମ୍ରେଡ୍‌, ଯଦି ତୁମେ ଏମିତି ଭାବୁଛ ତା’ ହେଲେ ଠିକ୍‌ ଅଛି। ସତ ଏଇଆ ଯେ, ମୁଁ ଭାଜପା ନେତା। ହେଲେ ଭାବିନିଅ ମୁଁ ଜଣେ ବାମପନ୍ଥୀ, ଆଉ ମୋତେ ତୁମ ଭୋଜିକୁ ଗୋଟେ ନିମନ୍ତ୍ରଣ ଦେଇ ଦେଖ। ଦେଖିବ ତା’ ପରେ ତୁମେ ନିଜେ ଭାଜପା ପାଇଁ ଗୋଟେ ବଡ ଆସେଟ ପାଲଟିଯିବ।”

ଏହା ଶୁଣି ସୋମନାଥ ହସିଥିଲେ। ଆଉ ବାଜପେୟୀଙ୍କ ପ୍ରତି ଥିବା ତାଙ୍କ ଅସନ୍ତୋଷ ଦୂର ହୋଇଯାଇଥିଲା।



from OdishaReporter https://ift.tt/2w6rOsr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages