ନବୀନ୍‌ ଭାରି ଚାଲାକ୍‌, ଓଡ଼ିଆ ଭଲ ଜାଣିଛନ୍ତି ହେଲେ ଅଳ୍ପ ଅଳ୍ପ କୁହନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ନବୀନ୍‌ ଭାରି ଚାଲାକ୍‌, ଓଡ଼ିଆ ଭଲ ଜାଣିଛନ୍ତି ହେଲେ ଅଳ୍ପ ଅଳ୍ପ କୁହନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୁଁ ଦେଖୁଛି ନବୀନ ବାବୁଙ୍କ ଗ୍ଲେଜ୍‌ କାଇଁ କମିକମି ଆସୁଛି ଆଉ ନିରଞ୍ଜନଙ୍କ ଗ୍ଲେଜ୍‌ ବଢୁଛି। ହଇଓ.. ତାଙ୍କ ଲୋକ ପରା ବିସ୍ଫୋରଣ କଲେଣି, ଆମେ କ’ଣ କରିବୁ ?”

ଏମିତି ମନ ମତାଣିଆ ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାଣ ମାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ନିଜ ଷ୍ଟାଇଲରେ ବିଜେଡି-ବିଜେପି ସମୀକରଣକୁ ସେ ବିଶ୍ଲେଷଣ କରିଛନ୍ତି। ଆଉ ନବୀନଙ୍କୁ ବଡ଼ ଚତୁର ଲୋକ ବୋଲି ମଧ୍ୟ ଆଖ୍ୟା ଦେଇଛନ୍ତି ରାଉତରାୟ।

କହିଛନ୍ତି- “ସିଏ ଭାରି ଚାଲାକ। ତମେ ଭାବୁଛ କି, ସିଏ ଓଡ଼ିଆ ଜାଣି ନାହାନ୍ତି ବୋଲି ? ସେ ଠିକ୍‌ ଜାଣିଛନ୍ତି ହେଲେ ବେଶି କହିଲେ କାଳେ ଫସିବେ ସେଇଥି ପାଇଁ ଜଗି ରଖି ଓଡ଼ିଆ କହୁଛନ୍ତି।”

ଆଜି ସଚିବାଳୟକୁ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରି ରାଜ୍ୟସଭା ନିର୍ବାଚନରେ ବିଜେପିକୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ଧାଡ଼ିଏ ପଚାରି ଦେଇଥିଲେ। ଆଉ ନିଜ ଉତ୍ତରରେ ସୁରବାବୁ ଏ ସବୁ ପ୍ରି ପ୍ଲାନ୍‌ ବୋଲି କହିଥିଲେ।

“ଏଇଟା ପୂରାପୁରି ପ୍ରାୟୋଜିତ କାର୍ଯ୍ୟକ୍ରମ। ବିଜେଡି-ବିଜେପି ଭିତରେ ବଡ଼ ଆକାରର ଡିଲ୍‌ ହୋଇଛି। ନ ହେଲେ ସରକାର କ’ଣ ଥାଆନ୍ତା? ସିବିଆଇ ଫାନ୍ଦରୁ ଖସିବାକୁ ଏ ସବୁ ଫନ୍ଦି ଫିକର, ଆଉ କିଛି ନୁହେଁ।”

ଏତେ ସବୁ କଥା ଶୁଣିବା ପରେ ତାଙ୍କୁ ନିଜ ଦଳର ସ୍ଥିତି ସମ୍ପର୍କରେ ପଚରା ଯାଇଥିଲା। ଏଥିରେ ଛାତି ଫୁଲେଇ ନିଜ ଦଳର ଗରିମା ବଖାଣିଥିଲେ ରାଉତରାୟ।

“ମହାଶୂନ୍ୟରେ କଂଗ୍ରେସ ଆସୁଛି। ଏଇଟା ଗୋଟେ ବିରାଟ ଦଳ, ୧୬୦ ବର୍ଷର ଦଳ। ନିରଞ୍ଜନଙ୍କ ନେତୃତ୍ୱରେ ପୁରା ୮୬ ଆସନରେ ଆମେ ଏଥର ଆସିବୁ ରାଜ୍ୟରେ। ଏମିତିକି ୧୫ ଏମ୍‌ପି ବି ଆମ ଦଳରୁ ଆସୁଛନ୍ତି। ଆପଣ ଖାଲି ଦେଖିବେ, ଅପେକ୍ଷା କରନ୍ତୁ। ଦେଖିବେ, କୋଉ ପାଣି କୁଆଡେ ଯାଉଛି।”

ସୂଚନାଯୋଗ୍ୟ, ଆଜି ସଚିବାଳୟକୁ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ନିଜ ନେତୃତ୍ୱରେ ଜଟଣୀ ନିର୍ବାଚନମଣ୍ଡଳୀର କିଛି ଲୋକଙ୍କ ସହ ଆସିଥିଲେ ରାଉତରାୟ । ଜଟଣୀ ଏଖରାଜାତ ମାହାଲର ଏକାଧିକ ଗାଁର ସ୍ଥିତିବାନ ସମ୍ପତ୍ତି ସରକାରଙ୍କ ଭୁଲ୍‌ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଚାଲି ଯାଇଥିବା ଅଭିଯୋଗ ପରେ ଜଟଣୀ, ଖୋର୍ଦ୍ଧା ତଥା ପୁରୀ ଜିଲାର କେତେକ ଗ୍ରାମବାସୀ ଏବେ ଅଡୁଆରେ ପଡିଛନ୍ତି।  ଯାହାକୁ ନେଇ ଦୀର୍ଘ ୪ ବର୍ଷ ଧରି ବିବାଦ ଦେଖାଦେଇଛି। ଏହି ବିବାଦର ସମାଧାନ ପାଇଁ ଆଲୋଚନା କରିବାକୁ ଆସିଥିବା ବେଳେ ରାଉତରାୟ ଏହା କହିଛନ୍ତି।



from OdishaReporter https://ift.tt/2OxibdX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages