ମୁଣ୍ଡ କୁଣ୍ଡାଇ ହେଉଛି କି? ଆପଣାନ୍ତୁ ଏହି ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ମୁଣ୍ଡ କୁଣ୍ଡାଇ ହେଉଛି କି? ଆପଣାନ୍ତୁ ଏହି ଉପାୟ

hair

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଣ୍ଡ କୁଣ୍ଡାଇ ହେଲେ କୌଣସି କାମରେ ମନ ଲାଗେ ନାହିଁ। ବର୍ଷାଦିନେ ଏହି ସମସ୍ୟା ଅଧିକ ଦେଖା ଯାଇଥାଏ। ମୁଣ୍ଡ କୁଣ୍ଡାଇ ହେବାର ଅନେକ କାରଣ ରହିଛି। ସେଥିରୁ ଗୋଟିଏ ହେଉଛି, କେଶ ମୂଳ ଶୁଖିଯିବା।

ଯଦି ଆପଣଙ୍କ କେଶର ମୂଳ ଶୁଖୁଛି ଏବଂ ଆପଣ ଚିକିତ୍ସା କରୁନାହାନ୍ତି, ତେବେ କେଶ କୁଣ୍ଡାଇ ହେବା ସହିତ ରୁପି ସମସ୍ୟା ମଧ୍ୟ ଦେଖା ଦେବ। ଏହି ରୁପିର ଚିକିତ୍ସା ନ କରାଗଲେ ମାଇକ୍ରୋବାୟଲ୍‌ ଇନ୍‌ଫେକ୍‌ସନ୍‌ ହୋଇଥାଏ। ଏଥିପାଇଁ କେଶ ମୂଳକୁ କେବେ ଶୁଖିବାକୁ ଦିଅନ୍ତୁ ନାହିଁ।

ଏଥିପାଇଁ ଆମେ ଆପଣଙ୍କୁ କିଛି ଘରୋଇ ଉପାୟ କହିବୁ, ଯାହାକୁ ପ୍ରୟୋଗ କରି ଆପଣ ମୁଣ୍ଡ କୁଣ୍ଡାଇ ହେବା ସମସ୍ୟାରୁ ରକ୍ଷା ପାଇପାରିବେ।

honey

ଲେମ୍ୱୁ ଏବଂ ମହୁ: ଲେମ୍ୱୁରେ ଆଣ୍ଟି ବ୍ୟାକ୍ଟେରିଆଲ୍‌, ଆଣ୍ଟିଫଙ୍ଗଲ୍‌ର ଗୁଣ ରହିଛି। ମହୁରେ ଲେମ୍ୱୁ ରସ ମିଶାଇ କେଶ ମୂଳରେ ମାଲିସ୍‌ କରନ୍ତୁ। ୧୫ମିନିଟ୍‌ ପରେ ଏହାକୁ ଧୋଇ ଦିଅନ୍ତୁ। ଏପରି କଲେ କେଶ ମୂଳ କୁଣ୍ଡାଇ ହେବା ଏବଂ ରୁପି ସମସ୍ୟା ଦୂର ହେବ।

aloeveraଏଲୋଭେରା: ଆପଣଙ୍କୁ ଜଣାଥିବ, ଏଲୋଭେରାରେ ଅଧିକ ଔଷଧୀୟ ଗୁଣ ରହିଛି। ଏହାକୁ ବ୍ୟବହାର କରି ଆପଣ କେଶକୁ ସୁନ୍ଦର, ମଜବୁତ୍‌ କରିପାରିବେ ଏବଂ ରୁପି ବି ଦୂର କରିପାରିବେ। ଆପଣ ଏଲୋଭେରାକୁ ଘରେ ବାଟି ମୁଣ୍ଡରେ ଲଗାଇପାରିବେ। ନହେଲେ ବଜାରରେ ମିଳୁଥିବା ଏଲୋଭେରା ଜେଲ୍‌କୁ ମୁଣ୍ଡରେ ମାଲିସ୍‌ କରନ୍ତୁ।  ୧୫ମିନିଟ୍‌ ପରେ ମୁଣ୍ଡ ଧୋଇ ଦିଅନ୍ତୁ।

ଟି ଟ୍ରି ଅଏଲ୍‌: ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଲୋକ ଏହାକୁ ବ୍ୟବହାର କରିଥା’ନ୍ତି। ଏଥିରେ ଟର୍‌ପିନ୍ସ ନାମକ ପଦାର୍ଥ ରହିଛି, ଯେଉଁଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟିଫଙ୍ଗଲ୍‌ ଗୁଣ ରହିଛି। ଏହାକୁ ବ୍ୟବହାର କଲେ କେଶର ମୂଳ ନରମ ହୋଇଥାଏ। ୨ ଚାମଚ ଟି ଟ୍ରି ଅଏଲ୍‌ରେ ଗୋଟିଏ ଚାମଚ ଅଲିଭ୍‌ ଅଏଲ୍‌ ମିଶାନ୍ତୁ। ଏହି ମିଶ୍ରଣକୁ ତୁଳା ସାହାଯ୍ୟରେ କେଶ ମୂଳରେ ଲଗାନ୍ତୁ। ଗୋଟିଏ ସପ୍ତାହ ପରେ ଏହାର ପରିଣାମ ଦେଖନ୍ତୁ।

hair

ଆପଲ୍‌ ଭିନେଗାର୍‌: ଏହା ସେଓରୁ ତିଆରି ଏକ ଭିନେଗାର୍‌। ବେଳେ ବେଳେ କେଶ ମୂଳରୁ ଦୁର୍ଗନ୍ଧ ଆସିଥାଏ। ଏହାକୁ ସଫା କରିବାକୁ  ଏହି ଭିନେଗାର୍‌କୁ ବ୍ୟବହାର କରାଯାଇଥାଏ। ତିନି ତୃତୀୟାଶଂ ପାଣି ସହିତ ଏକ ତୃତୀୟାଶଂ ଆପଲ୍‌  ଭିନେଗାର୍‌ ମିଶାଇ କେଶ ମୂଳରେ ଲଗାନ୍ତୁ। ଏହା ଦ୍ୱାରା କେଶ ମୂଳ କୁଣ୍ଡାଇ ହେବା ବନ୍ଦ ହୋଇଯିବ।

………



from Odisha Reporter https://ift.tt/2Bt6PGu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages