ପ୍ୟାଣ୍ଟ୍‌ର ପଛ ପକେଟ୍‌ରେ ପର୍ସ ରଖୁଛନ୍ତି କି? ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ପ୍ୟାଣ୍ଟ୍‌ର ପଛ ପକେଟ୍‌ରେ ପର୍ସ ରଖୁଛନ୍ତି କି? ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ

wallet1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ସାଧାରଣତଃ ପୁରୁଷମାନେ ପର୍ସକୁ ପ୍ୟାଣ୍ଟର ପଛ ପକେଟ୍‌ରେ ରଖି ଥାଆନ୍ତି। ଅନେକ ଲୋକ ପର୍ସରେ ଟଙ୍କା ସହିତ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ଅନ୍ୟାନ୍ୟ କାର୍ଡ ମଧ୍ୟ ରଖନ୍ତି। ଫଳରେ ଏହା ମୋଟା ହୋଇଯାଏ। ଆଉ ଏହି ମୋଟା ପର୍ସକୁ ପଛ ପକେଟ୍‌ରେ ରଖି ବସିଲେ, ଏହା ମାଂସପେଶୀ ଏବଂ ଅଣ୍ଟାର ହାଡ଼କୁ କ୍ଷତି ପହଞ୍ଚାଇଥାଏ।

ଏଥିପାଇଁ ଏହାକୁ ସଠିକ୍‌ ସ୍ଥାନରେ ରଖିବାର ଆବଶ୍ୟକତା ରହିଛି। ରାମମନୋହର୍‌ ଲୋହିଆ ସଂସ୍ଥାନର ନ୍ୟୁରୋ ସର୍ଜରୀ ବିଭାଗର ଡାକ୍ତର ଫର୍‌ହାନ୍‌ ଏହି ତଥ୍ୟ ଦେଇଛନ୍ତି।

ଡାକ୍ତର ଫର୍‌ହାନ୍‌ଙ୍କ କହିବା ଅନୁସାରେ ପର୍ସକୁ ପ୍ୟାଣ୍ଟର ପଛ ପକଟରେ ରଖି ବସିଲେ ତାହା ଶରୀରର ଉକ୍ତ ସ୍ଥାନର ମାଂଶପେଶୀକୁ ଚାପି ଦିଏ। ଏହା ଧୀରେ ଧୀରେ ସମସ୍ୟା ସୃଷ୍ଟି କରିଥାଏ। ପ୍ୟାଣ୍ଟର ପଛ ପକେଟ୍‌ରେ ପର୍ସ ରଖୁଥିବା ଲୋକେ  ଚୌକିରେ କଣେଇ ହୋଇ ବସନ୍ତି। ଏଥିଯୋଗୁଁ ମେରୁଦଣ୍ଡର ହାଡ଼ ବଙ୍କା ହେବା ଆଶଙ୍କା ବଢ଼ିଯାଏ।

ତେଣୁ ଏଭଳି ଅଭ୍ୟାସ ବଦଳାଯିବା ଦରକାର। ଏହାକୁ ଅଣଦେଖା କଲେ,ଆପଣ ସମସ୍ୟାରେ ପଡ଼ିପାରନ୍ତି। କାର୍‌ ଆଦି ଚଲାଇଲା ବେଳେ ବା ଅଫିସ୍‌ରେ ଚୌକିରେ ଘଣ୍ଟା ଘଣ୍ଟା ଧରି ବସି କାମ କରିବା ବେଳେ ଆପଣ ପର୍ସକୁ ପ୍ୟାଣ୍ଟର ଆଗ ପକେଟ୍‌ରେ କିମ୍ବା ଅନ୍ୟ ସୁରକ୍ଷିତ ଜାଗାରେ ରଖିପାରିବେ।



from Odisha Reporter https://ift.tt/2OQgSXF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages