ଆଇଏଫ୍‌ଏଫ୍‌ଏମ୍ ଆୱାର୍ଡ: ‘ସଞ୍ଜୁ’ ଶ୍ରେଷ୍ଠ ଫିଲ୍ମ, ରାଣୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ଆଇଏଫ୍‌ଏଫ୍‌ଏମ୍ ଆୱାର୍ଡ: ‘ସଞ୍ଜୁ’ ଶ୍ରେଷ୍ଠ ଫିଲ୍ମ, ରାଣୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ: ରାଜକୁମାର୍‌ ହିରାନୀଙ୍କ ନିର୍ଦ୍ଦେଶିତ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ‘ସଞ୍ଜୁ’କୁ ୨୦୧୮ ‘ଇଣ୍ଡିଆନ୍‌ ଫିଲ୍ମ୍ ଫେଷ୍ଟିଭାଲ୍‌ ଅଫ୍‌ ମେଲ୍‌ବୋର୍ନ’ରେ ଶ୍ରେଷ୍ଠ ଫିଲ୍ମ୍‌ ଭାବେ ପୁରସ୍କୃତ କରାଯାଇଛି।

ରାଜକୁମାର ହିରାନୀ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଫିଲ୍ମ ‘ହିଚ୍‌କି’ ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିଛି। ସେହିପରି ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଛନ୍ତି।

ରବିବାର ମେଲବୋର୍ନରେ ଆୟୋଜିତ ଏହି ଫିଲ୍ମ ପୁରସ୍କାର ସମାରୋହରେ ବଲିଉଡ୍‌ର ବହୁ ନାମୀ ଦାମୀ କଳାକାର ସାମିଲ ହୋଇଥିଲେ।

ପୁରସ୍କାର ଚୟନ କମିଟିର ଜୁରୀ ମେମ୍ବର ଥିଲେ ସିମି ଗରେୱାଲ୍‌, ନିଖିଲ୍ ଆଡଭାନୀ, ସୁ ମାସ୍‌ଲିନ୍‌, ଜିଲ୍‌ ବିଲ୍‌କକ୍‌, ଜିଅଫ୍ରି ରାଇଟ୍ ଓ ଆଣ୍ଡ୍ର୍ୟୁ ଆନାଷ୍ଟସିଅସ୍‌।
ସୂଚନାଯୋଗ୍ୟ, ବଲିଉଡ୍‌ ବକ୍ସ ଅଫିସ୍‌ରେ ଧମାକା ସୃଷ୍ଟି କରିଥିବା ଫିଲ୍ମ୍‌ ‘ସଞ୍ଜୁ’କୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ସୁପରଷ୍ଟାର୍‌ ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ୍‌ରେ ୧୯୯୩ ମୁମ୍ବାଇ ବିସ୍ଫୋରଣର କିଛି କାହାଣୀ ରହିଛି। ତେବେ ଏହି ଫିଲ୍ମ୍‌ରେ ବିସ୍ଫୋରଣର ଅନ୍ୟତମ ଅଭିଯୁକ୍ତ ଅବୁ ସାଲେମ୍‌ ସମ୍ପର୍କରେ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଥିବା  ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଅବୁ ସାଲେମ୍‌ଙ୍କ ଓକିଲ ‘ସଞ୍ଜୁ’ ଫିଲ୍ମ୍‌ ନିର୍ମାତାଙ୍କୁ ନୋଟିସ୍‌ ପଠାଇଛନ୍ତି। ଭୁଲ ତଥ୍ୟ ସାର୍ବଜନୀନ ହୋଇଥିବାରୁ ଫିଲ୍ମ୍‌ ନିର୍ମାତା କ୍ଷମା ମାଗନ୍ତୁ ବୋଲି ଏହି ନୋଟିସ୍‌ରେ କୁହାଯାଇଛି।



from OdishaReporter https://ift.tt/2w15Hnx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages