୧୬ ଯାଏଁ ପ୍ରବଳ ବର୍ଷିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

୧୬ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହେଉଥିବାରୁ ଆଜିଠାରୁ ସମଗ୍ର ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ତେବେ ରାତିରୁ ବର୍ଷାର ପରିମାଣ ବଢ଼ିବ। ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଲଘୁଚାପ ପ୍ରଭାବରେ ଆଜି ରାତିରୁ ରାଜ୍ୟର ଦକ୍ଷିଣ ଉପକୂଳର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହ ଆସନ୍ତାକାଲି ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୯ଟି ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ।

ସେହିପରି ୧୪ ଓ ୧୫ ତାରିଖରେ ରାଜ୍ୟର ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ଏହି ସମୟରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବେଗରେ ପବନ ମଧ୍ୟ ବହିବ। ପବନର ବେଗ କିମି ପ୍ରତି ୫୦ରୁ ୬୦ ରହିବ। ଏଥିପାଇଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି।

ଭାସିଲା ରାଜଧାନୀ

ଲଘୁଚାପ ବର୍ଷା ପୁଣି ଥରେ ଖୋଲିଦେଇଛି ପ୍ରଶାସନର ମୁଖା। ଡ୍ରେନ୍‌ ଦ୍ୱାରା ବର୍ଷା ପାଣି ନିଷ୍କାସନ ହୋଇ ପାରୁନଥିବାରୁ ରାଜଧାନୀର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରିଛି। ରାସ୍ତା ଉପରେ ଏତେ ପାଣି ଯୋଗୁ ଗାତ ଓ ଖାଲ ଜଣାପଡୁ ନାହିଁ। ଫଳରେ ବହୁ ଲୋକ ଦୁର୍ଘଟଣାର ଶିକାର ହୋଇଥିବା ଦେଖିବାକୁ ମିଳିଛି। ବରମୁଣ୍ଡା, ଆଚାର୍ଯ୍ୟବିହାର, ଜୟଦେବ ବିହାର ଓ ଇସ୍କନରେ ରାସ୍ତ ଉପରେ ବର୍ଷା ପାଣିର ସୁଅ ଛୁଟିଥିଲା।

ବଜ୍ରପାତ୍ର ନେଲା ୩ ଜୀବନ

ଆଠଗଡ଼ର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୩ ଜଣଙ୍କ ଜୀବନ ଯାଇଛି। ଏଥିରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣକୁ ତିଗିରିଆ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଚାଷ ଜମିରେ କାମ କରୁଥିବା ବେଳେ ଏମାନେ ବଜ୍ରପାତରେ ଶିକାର ହୋଇଛନ୍ତି।



from OdishaReporter https://ift.tt/2B0tUzU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages