“ଲକ୍ଷ୍ୟ ପୂରଣ ହେଲା, ଉପାଧ୍ୟକ୍ଷ ଗାଦି ଛଡ଼ାଇ ଆଣିଲୁ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

“ଲକ୍ଷ୍ୟ ପୂରଣ ହେଲା, ଉପାଧ୍ୟକ୍ଷ ଗାଦି ଛଡ଼ାଇ ଆଣିଲୁ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପ୍ରତୀକ୍ଷିତ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଶେଷ ହୋଇଛି। ଆଉ ପରିଣାମ ଏବେ ଦେଶବାସୀଙ୍କ ସମ୍ମୁଖରେ। ହେଲେ ବିଜେପି-ବିଜେଡି ସମର୍ଥନ ପ୍ରସଙ୍ଗକୁ ନେଇ ସାରା ଦେଶରେ ଏବେ ନୂଆ ଗୁଞ୍ଜରଣ ସୃଷ୍ଟି ହେଉଛି। କିଏ କହୁଛି ପୁରୁଣା ପ୍ରେମର ଫ୍ଲାଶବ୍ୟାକ ହେଲା ତ ପୁଣି କିଏ କହୁଛି ସମର୍ଥନ କେବଳ ଦେଶର ହିତ ପାଇଁ, ଏଥିରେ କିଛି ରାଜନୀତି ନାହିଁ।
ସେ ଯାହା ବି ହେଉ ନା କାହିଁକି, ରାଜ୍ୟରେ ଉଭୟ ଦଳ ଭିତରେ ଚାଲିଥିବା ତୁ-ତୁ-ମେଁ-ମେଁ କିନ୍ତୁ ପୂର୍ବବତ୍‌ ଶୁଣିବାକୁ ମିଳୁଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ତଥାପି ରାଜନୀତିକ ରଙ୍ଗରେ ବୋଳା କଥାଟିଏ କହିଛନ୍ତି।
“ବିଜେଡି କଥା ଛାଡ଼, ଆମ ଲକ୍ଷ୍ୟ ପୂରଣ ହୋଇଛି। କଂଗ୍ରେସ ମୁକ୍ତ ଅଭିଯାନରେ ଆମେ ବାହାରିଛୁ ଆଉ ପାଦେ ପାଦେ ଆଗକୁ ମାଡ଼ୁଛୁ। ଦୀର୍ଘ ୪୦ ବର୍ଷ ଧରି ରାଜ୍ୟସଭା ଉପାଧ୍ୟକ୍ଷ ପଦବୀଟି କଂଗ୍ରେସ ହାତରେ ଥିଲା। ଆଉ ଆମର ଲକ୍ଷ୍ୟ ଥିଲା ଏହି ଆସନ କଂଗ୍ରେସ ହାତରୁ ଛଡ଼ାଇ ଆଣିବା। ଶେଷରେ ଆମ ଲକ୍ଷ୍ୟ ପୂର୍ଣ୍ଣ ହୋଇଛି।”
ଆଜି ଓଡ଼ିଶା ଆସିବା ବେଳେ ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଏ କଥାଟି ଶୁଣିବା ପରେ ସାମ୍ବାଦିକମାନେ ବିଜେଡି ମୁହାଁ ହୋଇଥିଲେ। ପ୍ରଶ୍ନ ଥିଲା ମାତ୍ର ୨ଟି। ନବୀନଙ୍କ ସମଦୂରତା ଆଉ ୧୯ ନିର୍ବାଚନରେ ଓଡ଼ିଶାର ରାଜନୀତିକ ପାଣିପାଗକୁ ନେଇ।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବାଜିମାତ୍‌ ପରେ ଏବେ ଓଡ଼ିଶାରେ ଦଳର ଦ୍ୱିତୀୟ ଲକ୍ଷ୍ୟ କଥା କହିଥିଲେ ଶ୍ରୀ ପ୍ରଧାନ। ତାଙ୍କ ମତରେ ଏବେ ରାଜ୍ୟ ବିଜେପିର ଫୋକସ୍‌ରେ ରହିଛି ଓଡ଼ିଶାର ୩୬ ହଜାର ପୁଲିଂ ବୁଥ୍‌। ସମସ୍ତ ବୁଥ ମଜଭୂତ୍‌ କରିବା କାମରେ ଲାଗିଛି ଦଳ। ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି କାମ ଆରମ୍ଭ କରି ସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ବିକାଶ, ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ସାରା ଦେଶ ଆସ୍ଥା ସ୍ଥାପନ କରିବାରେ ଲାଗିଛି। ଏଣୁ ଆଗାମୀ ନିର୍ବାଚନରେ ଓଡ଼ିଶା ହିଁ ବିକାଶର ପ୍ରୟୋଗଶାଳା ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଶ୍ରୀ ପ୍ରଧାନ।
ଖାଲି ସେତିକି ନୁହେଁ, ରାଜ୍ୟ ଓ କେନ୍ଦ୍ରରେ ଗୈରିକ ପତକା ଉଡ଼ିବ। ତାଙ୍କ ଭାଷାରେ, ଉଭୟ ରାଜ୍ୟ ଓ କେନ୍ଦ୍ର ଶାସନ କଳରେ ଡବଲ ଇଂଜିନ ଲଗିବ ବୋଲି ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛି।
ହେଲେ ଏତେସବୁ ଦୃଢ଼ୋକ୍ତି ଭିତରେ ସାମ୍ବାଦିକମାନେ ମୂଳ ପ୍ରସଙ୍ଗଟିକୁ ପୁଣି ଉଖାରିଥିଲେ। ପଚାରିଥିଲେ, ରାଜ୍ୟସଭା ପ୍ରସଙ୍ଗରେ ଯାହା ଘଟିଲା ସେ କ’ଣ ସ୍ୱଭାବିକ୍‌ ନା ଏଥିରେ କିଛି ଭିତିରି କଥା ଅଛି ?
କଥାଟା ଶୁଣି ଶ୍ରୀ ପ୍ରଧାନ ହସିହସି ଉତ୍ତର ଦେଇଥିଲେ।
କହିଥିଲେ, “କିଏ କାହାକୁ ସମର୍ଥନ କଲା, କିଏ କାହାକୁ ଅନୁରୋଧ କଲା, କିଏ ଆଗେ କାହା ପାଖକୁ ଗଲା, ତାହା ଲୋକଲୋଚନରେ ଅଛି। ମହାନଦୀରେ ଗୋଳିଆ ପାଣି ବୋହିଗଲାଣି। ଏଥିରେ ଲୁଚାଇବାର କିଛି ନାହିଁ। ଲୁଚିଛି ନାଁ ଗୋଡ ଦୁଇଟା ଦିଶୁଛି ନ୍ୟାୟରେ କିଏ କାହା ପାଖକୁ ଯାଇଛି ତାହା ଲୋକେ କହିବେ।”
ଅବଶ୍ୟ ଉତ୍ତରଟା ଶୁଣି ସାମ୍ବାଦିକ ସନ୍ତୁଷ୍ଟ ହେଲେନି। ତଥାପି ଏ ପାଲଟା ପ୍ରଶ୍ନରୁ ଯେ, ଅନେକ ପ୍ରଶ୍ନଗୁଚ୍ଛର ପିଲ ବାହାରିସାରିଲାଣି, ତାହା ସମଝଦାର ହୁଏତ ଅଧିକ ଭଲ ଭାବେ ବୁଝିପାରୁଥିବେ।


from OdishaReporter https://ift.tt/2vCgGV2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages