
ଇସ୍ଲାମାବାଦ: ଇମ୍ରାନ୍ ଖାନ୍ଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗଦେଇ ବିବାଦୀୟ ହୋଇ ପଡ଼ିଥିବା କଂଗ୍ରେସ ନେତା ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ନଭଜୋତ୍ ସିଂହ ସିଦ୍ଧୁଙ୍କ ପାଇଁ ଅଡ଼ୁଆ ବଢ଼ିଛି। ସିଦ୍ଧୁ ପାକିସ୍ତାନ ଗସ୍ତ କରିଥିବାରୁ ଅନେକ ଲୋକ ତାଙ୍କୁ ସମାଲୋଚନା କରୁଛନ୍ତି। ଏପରି କି ତାଙ୍କ ନାଁରେ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ ହୋଇଛି। କିନ୍ତୁ ଆଜି ଇମ୍ରାନ୍ ଖାନ୍ ଏମିତି କିଛି କଥା କହିଛନ୍ତି, ଯାହା ସିଦ୍ଧୁଙ୍କ ଅଡ଼ୁଆକୁ ଦୁଇଗୁଣ କରି ଦେଇଛି। ସିଦ୍ଧୁ ଶାନ୍ତିଦୂତ ଭାବେ ଶାନ୍ତିର ବାର୍ତ୍ତା ନେଇ ପାକିସ୍ତାନ ଆସିଥିଲେ ବୋଲି ଆଜି ଇମ୍ରାନ୍ ଖାନ୍ କହିଛନ୍ତି।
ଇମ୍ରାନ୍ଙ୍କ ଏଭଳି ମନ୍ତବ୍ୟ ପରେ ସୋଶାଲ୍ ମଡିଆରେ ପୁଣି ସିଦ୍ଧୁଙ୍କୁ ପ୍ରବଳ ସମାଲୋଚନା କରାଯାଇଛି।
ଇମ୍ରାନ୍ ଖାନ୍ ଏକ ବିବୃତିରେ କହିଛନ୍ତି, ସିଦ୍ଧୁ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଆସିଥିବାରୁ ଧନ୍ୟବାଦ। ସେ ଶାନ୍ତିର ଆମ୍ବାସାଡର ଥିଲେ। ସେ ମୋତେ ଭଲ ପାଆନ୍ତି। ପାକିସ୍ତାନବାସୀ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି।
ଭାରତରେ ଯେଉଁମାନେ ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ନିନ୍ଦା କରୁଛନ୍ତି, ସେମାନେ କେବେ ହେଲେ ଶାନ୍ତି ପ୍ରତିଷ୍ଠା ଚାହୁଁନାହାନ୍ତି। ଶାନ୍ତି ପ୍ରତିଷ୍ଠା ବିନା ଭାରତ ଓ ପାକିସ୍ତାନର ଲୋକେ କେବେ ହେଲେ ଆଗେଇ ପାରିବେ ନାହିଁ। ଆଗକୁ ବଢ଼ିବାକୁ ହେଲେ ଉଭୟ ଭାରତ ଓ ପାକିସ୍ତାନ ଆଲୋଚନା ମାଧ୍ୟମରେ କଶ୍ମୀରକୁ ନେଇ ଚାଲିଥିବା ସମସ୍ୟାର ସମାଧାନ କରିବା ଦରକାର। ଦାରିଦ୍ର୍ୟ ଦୂରୀକରଣ କରି ଉଭୟ ଦେଶର ଲୋକମାନେ କେମିତି ଆଗକୁ ବଢ଼ିପାରିବେ, ସେକଥା ଚିନ୍ତା କରିବା ଉଚିତ୍ ବୋଲି ଇମ୍ରାନ୍ ଏହି ବିବୃତିରେ କହିଛନ୍ତି।
from Odisha Reporter https://ift.tt/2BvCJ52
No comments:
Post a Comment